ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ମୋଟା ଅଙ୍କର ଆୟ

0 100

ଗୁଗଲ ଗୋଟିଏ ପଟେ କର୍ମଚାରୀଙ୍କୁ ଛଟେଇ କରୁଛି। ଅନ୍ୟପଟେ ଏହାର ସିଇଓ ଗତବର୍ଷ ପ୍ରାୟ ୧୯ ଅରବ ଟଙ୍କା ରୋଜଗାର କରିଥିଲେ। ଗୁଗଲର ସିଇଓ ମୂଳ ଭାରତୀୟ ୪୪ ବର୍ଷୀୟ ସୁନ୍ଦର ପିଚାଇଙ୍କୁ ୨୦୨୨ରେ ପ୍ରାୟ ୨୨୬ ମିଲିୟନ ଡଲାର ଅର୍ଥାତ୍‌ ୧୮.୫୪ ଅରବ ଟଙ୍କା ବେତନ ମିଳିଥିଲା। ଏହି ବେତନ ସାଧାରଣ କର୍ମଚାରୀଙ୍କ ବେତନଠାରୁ ୮୦୦ ଗୁଣା ଅଧିକ।

କୁହାଯାଉଛି କି ଗୁଗଲର କମ୍ପାନଶେସନ କମିଟି ଏତେ ମୋଟା ବେତନ ସିଇଓଙ୍କ ପଦରେ ତାଙ୍କର ପ୍ରମୋଶନ ଓ କିଛି ପ୍ରଡକ୍ଟର ସଫଳ ଲଞ୍ଚିଂ ପାଇଁ ଦିଆଯାଇଥିଲା। ପିଚାଇଙ୍କ ନେତୃତ୍ୱରେ ଗୁଗଲକୁ ତା’ର ପ୍ରମୁଖ ବିଜ୍ଞାପନ ଓ ୟୁଟ୍ୟୁବ ବିଜନେସରୁ ଲାଭ ମିଳିଛି। ଏହି ସମୟରେ କମ୍ପାନୀ ମେଶିନ ଲର୍ଣ୍ଣିଂ, ହାର୍ଡଓ୍ବେୟାର ଓ କ୍ଲାଉଡ କମ୍ପ୍ୟୁଟିଂରେ ନିବେଶ କରିଥିଲା।

କମ୍ପାନୀ କହିଛି ଷ୍ଟକ ଆଓ୍ବାର୍ଡ କାରଣରୁ ପିଚାଇଙ୍କୁ ଏତେ ମୋଟା ଅଙ୍କର ବେତନ ମିଳିଛି। ତାଙ୍କ ବେତନରେ ପ୍ରାୟ ୨୧୮ ମିଲିୟନ ଡଲାର ଅର୍ଥାତ୍‌ ୧୭.୮୮ ଅରବ ଟଙ୍କା ଷ୍ଟକ ଆଓ୍ବାର୍ଡ ସାମିଲ ରହିଛି।

Leave A Reply

Your email address will not be published.