ଭାରତରେ ବାଘ ସଂଖ୍ୟା ୩, ୧୬୭ ବୃଦ୍ଧି; ବ୍ୟାଘ୍ର ପ୍ରକଳ୍ପ ୫୦ବର୍ଷ ପୂର୍ତ୍ତି ଅବସରରେ ରିପୋର୍ଟ ପ୍ରକାଶ

0 92

ନୂଆଦିଲ୍ଲୀ: ଭାରତରେ ବାଘଙ୍କ ସଂଖ୍ୟା ବଢ଼ିଛି । ବର୍ତ୍ତମାନ ଦେଶରେ ୩ ହଜାର ୧୬୭ଟି ମହାବଳ ବାଘ ରହିଛନ୍ତି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘ ସେନସସ୍ ରିପୋର୍ଟ ପ୍ରକାଶ କରିଛନ୍ତି। ଭାରତ କେବଳ ବାଘଙ୍କୁ ସଂରକ୍ଷଣ ଦେବାରେ ସକ୍ଷମ ନୁହେଁ ବରଂ ବଂଶ ବୃଦ୍ଧି କରିବାରେ ମଧ୍ୟ ସଫଳତା ପାଇଛି ।

ଟାଇଗର ପ୍ରୋଜେକ୍ଟର ୫୦ବର୍ଷ ପୂର୍ତ୍ତି ଅବସରରେ ଅମୃତ କାଳରେ ଟାଇଗର୍ ଭିଜନ୍ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଟାଇଗର ସେନସସ୍ ରିପୋର୍ଟ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୨ ବାଘ ଗଣନା ଅନୁଯାୟୀ, ଭାରତରେ ବାଘ ସଂଖ୍ୟା ୩ହଜାର୧ଶହ ୬୭ ପହଞ୍ଚିଛି । ବିଶ୍ବର ମୋଟ୍ ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି । ୨୦୧୮ରେ ଦେଶରେ ବାଘ ସଂଖ୍ୟା ୨,୯୬୭ ଥିବା ବେଳେ ଗତ ୪ବର୍ଷରେ ଏହି ସଂଖ୍ୟା ୨ଶହ ବଢିଛି ।

 

 

ଟାଇଗର ପ୍ରୋଜେକ୍ଟର ୫୦ବର୍ଷ ପୂର୍ତ୍ତି ଅବସରରେ ସ୍ମାରକୀ ମୁଦ୍ରା ଉନ୍ମୋଚିତ କରିବା ସହ ଇଣ୍ଟରନାସନାଲ୍ ବିଗ୍ କ୍ୟାଟସ୍ ଆଲିଆନ୍ସ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏଥିରେ ବିଭିନ୍ନ ଦେଶରୁ ପ୍ରତିନିଧିମାନେ ସାମିଲ ହୋଇଛନ୍ତି । ବିଶ୍ବର ୭ ପ୍ରଜାତିର ବାଘ ବଂଶର ସୁରକ୍ଷା ଏବଂ ସଂରକ୍ଷଣ ଲାଗି IBCA କାମ କରିବ । ବାଘ ଏବଂ ସିଂହ ସହ ଭାରତ କିଭଳି ବନ୍ୟପ୍ରାଣୀଙ୍କ ସୁରକ୍ଷା , ସଂରକ୍ଷଣ ଏବଂ ବଂଶ ବିସ୍ତାର ଦିଗରେ ପଦକ୍ଷେପ ନେଇଛି ସେ ସମ୍ପର୍କରେ ମୋଦି କହିଛନ୍ତି । ପ୍ରକୃତିର ସୁରକ୍ଷା ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ । ସାରା ବିଶ୍ବରେ ବନ୍ୟପ୍ରାଣୀ ସୁରକ୍ଷାରେ ଭାରତ ଏକ ଅଗ୍ରଣୀ ଦେଶ ପାଲଟିଥିବା ମୋଦି କହିଛନ୍ତି।

 

Leave A Reply

Your email address will not be published.