ଅଷ୍ଟ୍ରେଲିଆ ଅଫରକୁ ପ୍ରତ୍ୟାଖାନ କଲେ ଅଶ୍ବିନୀଙ୍କ ଡୁପ୍ଲିକେଟ୍

0 73

ନୂଆଦିଲ୍ଲୀ: ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଟିମ ଭୟରେ । ଟିମ୍ ଅଷ୍ଟ୍ରେଲିଆର ଚିନ୍ତା ବଢ଼ାଇଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ । ବିଶ୍ବକପ୍ ଦଳରେ ଅଶ୍ବିନୀଙ୍କ ଏଣ୍ଟ୍ରି ପରେ କଙ୍ଗାରୁ ଟିମର ହଜି ଯାଇଛି ନିଦ । ଅଶ୍ବିନୀଙ୍କ ବୋଲିଂଙ୍କୁ ଫେସ କରିବାକୁ ଅଷ୍ଟ୍ରେଲିଆ କରିଥିଲା ଯୋଜନା । ହେଲେ ଏହି ଯୋଜନା ଫେଲ୍ ମାରି ଯାଇଛି । ଆଉ କଙ୍ଗାରୁ ଯୋଜନାରେ ପାଣି ମିଶାଇ ଦେଇଛନ୍ତି ଅଶ୍ବିନୀଙ୍କ ଡୁପ୍ଲିକେଟ୍ ମହେଶ ପିଥିଆ । ଅଷ୍ଟ୍ରେଲିଆ ଟିମ୍ ଦେଇଥିବା ଅଫରକୁ ପ୍ରତ୍ୟାଖାନ କରି ଦେଇଛନ୍ତି ଡାହାଣ ହାତି ଅଫ୍ ସ୍ପିନର ମହେଶ ।

ସୂଚନାଯୋଗ୍ୟ, ଅକ୍ଟୋବର ୫ ତାରିଖରୁ ଭାରତରେ ଦିନିକିଆ ବିଶ୍ବକପ୍ ଆରମ୍ଭ ହେଉଛି । ସବୁ ଟିମ ଭାରତ ଆସି ସାରିଥିବା ବେଳେ ଓ୍ବାର୍ମ ଅପ୍ ମ୍ୟାଚ ଖେଳୁଛନ୍ତି । ୮ ଅକ୍ଟୋବରରୁ ଭାରତ, ଅଷ୍ଟ୍ରେଲିଆ ବିରୋଧରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ । ଅଶ୍ବିନୀଙ୍କୁ ଫେସ କରିବାକୁ ଅଷ୍ଟ୍ରେଲିଆ ଟିମ୍ ତାଙ୍କ ଡୁପ୍ଲିକେଟ କୁହାଯାଉଥିବା ମହେଶଙ୍କୁ ନେଟ୍ ବୋଲର ଭାବେ ରଖିବାକୁ ନିଷ୍ପତ୍ତି ନେଇଥିଲା ।

ଏଥିପାଇଁ ବରୋଦ୍ରା ଟିମର ଡାହାଣ ହାତି ଅଫ ସ୍ପିନର ମେହଶଙ୍କୁ ଯୋଗାଯୋଗ କରିଥିଲା ଅଷ୍ଟ୍ରେଲିଆ । କାରଣ ମହେଶଙ୍କ ବୋଲିଂ ଆକ୍ସନ ଅଶ୍ବିନୀଙ୍କ ବୋଲିଂ ଆକ୍ସନ ସହ ପ୍ରାୟତଃ ସମାନ । ଏଥିପାଇଁ ମହେଶଙ୍କୁ ଅଶ୍ବିନୀଙ୍କ ଡୁପ୍ଲିକେଟ୍ କୁହାଯାଇଥାଏ । ଅଶ୍ବିନୀ ଭାରତୀୟ ଟିମରେ ସାମିଲ ହେବା କ୍ଷଣି ଅଷ୍ଟ୍ରେଲିଆ ଟିମ୍ ମହେଶଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା ଓ ତାଙ୍କୁ ନେଟ ବୋଲର ଭାବେ ଦଳରେ ସାମିଲ ହେବାକୁ ଅଫର ଦେଇଥିଲା । ହେଲେ ମହେଶ ଅଷ୍ଟ୍ରେଲିଆର ଏହି ଅଫରକୁ ପ୍ରତ୍ୟାଖାନ କରି ଦେବା ସହ ବରୋଦ୍ରା ଟିମ୍ ପାଇଁ ଖେଳିବାକୁ ଅଧିକ ମହତ୍ବ ଦେଇଛନ୍ତି ।

ମହେଶ କହିଛନ୍ତି, ‘ଏହା ଏକ ଭଲ ଅଫର ଥିଲା । ହେଲେ ଆଗକୁ ହେବାକୁ ଯାଉଥିବା ଘରୋଇ ସିଜିନରେ ବରୋଦ୍ରା ଟିମରେ ରହିଛି । ଏ ନେଇ ମୁଁ ବିଚାର କରି ଓ କୋଚଙ୍କ ସହ କଥା ହେବା ପରେ ଅଷ୍ଟ୍ରେଲିଆର ଅଫରକୁ ନା କହି ଦେଲି ।’

ସୂଚନାଯୋଗ୍ୟ, ଗତ ବୋର୍ଡର ଗାଭାସ୍କର ଟ୍ରଫି ସମୟରେ ଅଷ୍ଟ୍ରେଲିଆ ଟିମ ମହେଶଙ୍କ ସହ ଯୋଗାଯୋଗ କରି ତାଙ୍କୁ ନେଟ ବୋଲିର ଭାବେ ହାୟର କରିଥିଲା ।

Leave A Reply

Your email address will not be published.