ତତଲା ତାଓ୍ବାରେ ସିଝୁଛି ଓଡ଼ିଶା

0 123

ଭୁବନେଶ୍ୱର: ରାତି ପାହିଲେ ବଢୁଛି ତାତି । ସକାଳ ହେଉ ହେଉ ତତଲା ତାଓ୍ବାରେ ସିଝୁଛି ଓଡ଼ିଶା । ଅଧା ଓଡ଼ିଶାକୁ ଅଣାୟତ୍ତ କରୁଛି ସିଭିୟର ହିଟ୍ଓ୍ବେଭ । ଦିନ ସାଢ଼େ ୧୧ଟା ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ହୋଇଛି । ସମ୍ବଲପୁରରେ ତାପମାତ୍ରା ୪୨.୬ ଡିଗ୍ରୀ ଥିବା ବେଳେ, ହୀରାକୁଦରେ ୪୨.୪, ଭୁବନେଶ୍ବରରେ ୪୨.୨, ଝାରସୁଗୁଡ଼ାରେ ୪୨.୨, କେନ୍ଦୁଝର ୩୯.୨, ଚାନ୍ଦବାଲି ୩୮.୬, ପୁରୀ ୩୬, ଗୋପାଳପୁର ୩୫.୪, ପାରାଦୀପ ୩୪.୪ ଓ ବାଲେଶ୍ବରରେ ତାପମାତ୍ରା ୩୩.୬ ଡିଗ୍ରୀର ରେକର୍ଡ କରାଯାଇଛି । ଉପକୂଳ ଓଡ଼ିଶାରେ ଉଚ୍ଚ ଆର୍ଦ୍ରତା ବଢ଼ାଉଛି ଗୁଳୁଗୁଳି । ଆଗାମୀ ୪ ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ଆଗାମୀ ୩ ଦିନ ଉପକୂଳ ଏବଂ ୫ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ ।

Leave A Reply

Your email address will not be published.