ସମସ୍ତ ଚେଷ୍ଟା ହେଲା ବିଫଳ ଶେଷରେ ଜୀବନ ହାରିଲା ଦନ୍ତା

0 126

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଗୁରିଲୋ ଗ୍ରାମ୍ୟ ଜଙ୍ଗଲ ରେ ଦୁଇ ଦିନ ଧରି ଅସୁସ୍ଥ ଥିବା ଦନ୍ତା ହାତୀ ର ଆଜି ସକାଳ ସମୟରେ ମୃତ୍ୟୁ ଘଟିଛି ଦୁଇଦିନ ଧରି ବନ ବିଭାଗ ର କର୍ମଚାରୀ ଓ ଡାକ୍ତରୀ ଦଳ ଅକ୍ଲାନ୍ତ ପରିଶ୍ରମ କରି ଚିକିତ୍ସା କରିବା ସହ ସେବା ଯତ୍ନ ନେବା ପରେ ଗତକାଲି ସନ୍ଧ୍ୟା ବେଳେ ହାତୀ ସାମାନ୍ୟ ସୁସ୍ଥ ଅନୁଭବ କରି ନିକଟରେ ଥିବା ଜଙ୍ଗଲ କୁ ଚାଲିଯାଇଥିଲା ଫଳରେ ବନବିଭାଗ କର୍ମଚାରୀ ଓ ଡାକ୍ତରୀ ଦଳ ଖୁସି ବ୍ୟକ୍ତ କରିଥିଲେ ସାମାନ୍ୟ ସୁସ୍ଥ ପରେ ନିକଟରେ ଥିବା ଜଳାଶୟ କୁ ପଳାଇ ଯାଇଥିଲା ସେଠାରେ ପାଣି ପିଇ ସାରିବା ପରେ ପୁଣି ଅସୁସ୍ଥ ହୋଇ ତଳେ ପଡିଯାଇଥିଲା ପୁଣି ଡାକ୍ତରୀ ଦଳ ଚିକିତ୍ସା ଜାରି ରଖିଥିଲେ କିନ୍ତୁ ପରିତାପର ବିଷୟ ଚିକିତ୍ସା ଧୀନ ଅବସ୍ଥା ରେ ଆଜି ଭୋର ସମୟରେ ଦନ୍ତା ହାତୀ ଟି ର ମୃତ୍ୟୁ ଘଟିଥିଲା ଡାକ୍ତରୀ ଦଳ ମୃତ ଦନ୍ତା ହାତୀ ର ଶବ ବ୍ୟବଛେଦ କରିବା ପରେ ମୃତ ଦନ୍ତା ହାତୀ କୁ ପୋତି ଦିଆ ଯାଇଛି ମୃତ୍ୟୁ ର କାରଣ ଜାଣିବା ପାଇଁ ହାତୀ ର ରକ୍ତ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ଓ ୟୁ ଏ ଟି କୁ ପଠାଇ ଦିଆଯାଇଛି

Leave A Reply

Your email address will not be published.