ଗାଈକୁ ଧକ୍କା ଦେବା ପରେ ‘ଭୋପାଳ-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍‌’ର ସମ୍ମୁଖ ଭାଗ ନଷ୍ଟ

0 103

ନୂଆଦିଲ୍ଲୀ: ନୂଆକରି ଚଳାଚଳ ଆରମ୍ଭ କରିଥିବା ହଜ୍‌ରତ୍‌ ନିଜାମୁଦ୍ଦିନ୍‌-ରାଣୀ କମଳାପତି ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌ ଟ୍ରେନ୍‌ ଗୁରୁବାର ସନ୍ଧ୍ୟାରେ ମଧ୍ୟପ୍ରଦେଶର ଗୋଆଲିୟର୍‌ ଷ୍ଟେସନ୍‌ ନିକଟରେ ଗୋଟାଏ ଗାଈକୁ ଧକ୍କା ଦେବା ଫଳରେ ତା’ର (ଟ୍ରେନ୍‌) ସମ୍ମୁଖ ଅଂଶ ନଷ୍ଟ ହୋଇଯାଇଥିବା କଥା ଜଣେ ସରକାରୀ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛନ୍ତି।

ଗାଈଟି ସନ୍ଧ୍ୟା ପ୍ରାୟ ୬.୧୫ରେ ଗୋଆଲିୟର୍‌ ଅନ୍ତର୍ଗତ ଦାବ୍ରା ଆଡ଼କୁ ପଡ଼ିଥିବା ରେଳଧାରଣା ଉପରକୁ ହଠାତ୍‌ ଚାଲି ଆସିବାରୁ ହଜ୍‌ରତ୍‌ ନିଜାମୁଦ୍ଦିନ୍‌-ରାଣୀ କମଳାପତି ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌ ଟ୍ରେନ୍‌ ତା’କୁ ଧକ୍କା ଦେଇଥିଲା।

ଗାଈକୁ ଧକ୍କା ଦେବା ପରେ ଭୋପାଳ ଅଭିମୁଖେ ଯାଉଥିବା ହଜ୍‌ରତ୍‌ ନିଜାମୁଦ୍ଦିନ୍‌-ରାଣୀ କମଳାପତି ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌ (ଟ୍ରେନ୍‌ ନମ୍ବର ୨୦୧୭୨) ଘଟଣାସ୍ଥଳରେ ୧୫ ମିନିଟ୍‌ ଅଟକି ଥିଲା ବୋଲି ସରକାରୀ ଅଧିକାରୀଜଣକ କହିଛନ୍ତି। ନଷ୍ଟ ହୋଇଯାଇଥିବା ଅଂଶର ଆବଶ୍ୟକୀୟ ମରାମତି କରାଯିବା ପରେ ଟ୍ରେନ୍‌ ପୁଣି ତା’ର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ଏପ୍ରିଲ୍‌ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ବାରା ଏହି ‘ସେମି-ହାଇସ୍ପିଡ୍ ଟ୍ରେନ୍‌’ ଚଳାଚଳ ଶୁଭାରମ୍ଭ କରିଥିଲା। ଚଳାଚଳ ଶୁଭାରମ୍ଭ କରିବା ପରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ରେଳବାଇ ସେକ୍ଟର୍‌କୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ନାଗରିକମାନଙ୍କର ଯାତ୍ରା ସୁଗମ କରିବାକୁ ଆମେ ଉଦ୍ୟମ ଜାରି ରଖିଛୁ।

Leave A Reply

Your email address will not be published.