ସୁଦୃଢ଼ ହେବ ଗାଁର ଅର୍ଥନୀତି – ସାମାଜିକ ସମ୍ପର୍କ

0 80

ଭୁବନେଶ୍ୱର,୨୦ା୧୦(ଡିକେ ନୁ୍ୟଜ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତିଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭକରିଛନ୍ତି । ଏହି ଯୋଜନା ପ୍ରଥମେମାଲକାନଗିରିରେ ଆରମ୍ଭ ହୋଇଥିଲା ।ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ଚଳାଚଳର ସୁବିଧା କରାଯାଇଛି । ସାରାରାଜ୍ୟରେ ୧୦୦୦ରୁ ଅଧିକ ବସ୍·ଲିବ । ଏଥିରେ ମିଶନ ଶକ୍ତି ମା’ମାନଙ୍କୁବସ୍ ପରିଚାଳନାର ଦାୟିତ୍ୱ ଦିଆଯାଇଛି ।ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ । ଏହିଅବସରରେ ଉଦ୍ବୋଧନ ଦେଇ ଗଜପତିଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁଲୋକଙ୍କ ଯିବା ଆସିବାର ଅସୁବିଧାବିଷୟରେ ମୁଁ ଜାଣିବା ପରେ ଆମର ଏହିଲକ୍ଷ୍ମୀ ଯୋଜନା ଆରମ୍ଭ କରାଗଲା । ଆମରଗମନାଗମନ ଓ ପରିବହନ ବ୍ୟବସ୍ଥାରେଏହା ରୂପାନ୍ତର ଆଣିବ । ଗାଁ କୁ ଗାଁ ସହିତଯୋଡିବ । ଲୋକଙ୍କ ସାମାଜିକ ସମ୍ପର୍କମଜଭୁତ ହେବ । ଏହା ଦ୍ୱାରା ଆମରଅର୍ଥନୀତି ମଧ୍ୟ ଆହୁରି ସୁଦୃଢ଼ ହେବ ବୋଲିସେ କହିଥିଲେ । ଏହି ଯୋଜନା ସମ୍ପର୍କରେଆଲୋକପାତ କରି ମୁଖମନ୍ତ୍ରୀ କହିଲେ ଯେପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଓଗଜପତି ସହିତ, ନବରଙ୍ଗପୁର,କୋରାପୁଟ, ରାୟଗଡା ଓ କନ୍ଧମାଳଜିଲ୍ଲାରେ ଏହି ଯୋଜନାରେ ବସ୍ ·ଲିବ ।ଗଜପତିରେ ଆଜି ୩୬ଟି ବସ୍ ·ଲିଥିଲା ।ଗଜପତିର ୭ଟି ବ୍ଲକର ୧୨୬ଟିପଞ୍ଚାୟତକୁ ବସ୍ ସୁବିଧା ମିଳିଲା । ଏହିଯୋଜନା ପାଇଁ ଗଜପତିରେ ୬୯ଟି ନୂଆବସ୍ ଷ୍ଟପେଜ୍ ତିଆରି କରାଯାଇଛି । ପୂର୍ବରୁଥିବା ୬୪ଟି ବସ୍ ଷ୍ଟପେଜ୍ର ଉନ୍ନତିକରଣକରାଯାଇଛି । ଲକ୍ଷ୍ମୀ ଯୋଜନା ମାଧ୍ୟମରେଏସବୁ ପଞ୍ଚାୟତରେ ବିକାଶର ନୂଆ ଧାରାଆରମ୍ଭ ହେଲା ବୋଲି ସେ କହିଥିଲେ । ସେପୁଣି କହିଥିଲେ ଯେ ଯୋଗାଯୋଗ ହେଉଛିବିକାଶର ଆଧାର । ଲକ୍ଷ୍ମୀ ଯୋଜନାସମସ୍ତଙ୍କୁ ବିକାଶ ସହିତ ଯୋଡିବ । ଘରପାଖକୁ ଆସିବ ବସ୍ । ପିଲାଙ୍କୁ ସ୍କୁଲକଲେଜ ସହିତ ଯୋଡିବ । ·ଷୀଙ୍କୁମାର୍କେଟ ସହିତ ଯୋଡିବ । ରୋଗୀଙ୍କୁହସ୍ପିଟାଲ ଯିବା ପାଇଁ ସୁବିଧା ହେବ । ଲକ୍ଷ୍ମୀଯୋଜନା ଘରେ ଘରେ ଖୁସି ଆଣିବ । ଏହିଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟକହିଥିଲେ ଯେ ଏବେ ଆମ ରାଜ୍ୟରେ ଗାଁରବିକାଶ ପାଇଁ “ଆମ ଓଡିଶା ନବୀନଓଡିଶା’ ·ଲିଛି । ଖୁବ୍ ଶୀଘ୍ର ଗଜପତିଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭହେବ । ଏଥିରେ ଗାଁରେ ମିଳିବ ସହରରସୁବିଧା । ବ୍ୟାଙ୍କିଂ, ଇଣ୍ଟରନେଟ୍, ଡିଜିଟାଲଭିତ୍ତିଭୂମି ସବୁର ବିକାଶ ହେବା ସହିତ ଆମସଂସ୍କୃତିର ମଧ୍ୟ ପ୍ରସାର ହେବ । ସମସ୍ତଙ୍କସହଯୋଗରେ ଏହି କାମ ସବୁ ଠିକ୍ସମୟରେ ଶେଷ ହେବ ଏବଂ ଗଜପତିରବିକାଶ ଆହୁରି ଉଜ୍ୱଳ ହେବ ବୋଲି ସେଆଶା ପ୍ରକାଶ କରିଥିଲେ । ଏହି ଅବସରରେକାର୍ଯ୍ୟକ୍ରମରେ ଯୋଗଦେଇ ପରିବହନମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ଓଡିଶାରସାଢେ ୪ କୋଟି ଲୋକ ମୁଖ୍ୟମନ୍ତ୍ରୀଙ୍କପରିବାର । ସେମାନେ ଯେପରି ଭଲରେରହିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେଚିନ୍ତା କରି ଆସୁଛନ୍ତି । ଓଡିଶାବାସୀଙ୍କଉନ୍ନତି ପାଇଁ ନୂଆ ନୂଆ ଯୋଜନାକରୁଛନ୍ତି । ଆଜି ଲକ୍ଷ୍ମୀ ବସ୍ ଯୋଜନାଗାଁର ଯୋଗାଯୋଗ ବ୍ୟବସ୍ଥାରେ ରୂପାନ୍ତରଆଣିବ ବୋଲି ସେକହିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନକାର୍ଯ୍ୟକ୍ରମ ପରି·ଳନା କରିଥିଲେ । ଏହିଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ କେ. ନାରାୟଣରାଓ, ଜିଲ୍ଲା ପରିଷଦର ସଭାପତି ଜି.ତିରୁପତି ରାଓ ଓ ସ୍ୱତନ୍ତ୍ର ବିକାଶପରିଷଦର ଅଧ୍ୟକ୍ଷା ମାରିୟାମ ରାୟତପ୍ରମୁଖ ମତବ୍ୟକ୍ତ କରି ରାଜ୍ୟରେବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱରଉଚ୍ଚ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.