ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ

0 111

ଭୁବନେଶ୍ୱର:ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା କଟକରେ ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ଏକ ଅତ୍ୟାଧୁନିକ ଲାଇବ୍ରେରୀପ୍ରତିଷ୍ଠା ପାଇଁ କଟକବାସୀଙ୍କ ମତାମତକୁ ଗ୍ରହଣ କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଲାଇବ୍ରେରୀରେ ଏକ ବଡ ହଲ ରହିବ । ଯେଉଁଠାରେ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୩୦ କୋଟି ୫୮ଲକ୍ଷ ୩୧ ହଜାର୧୦୦ ଟଙ୍କା ଖର୍ଚ୍ଚପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ କଟକ ଗସ୍ତ ସମୟରେ ଛାତ୍ରଛାତ୍ରୀମାନେ ବସି ପାଠ ପଢିପାରିବେ । ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ସେଠାରେ ପ୍ରସ୍ତୁତି କରି ପାରିବେ । ସୂଚନାଯୋଗ୍ୟ ଯେ ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତ କଟକର ଡଗରପଡାଠାରେ ଜନ୍ମ ଗ୍ରହଣ କରିଥିଲେ । ସମାଜବାଦୀ ଆନେ୍ଦାଳନରେ ଯୋଗଦେଇଦଳିତ, ଶ୍ରମିକ ଓ ମଜ୍ଦୁରମାନଙ୍କ ସ୍ୱାର୍ଥରସୁରକ୍ଷା ପାଇଁ ଜୀବନବ୍ୟାପୀ ସଂଗ୍ରାମକରିଥିଲେ ।ତାଙ୍କ ନାମରେ ଲାଇବ୍ରେରୀପ୍ରତିଷ୍ଠା ଦ୍ୱାରା ସ୍ୱର୍ଗତ ପଣ୍ଡିତଙ୍କର ସ୍ମୃତିକୁଉପଯୁକ୍ତ ସମ୍ମାନ ମିଳିବା ସହିତ ତାଙ୍କଅବଦାନ ସମ୍ପର୍କରେ ଜନସାଧାରଣ,ବିଶେଷକରି ଯୁବସମାଜ ଅବଗତ ହେବାସହିତ ଅନୁପ୍ରାଣିତହେବେ ବୋଲିମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.