ଦେଶରେ ଆଉ ୭,୫୩୩ ନୂଆ କରୋନା ସଂକ୍ରମିତ ଚିହ୍ନଟ

0 104

ନୂଆଦିଲ୍ଲୀ : ଦେଶରେ ଗତକାଲି ତୁଳନାରେ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ଦେଖାଦେଇଛି। ଆଉ ୭ ହଜାର ୫୩୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪.୪୯ କୋଟିକୁ ବୃଦ୍ଧି ପାଇଛି। ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୩,୮୫୨ରେ ପହଞ୍ଚିଛି। ଶୁକ୍ରବାର ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଆଉ ୪୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୪୬୮ରେ ପହଞ୍ଚିଛି। କେରଳରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ ମୋଟ ଆକ୍ରାନ୍ତଙ୍କ ୦.୧୨ ପ୍ରତିଶତ ସାମିଲ ରହିଛି। ଆରୋଗ୍ୟ ହାର ୯୮.୬୯ ପ୍ରତିଶତ ରେକର୍ଡ କରାଯାଇଛି। ସେହିପରି ଆଉ ୪,୪୩,୪୭,୦୨୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ହାର ୧.୧୮ ପ୍ରତିଶତ ରେକର୍ଡ କରାଯାଇଛି। ଏହାସହ ରାଷ୍ଟ୍ରବ୍ୟାପୀ କୋଭିଡ-୧୯ ଟିକାକରଣ ଅଭିଯାନ ଅନୁଯାୟୀ ସାରା ଦେଶରେ ପ୍ରାୟ ୨୨୦.୬୬ କୋଟି କୋଭିଡ ଟିକାର ପାନ ପ୍ରଦାନ କରାଯାଇଛି।

Leave A Reply

Your email address will not be published.