ନୂଆଦିଲ୍ଲୀ ୨୫/ ୦୪: ସପ୍ତାହର ଦ୍ବିତୀୟ କାରବାର ଦିନରେ ଭାରତୀୟ ସେୟାର ବଜାର ସାମାନ୍ୟ ବୃଦ୍ଧି ପାଇ ବନ୍ଦ ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE) ସେନସେକ୍ସ ସୂଚକାଙ୍କ ୭୫ ପଏଣ୍ଟ ବୃଦ୍ଧି ପାଇ ୬୦,୧୩୧ରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (NSE) ନିଫ୍ଟି ୨୬ ପଏଣ୍ଟ ବଢି ୧୭,୭୬୯ରେ ବନ୍ଦ ହୋଇଛି ।
ସେହିଭଳି ବ୍ୟାଙ୍କ ନିଫ୍ଟି ୪୩ ପଏଣ୍ଟ ବଢି ୪୨,୬୭୮ ପଏଣ୍ଟରେ କାରବାର ଶେଷ କରିଛି ।
ଆଜି ସର୍ବାଧିକ ବୃଦ୍ଧି ପାଇଥିବା ସେୟାର ହେଉଛି ବଜାଜ ଫାଇନାନ୍ସ । କମ୍ପାନୀ ସେୟାର ମୂଲ୍ୟ ୧୪୧.୫୦ ଟଙ୍କା (୨.୩୮%) ବୃଦ୍ଧି ଘଟି ୬୦୭୫.୨୫ ଟଙ୍କାରେ ବନ୍ଦ ହୋଇଛି । ସେହିଭଳି HDFC ଲାଇଫ୍ ସେୟାର ମୂଲ୍ୟ ସର୍ବାଧିକ ୧୭.୮୦ ଟଙ୍କା (୩.୨୫%) ହ୍ରାସ ପାଇ ୫୨୯.୭୫ ଟଙ୍କାରେ ବନ୍ଦ ହୋଇଛି ।
ସେନସେକ୍ସର ୩୦ ସେୟାର ମଧ୍ୟରୁ ୧୮ଟି ବୃଦ୍ଧି ଓ ୧୨ଟି ହ୍ରାସ ପାଇ ବନ୍ଦ ହୋଇଥିବା ବେଳେ ନିଫ୍ଟିର ୫୦ ସେୟାର ମଧ୍ୟରୁ ୩୨ଟି ବୃଦ୍ଧି ଓ ୧୮ଟି ହ୍ରାସ ପାଇ ବନ୍ଦ ହୋଇଛି । ମଙ୍ଗଳବାର ଟ୍ରେଡିଂ ବେଳେ ବ୍ୟାଙ୍କିଂ, ଅଟୋ, ଏଫ୍ଏମ୍ସିଜି, ମେଟାଲ୍ସ, ଏନର୍ଜି, ଅଏଲ୍ ଆଣ୍ଡ ଗ୍ୟାସ ସେକ୍ଟର ସେୟାର ଗୁଡିକରେ ଭଲ କାରବାର ହୋଇଛି । ଯେତେବେଳେ କି କଞ୍ଜ୍ୟୁମର ଡ୍ୟୁରେବଲ, ମିଡିଆ, ଆଇଟି ସେକ୍ଟର ଗୁଡିକର ସେୟାର ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି ।
ବୃଦ୍ଧି ପାଇଥିବା ସେୟାର ଗୁଡିକ ମଧ୍ୟରେ ରହିଛନ୍ତି ବଜାଜ୍ ଫାଇନାନ୍ସ, ବଜାଜ ଫିନସର୍ଭ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଭାରତୀ ଏୟାରଟେଲ, SBI, ICICI ବ୍ୟାଙ୍କ, ଲାର୍ସନ୍, ରିଲାଏନ୍ସ ସମେତ ଆଉ କିଛି କମ୍ପାନୀ। ସେହିଭଳି HDFC ବ୍ୟାଙ୍କ, HDFC, ଟେକ୍ ମହିନ୍ଦ୍ରା, ସନ୍ ଫାର୍ମା, ଆକ୍ସିସ୍ ବ୍ୟାଙ୍କ ସମେତ ଆଉ କିଛି ସେୟାର ମୂଲ୍ୟ ହ୍ରାସ ପାଇଛି ।