ରାଷ୍ଟ୍ରପତିଙ୍କ ବାର୍ତ୍ତା, ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ

0 117

ନୂଆଦିଲ୍ଲୀ: ଦେଶକୁ ମିଳିଛି ନୂଆ ସଂସଦ ଭବନ । ନୂଆ ସଂସଦ ଭବନ ଉଦଘାଟନକୁ ନେଇ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଖୁସିବ୍ୟକ୍ତ କରିଛନ୍ତି । ଭାରତର ଗଣତନ୍ତ୍ରର ଯାତ୍ରାରେ ଏଷହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭବନ ଉଦଘାଟନକୁ ରାଷ୍ଟପତି ସ୍ୱାଗତ କରିଛନ୍ତି । ସାରା ଦେଶ ପାଇଁ ଏହା ଅତ୍ୟନ୍ତ ଖୁସିର ଏବଂ ଗର୍ବର ମୁହୂର୍ତ୍ତ ବୋଲି ରାଷ୍ଟ୍ରପତି କହିଛନ୍ତି ।

ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ବାର୍ତ୍ତାକୁ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପାଠ କରିଥିଲେ। ଏଥିସହିତ ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ନୂଆ ସଂସଦ ଭବନ ଉଦ୍‌ଘାଟନ ଦେଶର ଇତିହାସରେ ସ୍ବର୍ଣ୍ଣିମ ଶବ୍ଦରେ ଲିପିବଦ୍ଧ ହୋଇ ରହିବ। ସଂସଦ ଦେଶ ପାଇଁ ଆଲୋକ ବର୍ତ୍ତିକା। ଦେଶର ଗଣତାନ୍ତ୍ରିକ ଯାତ୍ରାରେ ନୂଆ ସଂସଦ ଭବନ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ରାଷ୍ଟ୍ରପତି କହିଛନ୍ତି।

Leave A Reply

Your email address will not be published.