ଶ୍ରୀ ସିମେଣ୍ଟ୍‌ ପକ୍ଷରୁ ରାଜ୍ୟରେ “ରକ୍ ଷ୍ଟ୍ରଙ୍ଗ୍ କଂକ୍ରିଟ୍ ସ୍ପେଶାଲ୍‌” ଶୁଭାରମ୍ଭ

0 102

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ବ୍ରାଣ୍ଡ ଶ୍ରୀ ସିମେଣ୍ଟ ପକ୍ଷରୁ ଓଡିଶା ବଜାର ପାଇଁ ଏକ ନୂତନ ଉତ୍ପାଦ ଉନ୍ମୋଚନ ହୋଇଛି । ନୂତନ ଉତ୍ପାଦ “ରକ୍ ଷ୍ଟ୍ରଙ୍ଗ୍ କଂକ୍ରିଟ୍ ସ୍ପେଶାଲ୍‌”ହେଉଛି ଏକ ଉଚ୍ଚ ଶକ୍ତି ବିଶିଷ୍ଟ ସିମେଣ୍ଟ୍‌, ଏହା ଦ୍ରୁତ ସେଟିଂ ଏବଂ ଉନ୍ନତ ନିର୍ମାଣ ତଥା ଉତ୍ତମ ସ୍ଥାୟୀତ୍ୱ ପାଇଁ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଛି ।

ଶ୍ରୀ ସିମେଣ୍ଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ନୀରଜ ଅଖୋରି କହିଛନ୍ତି ଯେ, “ଓଡିଶାର ଜଟିଳ ତଥା ଅପ୍ରତ୍ୟାଶିତ ପାଣି ପାଗ ପରିସ୍ଥିତି ଏକ ସ୍ୱତନ୍ତ୍ର ସିମେଣ୍ଟ୍ ଆବଶ୍ୟକ କରେ ଯାହା ସହନଶୀଳ ଏବଂ ଦୀର୍ଘ ସ୍ଥାୟୀ ଘର ନିର୍ମାଣ କରିପାରିବ । ଗ୍ରାହକଙ୍କୁ ସନ୍ତୋଷ ପ୍ରଦାନ ଏବଂ ନିରନ୍ତର ସୃଜନଶୀଳତା ପାଇଁ ଏକ ପ୍ରତିବଦ୍ଧ ବିଚାରଧାରା ଦ୍ୱାରା ପରିଚାଳିତ ଶ୍ରୀ ସିମେଣ୍ଟ୍‌, ଉପସ୍ଥାପନ କରିଛି “ରକ୍ ଷ୍ଟ୍ରଙ୍ଗ୍ କଂକ୍ରିଟ୍ ସ୍ପେଶାଲ୍‌” । ଏହି ଉତ୍ପାଦ ଟି ଦଶନ୍ଧି ଧରି ଚାଲିଥିବା କଠୋର ଅନୁସନ୍ଧାନର ପରିଣାମ ଏବଂ କଠୋର ଗୁଣବତ୍ତା ନିୟନ୍ତ୍ରଣ ପ୍ରକ୍ରିୟାରେ ନିର୍ମିତ । ଏହା ଆମର ଗ୍ରାହକଙ୍କ ସର୍ବଦା ବିକାଶଶୀଳ ଏବଂ ବିବିଧ ଆବଶ୍ୟକତାକୁ ପୂରଣ କରେ ।”

ଶ୍ରୀ ସିମେଣ୍ଟ ଲିମିଟେଡ୍‌ର ସେଲ୍ସ୍ ପ୍ରେସିଡେଣ୍ଟ୍‌ ଶୈଳେଶ ଅମ୍ବାସ୍ତା କହିଛନ୍ତି ଯେ, “ଆମର ପୂର୍ବରୁ ରହିଥିବା ବ୍ରାଣ୍ଡ, ରୁଫନ୍ ଏବଂ ବଙ୍ଗୁର୍ ପାୱାର ସହିତ ଓଡିଶା ବଜାରରେ “ରକ୍ ଷ୍ଟ୍ରଙ୍ଗ୍ କଂକ୍ରିଟ୍ ସ୍ପେଶାଲ୍‌”ର ଘୋଷଣା କରି ମୁଁ ଆନନ୍ଦିତ । ଏହି ସୁପର୍ ପ୍ରିମିୟମ ଉତ୍ପାଦ ଏହାର ଉଲ୍ଲେଖନୀୟ ଶକ୍ତି, ଦ୍ରୁତ ନିର୍ମାଣ କ୍ଷମତା, ଆଜୀବନ ସ୍ଥାୟୀତ୍ୱ, ଏବଂ ଆର୍ନ୍ଦ୍ରତା ମୁକ୍ତ ଏଲ୍‌ପିପି ପ୍ୟାକିଂ ସହିତ ଏକ ନୂତନ ମାନକ ସ୍ଥିତ କରିଛି ।

ଏହି ଉଦଘାଟନ ସହିତ ଶ୍ରୀ ସିମେଣ୍ଟ୍‌, ସିମେଣ୍ଟ୍ ଶିଳ୍ପ ଜଗତରେ ଟେକ୍ନୋଲୋଜି ଅଗ୍ରଣୀ ଭାବରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିପାରିଛି ।
ଶ୍ରୀ ସିମେଣ୍ଟ୍‌, ୪୬.୪ଏମ୍‌ଟିପିଏର ଉତ୍ପାଦନ କ୍ଷମତା ସହିତ ଭାରତର ବୃହତ୍ତମ ସିମେଣ୍ଟ୍ ଉତ୍ପାଦନକାରୀ ମାନଙ୍କ ତାଲିକାରେ ନିଜର ସ୍ଥାନ ସୃଷ୍ଟି କରିପାରିଛି । ସେମାନଙ୍କର ଉତ୍ପାଦଗୁଡିକର ବିସ୍ତୃତ ଶ୍ରେଣୀ ସମଗ୍ର ଦେଶରେ ବ୍ୟକ୍ତିଗତ ଏବଂ ଆନୁଷ୍ଠାନିକ ଗ୍ରାହକଙ୍କୁ ଆକର୍ଷିତ କରିଥାଏ ଓ ସେବା ପ୍ରଦାନ କରିଥାଏ । ଶ୍ରୀ ସିମେଣ୍ଟ୍ ସହିତ କମ୍ପାନୀରୁ ଫନ୍ସିମେଣ୍ଟ, ବଙ୍ଗୁର୍ ସିମେଣ୍ଟ ଏବଂ ବଙ୍ଗୁର୍ ପାୱାର ସିମେଣ୍ଟ, ପରି ଉତ୍ପାଦ ପ୍ରଦାନ କରିଥାଏ, ଯାହା ଗୁଣବତ୍ତା ଏବଂ ନିର୍ଭର ଯୋଗ୍ୟତା ସହିତ ଜଡିତ ପ୍ରସିଦ୍ଧ ବ୍ରାଣ୍ଡ ଭାବେ ସୁନାମ ଅର୍ଜନ କରିଛି ।

Leave A Reply

Your email address will not be published.