ଓୟୁଏଟି ପରିସରରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

0 103

ଭୁବନେଶ୍ବର: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ଭୁବନେଶ୍ବର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଅଖିମୁଠି ଅନୁକୂଳ । ଚାଷୀଙ୍କ ମଙ୍ଗଳ ପାଇଁ ମୁଖ୍ୟମନ୍ତ୍ରୀ ଅଖିମୁଠି ଅନୁକୂଳ ସହ ଏହି ପବିତ୍ର ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ରାଜ୍ୟର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଆଗକୁ ଚାଷୀଙ୍କ ଆୟ ଦୁଇଗୁଣା କରିବା ସହ ଏମଏସପି ବୃଦ୍ଧି ଉପରେ ଫୋକସ୍‌ କରିଛନ୍ତି ରାଜ୍ୟ ସରକାର ।

ସୂଚନାଯୋଗ୍ୟ, ଚାଷୀଙ୍କ ପାଇଁ ସଦା ଚେଷ୍ଟିତ ନବୀନ ସରକାର । ସେମାନଙ୍କ ବିକାଶ ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ଆସନ୍ତାକାଲି ଅକ୍ଷୟ ତୃତୀୟାରେ ଖରିଫ ଚାଷ ଅନୁକୂଳ ପାଇଁ କିଛିଦିନ ତଳେ ଚାଷୀଙ୍କୁ ରାଜ୍ୟ ସରକାର କାଳିଆ ଯୋଜନାର ଅର୍ଥ ପ୍ରଦାନ କରିଛନ୍ତି । ଅକ୍ଷୟ ତୃତୀୟାରେ ଭୁବନେଶ୍ଵର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଭୂମିପୂଜା ଓ ଅଖିମୁଠି ଅନୁକୂଳ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସ୍ଵତନ୍ତ୍ର କୃଷି ବଜେଟ୍‌ ଆଣିବା ସହ ବିଭିନ୍ନ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । କାଳିଆ ଯୋଜନାରେ ଚାଷୀଙ୍କୁ ରାଜ୍ୟ ସରକାର ବର୍ଷକୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେଉଛନ୍ତି । ଏଥିରେ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେଉଛନ୍ତି । ସେହିପରି ବଳରାମ ଓ ଅନ୍ୟ ଯୋଜନାରେ ସହାୟତା ଦିଆଯାଉଛି । ବିନା ସୁଧରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ଯାଏଁ କୃଷିଋଣ ଦିଆଯାଉଛି । ଏହାସହ ଗଙ୍ଗାଧର ମେହେର ଜଳ ପ୍ରକଳ୍ପ, ଲୋୟର ସୁକତେଲ୍‌ ଓ ବିଭିନ୍ନ କ୍ଷୁଦ୍ର ଜଳପ୍ରକଳ୍ପ ଜରିଆରେ ରାଜ୍ୟ ସରକାର ଜମିକୁ ପାଣି ଯୋଗାଇବା ବ୍ୟବସ୍ଥା କରି ଚାଷୀଙ୍କ ମୁହଁରେ ହସ ଫୁଟାଇଛନ୍ତି ।

Leave A Reply

Your email address will not be published.