କେନ୍ଦୁଝର ବନଖଣ୍ଡରେ ବାଘ ଗଣନା ଆରମ୍ଭ

0 51

କେନ୍ଦୁଝର, ( ଡି କେ ନୁ୍ୟଜ) :କେନ୍ଦୁଝର ବନଖଣ୍ଡର ୭ ଟିରେଞ୍ଜରେ ଆଜି ଠାରୁ ବାଘ ଗଣନାକାର୍ଯ୍ୟ ଆରମ୍ଭ ହୋଇଛି । ଅକ୍ଟୋବର୧୫ ରୁ ୩୧ପର୍ଯ୍ୟନ୍ତ ବାଘ ଗଣନାକରାଯିବ । ବାଘ ଗଣନା କାର୍ଯ୍ୟରେରେଞ୍ଜର, ଫରେଷ୍ଟର ଏବଂ ଫରେଷ୍ଟଗାର୍ଡଙ୍କ ସମେତ ବନ କର୍ମଚାରୀସାମିଲ ହୋଇଛନ୍ତି । ବାଘ ର ପାଦଚିହ୍ନ(ପଗ ମାର୍କ) ନିଆଯିବ । ବାଘଯାତାୟତ କରୁଥିବା ଜଙ୍ଗଲରେ ଟ୍ରାପକ୍ୟାମରା ଲଗାଯାଇଛି । ଏହିସମୟରେ ନଦୀ, ନାଳ ନିକଟରେବାଲି ଥିଲେ ତାହାକୁ ସମତୁଲ କରିବାଘ ର ପାଦ ଚିହ୍ନ ନିଆଯାଉଛି ।ବାଘର ମଳର ନମୂନା ସଂଗ୍ରହକରାଯାଇ ପରୀକ୍ଷା କରାଯିବ । ବାଘରସଠିକ୍ ସଂଖ୍ୟା ନିରୂପଣ ପାଇଁ ଚଳିତବର୍ଷ ଅଧିକ ସ୍କ୍ୱାର୍ଡ କରାଯାଇଛି ।ମହାବଳ ବାଘ ବିଚରଣ କରୁଥିବାପାଟଣା ରେଞ୍ଜ, ଘଟଗାଁ ରେଞ୍ଜରେକ୍ୟାମେରା ଖଞ୍ଜାଯିବା ସହ ପାଦ ଚିହ୍ନନିଆଯିବ ବୋଲି ଘଟଗାଁ ରେଞ୍ଜଦାୟିତ୍ୱରେ ଥିବା ଏସିଏଫ୍ ପ୍ରଭାତକୁଅଁର ପ୍ରକାଶ କରିଛନ୍ତି । ବାଘରଲୋମ, ମଳ, ମୂତ୍ରର ପରୀକ୍ଷା ଓୟୁଏଟିଦ୍ୱାରା କରାଯିବ । ବ୍ୟାଘ୍ର ଗଣନା ପାଇଁଗୋଟିଏ ବିଟ୍ ରେ ୨୦ଟି ପିଆଇପିପ୍ରସ୍ତୁତ କରାଯାଇଛି । ଜଙ୍ଗଲ ଭିତରେ୫ କିଲୋମିଟର ପାଦଚଲା ପେଟ୍ରୋଲିଂକରି ଓଡିଶା ଫରେଷ୍ଟ ମନିଟରିଂ ଆପରେ ଅପଲୋଡ କରାଯାଉଛି ।ବିଶେଷ କରି ବାଘ ରହୁଥିବାଟେରିଟୋରୀରେ ଗଣନା କୁ ଅଧିକପ୍ରାଧାନ୍ୟ ଦିଆଯାଇଛି । ଘଟଗାଁରେଞ୍ଜର ୩ଟି ସେକ୍ସନର ୧୩ ଟିବିଟ୍ରେ ବାଘର ଗତିବିଧି ଏବଂ କେଉଁପ୍ରଜାତିର କେତେ ବାଘ ଅଛନ୍ତି ତାହାଜାଣିବା ପାଇଁ ଟ୍ରାପ କ୍ୟାମେରାଲଗାଯାଇଛି । ଜଙ୍ଗଲ ଭିତରେ୫କିଲୋମିଟର ପାଦଚଲାପେଟ୍ରୋଲିଂ କରାଯାଇ ବାଘର ପାଦଚିହ୍ନ, ମଳ ସଂଗ୍ରହ କରାଯାଉଛି ।କେନ୍ଦୁଝର ବନଖଣ୍ଡରେ ଗୋଟିଏମହାବଳ ବାଘ ଏବଂ ଗୋଟିଏକଲରାପତରିଆ ବାଘ ଚିହ୍ନଟହୋଇଥିବାବେଳେ ବାଘ ଗଣନାପରେ କେତେ ସଂଖ୍ୟାରେ କେଉଁପ୍ରଜାତିର ବାଘ ଅଛନ୍ତି ତାହାଜଣାପଡିବ । ପ୍ରଥମ ଦିନରେ ଘଟଗାଁରେଞ୍ଜ ଘଟଗାଁ ସେକ୍ସନ ବାଇଗଣପାଳବିଟ୍ ଅଟେଇ ସଂରକ୍ଷିତ ଜଙ୍ଗଲ ଏବଂଢେଙ୍କିକୋଟ ସେକ୍ସନ ବାଲିପୋଖରୀବିଟ୍ କାଳିମାଟି ସଂରକ୍ଷିତ ଜଙ୍ଗଲରେବାଘର ପାଦ ଚିହ୍ନ ଠାବ କରାଯାଇଛି ।ବାଘର ପାଦ ଚିହ୍ନ କଲରାପତରିଆବାଘର ହୋଇଥିବା ଅନୁମାନକରାଯାଉଥିବାବେଳେ ପାଦ ଚିହ୍ନନିଆଯାଇ ପରୀକ୍ଷା ପରେ କେଉଁପ୍ରଜାତିର ଜଣାପଡିବ ଏସିଏଫ୍ଜିତେନ୍ଦ୍ର ବେହେରା ପ୍ରକାଶ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ରାଜ୍ୟରେ ୨୦ଟିମହାବଳ ବାଘ ସହିତ ୪୦୦ ରୁ ଅଧିକକଲରାପତରିଆ ବାଘ ଅଛନ୍ତି ।

Leave A Reply

Your email address will not be published.