ନନ୍ଦାହାଣ୍ଡି ହାଇସ୍କୁଲ ପରିସରରେ ତିନୋଟି ଭାଲୁ

0 159

ସ୍କୁଲ ପରିସରରେ ଭାଲୁ । ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ତିନୋଟି ଭାଲୁ । ମା ସହିତ ଦୁଇଟି ଛୁଆ ରହିଛନ୍ତି। ସ୍କୁଲର ଦୁଇ ପାଇଖାନା ମଝି ରେ ରହିଛନ୍ତି ଭାଲୁ । ଭୟ ରେ ସ୍କୁଲ ଛାତ୍ର ଛାତ୍ରୀ । ସ୍କୁଲ ରେ ଷଷ୍ଠ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ବର୍ତ୍ତମାନ ୨୦୦ ର ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ଅଛନ୍ତି ଏବଂ ୧୬ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍କୁଲ କର୍ମଚାରୀ ରହିଛନ୍ତି । ଘଟଣା ସ୍ଥଳରେ ବର୍ତ୍ତମାନ ବନ ବିଭାଗ ର ଟିମ ପହଞ୍ଚି ଘଟଣା ର ଅନୁଧ୍ୟାନ କରୁଛନ୍ତି । ସକାଳେ ରାତ୍ରି ଜଗୁଆଳି ୬ ଟି ଭାଲୁ ଦେଖିଥିବା ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି । ବର୍ତ୍ତମାନ ତିନୋଟି ଭାଲୁ ଦେଖା ଯାଉଥିବା କହିଛନ୍ତି ପ୍ରଧାନଶିକ୍ଷକ ଅଭିଳାଷ ସାହୁ ।

Leave A Reply

Your email address will not be published.