ସାରା ରାଜ୍ୟରେ ନିଆଁ ବର୍ଷା, ଫିକା ପଡ଼ିପାରେ ରଜ ମଉଜ

0 124

ଭୁବନେଶ୍ବର: ସାରା ରାଜ୍ୟରେ ନିଆଁ ବର୍ଷା । ଦିନ ସାଢେ ଦୁଇଟା ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ସମ୍ବଲପୁର । ସମ୍ବଲପୁରରେ ୪୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ହୀରାକୁଦରେ ୪୪.୪ ଡିଗ୍ରୀ ତାତି ରେକର୍ଡ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ବରରେ ୪୩.୮ ରହିଛି ତାପମାତ୍ରା  ।

ସେହିପରି ଝାରସୁଗୁଡ଼ାରେ ୪୨.୪ ଓ କେନ୍ଦୁଝରରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଚାନ୍ଦବାଲିରେ ୩୯, ବାଲେଶ୍ୱରରେ ୩୭.୪, ପୁରୀରେ ୩୬.୪, ଗୋପାଳପୁରରେ ୩୪.୬ ଓ ପାରାଦୀପରେ ୩୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ପାରାଦୀପରେ ୭୨ପ୍ରତିଶତ ଆଦ୍ରତା ଥିବା ବେଳେ ୬୦ ପ୍ରତିଶତ ଉପରେ ରହିଛି ୪ସହରର ଆଦ୍ରତା ।

ସମ୍ବଲପୁରରେ ସର୍ବାଧିକ ତାତି ଥିବା ବେଳେ ଗୁଳୁଗୁଳି ୨୧ପ୍ରତିଶତ ରହିଛି । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପ୍ରବଳ ଖରା  । ୧୬ ତାରିଖ ଯାଏ ତାତିରୁ ମିଳିବନି ନିସ୍ତାର ।  ଆଜି ପାଇଁ ୧୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଓ ୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ । କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ଡିଗ୍ରୀ ଅଧିକ ଅନୁଭୂତ ହେବ । ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଫିକା ପଡ଼ିବ ରଜ ମଉଜ ।

Leave A Reply

Your email address will not be published.