ବ୍ୟାଙ୍କ ଖାତାରେ ନେଣଦେଣ ଲାଗି ପଡ଼ିବନି ଦେୟ

0 122

ନୂଆଦିଲ୍ଲୀ: ୟୁପିଆଇ ଜରିଆରେ କରାଯାଉଥିବା ନେଣ ଦେଣ ଉପରେ ୧ ଏପ୍ରିଲରୁ ଲଗାଯିବାକୁ ଥିବା ନେଣଦେଣ ଦେୟକୁ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ସ୍ପଷ୍‌ଚୀକରଣ ଜାରି କରିଛନ୍ତି । ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଲଗାଯିବା ଖବରକୁ ଏନ୍‌ପିସିଆଇ ଖଣ୍ଡନ କରିଛନ୍ତି । ବ୍ୟାଙ୍କ ଖାତା ବା ଅନ୍ୟ ବ୍ୟାଙ୍କ ଖାତାକୁ ୟୁପିଆଇ ମାଧ୍ୟମରେ ନେଣଦେଣ କଲେ ଉପଭୋକ୍ତାଙ୍କୁ କୌଣସି ଦେୟ ଦେବାକୁ ପଡ଼ିବନି । ଦେଶରେ ସବୁଠୁ ଅଧିକ ୯୯.୯ ପ୍ରତିଶତ ୟୁପିଆଇ ନେଣଦେଣ ବ୍ୟାଙ୍କ ଖାତା ମାଧ୍ୟମରେ ହୋଇଥାଏ ।

ଏଣୁ ୟୁପିଆଇ ଦ୍ୱାରା ପେମେଣ୍ଟ କରାଗଲେ ବ୍ୟାଙ୍କ ଅଥବା ଗ୍ରାହକ କାହାରିକୁ ହେଲେ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ । ସେହିପରି ଗୋଟିଏ ବ୍ୟାଙ୍କ୍‌ରୁ ଅନ୍ୟ ବ୍ୟାଙ୍କ୍‌କୁ
ୟୁପିଆଇ ନେଣଦେଣ କଲେ ମଧ୍ୟ କୌଣସି ଦେୟ ଦେବାକୁ ପଡିବନି । ଇଣ୍ଟରଚେଞ୍ଜ ଚାର୍ଜ କେବଳ ପିପିଆଇ ମର୍ଚାଣ୍ଟ ଟ୍ରାଞ୍ଜାକ୍ସନରେ ଲାଗୁ ହେବ ଓ ଗ୍ରାହକଙ୍କୁ ଏଥିଲାଗି କୌଣସି ଦେୟ ଦେବାକୁ ପଡିବନି । ଏନ୍‌ପିସିଆଇ ନିର୍ଦେଶ ଅନୁସାରେ ଗୁଗଲ୍‌ ପେ, ପେଟିଏମ୍‌, ଫୋନ୍‌ ପେ ଅଥବା ଅନ୍ୟ ଆପ୍‌ ଜରିଆରେ କରାଯାଉଥିବା ପୈଠ ଉପରେ
୧.୧ପ୍ରତିଶତ ଇଣ୍ଟରଚେଞ୍ଜ ଚାର୍ଜ ଦେବାକୁ ପଡିବ । ଦେଶରେ ପ୍ରତିମାସରେ ୮ ବିଲିୟନ ୟୁପିଆଇ ନେଣଦେଣ ଗ୍ରାହକ ଓ ମର୍ଚାଣ୍ଟଙ୍କ ଲାଗି ନିଃଶୁଳ୍କରେ କରାଯାଉଛି ।

Leave A Reply

Your email address will not be published.