ଶ୍ରୀଲଙ୍କାକୁ ହରାଇ ଏସିଆ କପ ଫାଇନାଲରେ ଭାରତ

0 82

କଲମ୍ବୋ: ଟିମ ଇଣ୍ଡିଆର ଦମଦାର ପ୍ରଦର୍ଶନ । ଶ୍ରୀଲଙ୍କାକୁ ହରାଇ ଏସିଆ କପ ଫାଇନାଲରେ ରୋହିତ ବାହିନୀ । କୁଲଦୀପ ଯାଜବଙ୍କ ଦମଦାର ବୋଲିଂ ଏବଂ ୪ ଓ୍ବିକେଟ ଦଳକୁ ବିଜୟରେ ସହାୟକ ହୋଇଛି । ୪୧ ରନରେ ଭାରଜ ଜିତିଥିବାବେଳେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଶ୍ରୀଲଙ୍କା ଆଗରେ ୨୧୪ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଶ୍ରୀଲଙ୍କା ୪୧.୩ ଓଭରରେ ୧୭୨ ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଦୁନିଥ ଓ୍ବାଲାଲାଙ୍ଗେ ସର୍ବାଧିକ ୪୨ ରନ କରିଥିବାବେଳେ ଧନଞ୍ଜୟ ଡିସିଲଭା ୪୧ ରନ କରିଥିଲେ । ଭାରତ ପକ୍ଷରୁ କୂଳଦୀପ ଯାଦବ ୪ଟି ଓ୍ବିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.