ଭଜି ବ ଦଶହରା

0 118

ଭୁବନେଶ୍ୱର,୧୯ା୧୦(ଡିକେ ନୁ୍ୟଜ):ଦଶହରାରେ ଉପକୂଳ ଓଡ଼ିଶାରେହୋଇପାରେ ବର୍ଷା । ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି ବୋଲିପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।ପାଣିପାଗ ବିଭାଗର ସୂଚନା ମୁତାବକ୨୫ ତାରିଖ ବେଳକୁ ବର୍ଷାର ପରିମାଣବଢିବ । ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍କରି କୁହାଯାଇଛି ଯେ ୨୧ରେ ଲଘୁ·ପସମ୍ଭାବନା ଥିବାବେଳେ ୨୩ରେ ଆହୁରିଘନୀଭୂତ ହୋଇ ଅବପାତରେ ପରିଣତହେବ ଗତକାଲିର ଘୂର୍ଣ୍ଣିବଳୟ ।ଦକ୍ଷିଣପୂର୍ବ ବଙ୍ଗୋପସାଗର ସମୁଦ୍ରମଧ୍ୟସ୍ଥ ବାୟୁମଣ୍ଡଳର ତଳ ଭାଗରେସକ୍ରିୟ ରହିଛି । ଏହା ଉତ୍ତର-ପଶ୍ଚିମଦିଗରେ ଗତ କରିବା ସହ ୨୧ ତାରିଖ ସକାଳ ବେଳକୁ ଏହା ପ୍ରଭାବରେ ବଙ୍ଗୋପସାଗରରମଧ୍ୟଭାଗରେ ଏକ ଲଘୁ·ପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେଏହା ଆହୁରି ଘନୀଭୂତ ହୋଇ ୨୩ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରଅଞ୍ଚଳରେ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି । ସେହିପରି ଆଗାମୀ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପଶ୍ଚିମା-ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନାଥିବାବେଳେ ୨୦ ରୁ ୨୩ ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନାରହିଛି । ୨୪ରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାଏବଂ ୨୫ରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.