ସତ୍ୟ ଓ ନ୍ୟାୟର ପ୍ରତୀକ ସିବିଆଇ

0 105

ନୂଆଦିଲ୍ଲୀ : ଭ୍ରଷ୍ଟା·ର ବିରୋଧରେ ଲଢେ଼ଇ ପାଇଁ ରାଜନୈତିକ ଇଚ୍ଛା ଶକ୍ତି ଥିବା ଦରକାର । ଭ୍ରଷ୍ଟା·ର ବିରୁଦ୍ଧରେ ଲଢେ଼ଇ ଜାରି ରହିବ । କଳାଧନ, ବେଆଇନ ସମ୍ପତ୍ତି ଠୁଳ ବିରୋଧରେ ମିଶନ ମୋଡ଼ରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ବିଜେପି ଭ୍ରଷ୍ଟା·ର ଓ ଏହାର କାରଣ ସହିତ ବି ଲଢେଇ ଜାରି ରଖିଛି । ଦୁର୍ନୀତି ମୁକ୍ତ ଦେଶ ଗଠନ ପାଇଁ ମୁଖ୍ୟ ଭୂମିକା ନିଭାଉଛି ସିବିଆଇ ।

ସିବିଆଇର ହୀରକ ଜୟନ୍ତୀକୁ ଉଦତଘାଟନ କରି ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦାୟିତ୍ୱକୁ ସଫଳତାର ସହିତ ନିଭାଇବ ପାଇଁ କୌଣସି ବାଧାକୁ ଏଡ଼ାଇ ଯିବାକୁ କୁହାଯାଇଛି । ସିବିଆଇ ହୀରକ ଜୟନ୍ତୀରେ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି ପିଏମ । ମୋଦି କହିଛନ୍ତି, ବିକଶିତ ଭାରତ ଗଠନରେ କୁଶଳୀ ସଂସ୍ଥା ବିନା ସମ୍ଭବ ନୁହେଁ । ଏଥିପାଇଁ ସିବିଆଇକୁ ଏହି ଗୁରୁଦାୟିତ୍ୱ ।

କୌଣସି ଅପରାଧିକ ମାମଲାର ସମାଧାନ କିମ୍ବା ନିଷ୍କର୍ସ ନ ବାହାରିଲେ ସିବିଆଇ ଯାଞ୍ଚ ପାଇଁ ଦାବି ହେଉଛି । ଜାତୀୟ ଯାଞ୍ଚ ଏଜେନ୍ସିର ବୈଷୟିକ ଜ୍ଞାନକୌଶଳ ପାଇଁ ଦେଶବାସୀଙ୍କ ଏହା ଉପରେ ଭରସା ରଖିଛନ୍ତି । ସିବିଆଇ କୌଣସି ପରିସ୍ଥିତିରେ ଅଟକିବାର ଆବଶ୍ୟକତା ନାହିଁ । ସିବିଆଇ ଅଧିକାରୀ ନିଜ କାର୍ଯ୍ୟ ଉପରେ ଫୋକସ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

୧୦ବର୍ଷ ପୂର୍ବରୁ ଭ୍ରଷ୍ଟା·ର ଚରମ ସ୍ତରରେ ରହିଥିଲା । ଅପରାଧିଙ୍କ ମନରେ ଭୟନଥିଲା କାରଣ ତାଙ୍କ ସହିତ ସରକାର ଛିଡ଼ା ହୋଇଥିଲା । ମାତ୍ର ୨୦୧୪ ପରେ ଦୁର୍ନୀତି, କଳାଧନ ଓ ଅପରାଧୀଙ୍କ ବିରୋଧରେ ଆକ୍ସନ ନିଆଯାଉଛି । ସିବିଆଇର ହାତ ଖୋଲି ଦିଆଯାଇଛି । ମିଶନ ମୋଡରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ପିଏମ ।

Leave A Reply

Your email address will not be published.