ସୁନା ଦର ୬୦ ହଜାର ପାର

0 101

ସମ୍ପ୍ରତି ୧୦ ଗ୍ରାମ ପିଛା ସୁନା ଦର ୬୦,୦୦୦ ଅତିକ୍ରମ କରିଛି । ଉଚ୍ଚ ଦର ଯୋଗୁ ଏଥର ଅକ୍ଷୟ ତୃତୀୟା ଫିକା ପଡ଼ିପାରେ । ଗହଣା ବ୍ୟବସାୟୀମାନଙ୍କ ଅନୁମାନ ମୁତାବକ, ଏ ବର୍ଷ ଅକ୍ଷୟ ତୃତୀୟାରେ ସୁନା ବିକ୍ରି ୨୦% ହ୍ରାସ ଘଟିପାରେ । ସମ୍ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ଯୁକ୍ତ ସୁନା ଦର ୬୨,୬୬୦ ପାର କରିଛି । ଗ୍ରାହକମାନେ ଦରକୁ ନେଇ ଚିନ୍ତିତ ।

 

                                                          picture credit: google

ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଶୁଭ ବୋଲି ଗଣାଯାଏ । ଅଲ୍ ଇଣ୍ଡିଆ ଜେମ୍ ଆଣ୍ଡ୍‌ ଜୁଏଲେରି ଡୋମେଷ୍ଟିକ୍‌ କାଉନ୍‌ସିଲ ୍‌(ଜିଜେସି) ଅଧ୍ୟକ୍ଷ ସୟମ ମେହେରା କହିଛନ୍ତି ଯେ, ପରିମାଣକୁ ଯଦି ହିସାବକୁ ନିଆଯାଏ ଗତବର୍ଷ ତୁଳନାରେ ଏଥର ଏହି ପବିତ୍ର ପର୍ବରେ ସୁନା ବିକ୍ରି ୨୦% କମିପାରେ । ଅକ୍ଷୟ ତୃତୀୟା ଅବସରରେ ଦେଶର ଦକ୍ଷିଣ ଭାଗରେ ୪୦% ବ୍ୟବସାୟ ହୋଇଥାଏ, ପଶ୍ଚିମରେ ୨୫%, ପୂର୍ବରେ ୨୦% ଏବଂ ଅବଶିଷ୍ଟ ୧୫% ଉତ୍ତର ଭାରତରେ ହୋଇଥାଏ । ଜିଜେସିର ପୂର୍ବତନ ଅଧ୍ୟକ୍ଷ ଏବଂ ଏନ୍‌ଏସି ଜୁଏଲର୍ସ(ଚେନ୍ନାଇ)ର ଏମ୍‌ଡି ଅନନ୍ଥ ପଦ୍ମନାଭନ କୁହନ୍ତି, ଉଚ୍ଚ ସୁନା ଦର ଅକ୍ଷୟ ତୃତୀୟା ବିକ୍ରିକୁ ପ୍ରଭାବିତ କରିପାରେ

Leave A Reply

Your email address will not be published.