ଝାରସୁଗଡ଼ା ଉପନିର୍ବାଚନ: କମିଟି ଗଠନ କରିବ ବିଜେଡି

0 119

ଝାରସୁଗଡ଼ା: ଖୁବ୍‌ଶୀଘ୍ର ବିଜେଡି ଗଠନ କରିବ ଝାରସୁଗଡ଼ା ଉପନିର୍ବାଚନ ପାଇଁ କମିଟି । ଏ ନେଇ ଆଜି ଭୁବନେଶ୍ୱରରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡ଼ା ବିଜେଡି ପର୍ଯ୍ୟବେକ୍ଷକ ସାରଦା ନାୟକ, ଦିବଙ୍ଗତ ମନ୍ତ୍ରୀ ନବକିଶୋର ଦାସଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ ।

ବୈଠକରେ ଉପନିର୍ବାଚନ ବିଜୟ ପାଇଁ ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ତେବେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଗଠନ ହେବାକୁ ଯାଉଥିବା କମିଟିରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆ·ର୍ଯ୍ୟଙ୍କୁ ବଡ଼ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ଏହି ଉପନିର୍ବାଚନ ଜିତିଲେ ବରଗଡ଼ ଲୋକସଭାରୁ ବିଜେଡି ପାଇବ ପଞ୍ଚମ ମହିଳା ବିଧାୟିକା ।

ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣର ଉଦାହରଣ ସୃଷ୍ଟି କରୁଛି । ଏପରି ସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାର ଅନ୍ୟତମ ନିର୍ବାଚନମଣ୍ଡଳୀ ବ୍ରଜରାଜନଗରରୁ ଜିତିଥିବା ମହିଳା ବିଧାୟିକା ଅଳକା ମହାନ୍ତି ବି ନିର୍ବାଚନରେ ଦାୟିତ୍ୱ ନିର୍ବାହ କରିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ।

Leave A Reply

Your email address will not be published.