ଶହୀଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି

0 94

ଢେଙ୍କାନାଳ,(ଡିକେ ନୁ୍ୟଜ): ଭୁବନବ୍ଲକ ଅନ୍ତର୍ଗତ ରକ୍ତତୀର୍ଥ ନୀଳକଙଋପୁରଗ୍ରାମସ୍ଥିତ ଶହୀଦ ବାଜି ରାଉତ ସମୃତିପୀଠ ଠାରେ ଶହୀଦ ବାଜ ରାଉତସମତି ପରିଷଦ, ନୀଳକଙଋପୁର ଏବଂଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେସହୀଦ ବୀର ବାଜି ରାଉତଙ୍କ ଶ୍ରାଦ୍ଧତ୍ସବସମାରୋହରେ ପାଳିତ ହୋଇଯାଇଛି ।ପୀଠ ସ୍ଥିତ ପ୍ରତିମୂର୍ତ୍ତି ଏବଂ ଶହୀଦ ସ୍ମୃତିସ୍ତମ୍ଭରେ ଅତିଥିମାନେ ପୁଷ୍ପାଞ୍ଜଳି ପ୍ରଦାନକରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ।ଉତ୍ସବରେ ମୁଖ୍ୟ ଅତିଥି ଭାବେମାନ୍ୟବର ମନ୍ତ୍ରୀ ଇସ୍ପାତ, ଖଣି ଓ ପୂର୍ତ୍ତବିଭାଗ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କସମେତ ସମସ୍ତ ଅତିଥିଙ୍କୁ ନୀଳକଙଋପୁରବ୍ରାହ୍ମଣୀ ନଦୀଘାଟ ଠାରେ ତଳିଅର୍ପଣକରିଥିଲେ । ସଂଗ୍ରାମର ଉଦେ୍ଦଶ୍ୟ ଥିଲାସ୍ୱାଧୀନ ଜୀବନ ଯାପନ । ଦେଶମାତୃକାର ରକ୍ଷା ନିମନ୍ତେ ବାଳକ ବାଜିରାଉତଙ୍କ ତ୍ୟାଗ ଅତି ମହାନ ବୋଲିମୁଖ୍ୟ ଅତିଥୀ କହିଥିଲେ । ତାଙ୍କ ତ୍ୟାଗରନିଦର୍ଶନ ସ୍ୱରୂପ ରକ୍ତତୀର୍ଥ କ୍ଷେତ୍ର ଏହିନୀଳକଣ୍ଡଗ୍ରାମର ସାମଗ୍ରିକ ବିକାଶନିମନ୍ତେ ଅଧିକ ଧ୍ୟାନ ଦିଆଯାଉଛିବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ପ୍ରକାଶକରିଥିଲେ । ଉତ୍ସବରେ ଉଦ୍ଘାଟକଭାବେ ଯୋଗଦେଇ ମାନ୍ୟବରସାଂସଦ ମହେଶ ସାହୁ ବାଜି ରାଉତଙ୍କବଳିଦାନ ଅନନ୍ୟ ବୋଲି ବର୍ଣ୍ଣନାକରିଥିଲେ । ଦେଶପ୍ରେମ ଜନମାନସରେସଂ·ରିତ ହେବ ବୋଲି କହି ଦେଶସେବା ନିମନ୍ତେ ନିଃସ୍ୱାର୍ଥ ଭାବ ନେଇସ୍ୱତଃ ଭାବେ ଆଗେଇ ଆସିବାକୁ ସେସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।ଉତ୍ସବରେ ଆରକ୍ଷୀ ଅଧୀକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଅନ୍ୟତମ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ ।ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି(ସାଧାରଣ), ଭୁବନ ବ୍ଲକଚେୟାରମ୍ୟାନ ସସ୍ଥା ବରାଳ, ପ୍ରମୁଖଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନେଜାତୀୟ ସଙ୍ଗୀତ ଗାନ କରିଥିଲେ । ବାଜିରାଉତଙ୍କ ଦାୟଦମାନଙ୍କୁ ମନ୍ତ୍ରୀଉପଢୌକନ ଦେଇ ସମ୍ମାନିତକରିଥିଲେ । ଶହୀଦ ବାଜି ରାଉତଙ୍କଶ୍ରାଦେ୍ଧାତ୍ସବ ଉପଲକ୍ଷେ ବାକିଚୌକସ୍ଥିତ ବାଜି ରାଉତଙ୍କ ପ୍ରତିମୂର୍ତ୍ତିଓ ଶହୀଦ ମୀନାରରେ ସାଂସଦମହେଶ ସାହୁ, ପୌର ପରିଷଦରଅଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷପ୍ରକାଶ ଚନ୍ଦ୍ର ଜୁଆର, ଜିଲ୍ଲାପାଳସରୋଜ କୁମାର ସେଠୀ, ଆରକ୍ଷୀଅଧୀକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ରସେଠି ପୌରାଞ୍ଚଳର ପାରିଷଦ ବୃନ୍ଦ,ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.