ପାଣିପାଗ ! ୨୦୬୦ ଯାଏଁ ରହିବ ହିଟ୍ ୱେଭ୍, ଭୟଭୀତ କରୁଛି ଆଇଏମଡିର ଏହି ରିପୋର୍ଟ

0 85

ନୂଆଦିଲ୍ଲୀ: ଆସନ୍ତା ୪୦ ବର୍ଷ ଯାଏଁ ହିଟ୍ ୱେଭ୍ ଜାରି ରହିବ । ହିଟ୍ ୱେଭ୍ ର ସମୟ ବା ଦିନ ଆହୁରି ବୃଦ୍ଧି ହେବ । ଆହୁରି ୧୨ ରୁ ୧୮ ଦିନ ବୃଦ୍ଧି ପାଇବ ବୋଲି ଆଇଏମଡି ପକ୍ଷରୁ ବୂର୍ବାନୁମାନ କରାଯାଇଛି । ମଙ୍ଗଳବାର ଦିନ ପ୍ରକାଶିତ ପାଣିପାଗ ବିଭାଗ (ଆଇଏମଡି) ର ଏକ ନୂତନ ରିପୋର୍ଟ ଅନୁଯାୟୀ, ଉପଦ୍ୱୀପ ତଥା ଉପକୂଳ ଭାରତର ଅଧିକାଂଶ ଅଞ୍ଚଳରେ ୨୦୬୦ ସୁଦ୍ଧା ହିଟ୍ ୱେଭ୍ ଅବଧି ୧୨-୧୮ ଦିନ ବୃଦ୍ଧି ପାଇବ। ଆଇଏମଡି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଭୟାବୟ ବାତ୍ୟା ଝଡ ଭଳି ପ୍ରାକୃତିକ ବିପଦ ଅପେକ୍ଷା ହିଟ୍ ୱେଭ୍‌ରେ ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ଅଧିକ। ଏନେଇ ଅଧିକ ସୂଚନା ଦେବା ପାଇଁ ୧୯୬୧-୨୦୨୦ ମଧ୍ୟର ତଥ୍ୟ ଦିଆଯାଇଛି ।

ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ୪.୫ ଡିଗ୍ରୀ ଉପରେ ରହିଲେ ଏହାକୁ ହିଟ୍ ୱେଭ୍ ଘୋଷଣା କରାଯାଏ । ଉତ୍ତର-ପଶ୍ଚିମ ଭାରତ, ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ମାର୍ଚ୍ଚରୁ ଜୁନ୍ ମଧ୍ୟରେ ହିଟ୍ ୱେଭ୍ ଭଳି ପରିସ୍ଥିତି ସୃଷ୍ଟି ହୁଏ । ଉତ୍ତର ଭାରତ ତୁଳନାରେ ଏହି ଅଞ୍ଚଳରେ ଉତ୍ତାପ ସାମାନ୍ୟ କମ୍ ଥାଏ । ଯଦି ୬୦ ବର୍ଷ ମଧ୍ୟରେ ଏହାର ଧାରାକୁ ଅନୁଧ୍ୟାନ କରିବା ତାହେଲେ ଏହାର ଫ୍ରିକ୍ୱେନ୍ସି ଦୁଇ ଗୁଣ ହୋଇଛି । ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ପୂର୍ବତନ ସଚିବ ତଥା ଆଇଏମଡି ରିପୋର୍ଟର ସହ-ଲେଖକ ଏମ ରାଜୀବ କୁହନ୍ତି, “ଗତ ୩୦ ବର୍ଷ ମଧ୍ୟରେ ହିଟ୍ ୱେଭ୍ ୩ ଦିନ ବୃଦ୍ଧି ପାଇଛି । ଭବିଷ୍ୟତରେ ଆଶା କରାଯାଉଛି, ହିଟ୍ ୱେଭ୍ ବୃଦ୍ଧି ହେବ ।୨୦୬୦ ସୁଦ୍ଧା ହିଟ୍ ୱେଭ୍ ୧୨-୧୮ ଦିନ ବୃଦ୍ଧି ହୋଇଥିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉପକୂଳବର୍ତ୍ତୀ ଅଞ୍ଚଳରେ ହିଟ୍ ୱେଭ୍ ସାଧାରଣ ନୁହେଁ ।

Leave A Reply

Your email address will not be published.