ରାଜ କୁନ୍ଦ୍ରାଙ୍କ ବନ୍ଦୀ ଜୀବନ ଆଧାରିତ ଫିଲ୍ମର ଟ୍ରେଲର୍ ରିଲିଜ୍

0 63

ମୁମ୍ବାଇ, ୧୯ା୧୦: ନିଜ ଜୀବନଉପରେ ଆଧାରିତ ରାଜ କୁନ୍ଦ୍ରାଙ୍କ‘ୟୁଟି ୬୯’ ଫିଲ୍ମ ଟ୍ରେଲର ରିଲିଜ୍ ।ପ୍ରଥମ କରି ଅଭିନୟ ଦୁନିଆରେ ପାଦଥାପିଛନ୍ତି ନିଦେ୍ର୍ଦଶକ ରାଜ କୁନ୍ଦ୍ରା । ନିଜକାହାଣୀକୁ ଆଧାର କରି ପ୍ରସ୍ତୁତ
ହୋଇଥିବା ସିନେମାନେ ନିଜେଅଭିନୟ କରିଛନ୍ତି ରାଜ କୁନ୍ଦ୍ରା । ଏଫିଲ୍ମ ବ୍ୟାନରରେ ନିର୍ମିତ ଏହିଚଳଚ୍ଚିତ୍ରକୁ ଶାହନୱାଜ ଅଲିନିଦେ୍ର୍ଦଶନା ଦେଇଛନ୍ତି । ନଭେମ୍ବର୩ରେ ରିଲିଜ୍ ହେବ ‘ୟୁଟି ୬୯’ ।
କହିବାକୁ ଗଲେ ‘ୟୁଟି ୬୯’ ହେଉଛିରାଜ କୁନ୍ଦ୍ରାଙ୍କ ବାୟୋପିକ୍ । ତାଙ୍କବିରୁଦ୍ଧରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣକୁନେଇ ଲାଗିଥିବା ଅଭିଯୋଗ, ସେଜେଲରେ ବିତାଇଥିବା ସମୟ ଉପରେ
ଆଧାର କରି ଏହି ସିନେମା ନିର୍ମାଣକରାଯାଇଛି । ରାଜ କୁନ୍ଦ୍ରାଙ୍କ କଳାଦିନର ମୁହୂର୍ତ୍ତଗୁଡିକ ଟ୍ରେଲରେଦେଖିବାକୁ ମିଳୁଛି । ଟ୍ରେଲରରେ ରାଜକୁନ୍ଦ୍ରାଙ୍କ ଗିରଫଦାରୀ, ଏହି ମାମଲାଖବର ଶିରୋନାମାରେ ରହିବା,
ଜେଲରେ କଏଦୀମାନ ଏବଂ ପୁଲିସରବ୍ୟବହାର ସବୁକିଛି ପରଦାରେ ଚିତ୍ରିତକରାଯାଇଛି । କଏଦୀମାନେ ତାଙ୍କୁ ଶିଳ୍ପାଶେଟଟ୍ଟୀଙ୍କ ସ୍ୱାମୀ ଭାବେ ବିଶ୍ୱାସକରୁନଥିବା, ଜେଲରେ ଖାଇବାକୁ,ଶୋଇବାକୁ ଏପରିକି ବ୍ରସ୍ କରିବାକୁ
ମଧ୍ୟ ମିଳୁନଥିବା ଟ୍ରେଲରେଦେଖିବାକୁ ମିଳୁଛି । ନିଜ ଜୀବନୀଉପରେ ଆଧାରିତ ସତ ଘଟଣାକୁନିଜେ ପରଦାରେ ଆଙ୍କି ଥିବାରୁ ଶିଳ୍ପାଶେଟ୍ଟୀ ତାଙ୍କ ସ୍ୱାମୀଙ୍କୁ ବେଶ୍ ପ୍ରଶଂସାଏବଂ ସମର୍ଥନ କରିଛନ୍ତି । ଶିଳ୍ପା ତାଙ୍କ
ଅଫିସିଆଲ ଇନଷ୍ଟାଗ୍ରାମଆକାଉଣ୍ଟରେ ସ୍ୱାମୀଙ୍କ ବାୟୋପିକରଟ୍ରେଲର ଶେଆର କରିଛନ୍ତି । ଏହାସହିତ ସେ ଏକ କ୍ୟାପସନ ମଧ୍ୟଲେଖିଛନ୍ତି । ଶିଳ୍ପା ଲେଖିଛନ୍ତି- ଅଲ୍ଦ ବେଷ୍ଟ୍, କୁକି । ତୁମେ ଜଣେ ସାହସୀ
ବ୍ୟକ୍ତି, ଏହି କାରଣରୁ ମୁଁ ତୁମକୁଅଧିକ ପ୍ରଶଂସା କରେ । ଏଥିରେତମର ସାହସ ଏବଂ ସକାରାତ୍ମକତାରହିଛି । ପ୍ରକାଶ ଥଉ କି,୨୦୨୧ରେ ରାଜ କୁନ୍ଦ୍ରା ଅଶ୍ଳୀଳଚଳଚ୍ଚିତ୍ର ନିର୍ମାଣ କରିଥିବା ଅଭିଯୋଗହୋଇଥିଲା । ସେ ହଟସଟ୍ ନାମକଏକ ଆପ୍ ମାଧ୍ୟମରେ ଅଶ୍ଳୀଳଚଳଚ୍ଚିତ୍ର ନିର୍ମାଣ ଏବଂ ଶେଆର୍କରୁଥିବା ଅଭିଯୋଗ ପରେ ମୁମ୍ବାଇପୁଲିସ ତାଙ୍କୁ ୧୯ ଜୁଲାଇ୨୦୨୧ରେ ଗିରଫ କରିଥିଲା ।ଦୀର୍ଘଦିନ ଧରି ସେ ଜେଲରେ ରହିବାପରେ ମୁକୁଳିଥିଲେ । ବର୍ତ୍ତମାନ
ଗଣମାଧ୍ୟମକୁ ଏଡାଇବା ପାଇଁ ସେମାସ୍କ ପିନ୍ଧୁଥିବାର ନଜର ଆସିଛନ୍ତି ।

Leave A Reply

Your email address will not be published.