ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କଲା ପାକ୍ ରେଞ୍ଜର୍ସ

0 100

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ପାକ୍ ରେଞ୍ଜର୍ସ ଇମ୍ରାନ ଖାନଙ୍କୁ ଗିରଫ କରିଛି । ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନକୁ ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ରେଞ୍ଜର୍ସ ତରଫରୁ ନିଆଯାଇଛି ।

ଇମ୍ରାନଙ୍କୁ ଏଭଳି ସମୟରେ ଗିରଫ କରାଯାଇଛି, ଯେତେବେଳେ ସେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଓ ଆଇଏସଆଇର ଅଧିକାରୀ ମେଜର ଜେନରାଲ ଫ୍ରେସଲ ନସୀରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ ।

ଇମ୍ରାନ ଅଭିଯୋଗ ଆଣିଥିଲେ କି ମେଜର ଜେନରାଲ ଫୈସଲ ନସୀର ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଇମ୍ରାନଙ୍କ ଏଭଳି ବୟାନକୁ ନେଇ ପାକିସ୍ତାନ ସେନା ପକ୍ଷରୁ କଟାକ୍ଷ କରାଯାଇଥିଲା । ପାକ୍ ଗଣମାଧ୍ୟମର ରିପୋର୍ଟ ମୁତାବକ ଇସଲାମବାଦ ହାଇକୋର୍ଟ ବାହାରେ ତାଙ୍କୁ ଅଲ୍ କାଦିର ଟ୍ରଷ୍ଟ ମାମଲାରେ ଗିରଫ କରାଯାଇଛି । ଇମ୍ରାନ ଖାନ ଏହି ମାମଲାରେ ଜାମିନ ପାଇଁ କୋର୍ଟକୁ ଆସିଥିଲେ ।

Leave A Reply

Your email address will not be published.