ଜିଏସ୍‌ଟି ସଂଗ୍ରହରେ ଜାତୀୟ ହାରଠୁ ଓଡ଼ିଶା ଆଗରେ

0 93

ଭୁବନେଶ୍ୱର : ଓଡ଼ିଶାରେ ଜିଏସଟି ସଂଗ୍ରହ ପରିମାଣ କ୍ରମାଗତ ଭାବେ ବଢ଼ି ·ଲିଥିବା ବେଳେ ଜାତୀୟ ସ୍ତରରେ ପ୍ରଦର୍ଶନ ଭଲ ରହିଛି । ଜିଏସଟି ସଂଗ୍ରହରେ ଓଡ଼ିଶା ବହୁ ବିକଶିତ ରାଜ୍ୟକୁ ପଛରେ ପକାଉଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଓଡ଼ିଶା ମୋଟ ୪୭୪୯.୦୨ କୋଟି ଟଙ୍କା ଜିଏସଟି ସଂଗ୍ରହ କରିଛି । ପୂର୍ବ ତୁଳନାରେ ଏହା ୧୫.୧୪% ଅଧିକ । ଏହା ଜାତୀୟ ହାରଠାରୁ ମଧ୍ୟ ଅଧିକ । ମାର୍ଚ୍ଚ ମାସରେ ସମଗ୍ର ଦେଶରେ ଜିଏସଟି ରାଜସ୍ୱ ବାବଦରେ ୧,୬୦,୧୨୨ କୋଟି ଟଙ୍କା ସଂଗ୍ରହ ହୋଇଛି ।

ଜାତୀୟ ସ୍ତରରେ ଅଭିବୃଦ୍ଧି ହାର ୧୩% ରହିଛି । ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନରେଟ୍‌ଙ୍କ କାର୍ଯ୍ୟାଳୟ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ ୨୦୨୨ ମାର୍ଚ୍ଚ ମାସରେ ଓଡ଼ିଶା ଜିଏସଟି ବାବଦରେ ୪୧୨୪.୬୬ କୋଟି ଟଙ୍କା ସଂଗ୍ରହ କରିଥିଲା । ଚଳିତ ବର୍ଷ ମାର୍ଚ୍ଚରେ ଓଡ଼ିଶା ସଂଗ୍ରହ କରିଥିବା ରାଜସ୍ୱ ହେଉଛି ଦ୍ୱିତୀୟ ସର୍ବାଧିକ ସର୍ବକାଳୀନ ରେକର୍ଡ । ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି (ଆଇଜିଏସଟି) ଫଇସଲା ବାବଦକୁ ଗତ ମାର୍ଚ୍ଚ ମାସରେ ଓଡ଼ିଶାକୁ ମିଳିବାକୁ ଥିବା ଜିଏସଟି ପରିମାଣ ହେଉଛି ୧୯୭୭.୪୫ କୋଟି ଟଙ୍କା । ଗତବର୍ଷ ମାର୍ଚ୍ଚ ମାସରେ ଏହି ପରିମାଣ ୧୭୦୯.୧୪ କୋଟି ଟଙ୍କା ଥିଲା ।

ଏହି କ୍ଷେତ୍ରରେ ମଧ୍ୟ ୧୫.୬୯% ଅଭିବୃଦ୍ଧି ହୋଇଛି । ଅନ୍ୟପଟେ ୨୦୨୨- ୨୩ ଆର୍ଥିକ ବର୍ଷରେ ରାଜ୍ୟ ପାଇବାକୁ ଥିବା ମୋଟ ଜିଏସଟି ପରିମାଣ ୧୮୭୬୬.୫୮ କୋଟି ଟଙ୍କା ହୋଇଥିବା ବେଳେ ୨୦୨୧-୨୨ରେ ଏହି ପରିମାଣ ୧୬୩୯୨.୨୪ କୋଟି ଟଙ୍କା ଥିଲା । ଏ କ୍ଷେତ୍ରରେ ଓଡ଼ିଶା ୧୪.୪୮% ଅଭବୃଦ୍ଧି ହାସଲ କରିଛି । ୨୦୨୩ ମାର୍ଚ୍ଚ ମାସରେ ପେଟ୍ରୋଲ ଓ ମଦରୁ ୧୯୧୭.୨୯ କୋଟି ଟଙ୍କାର ଭାଟ୍‌ ରାଜସ୍ୱ ସଂଗ୍ରହ କରାଯାଇଥିବା ବେଳେ ୨୦୨୨ ମାର୍ଚ୍ଚରେ ଏହି ସଂଗ୍ରହ ପରିମାଣ ୧୬୯୩.୫୩ କୋଟି ଟଙ୍କା ରହିଥିଲା । ଏଥିରେ ୧୩.୨୧% ଅଭିବୃଦ୍ଧି ଘଟିଛି ।

Leave A Reply

Your email address will not be published.