ଫିଟ୍ ହେଲେ ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ

0 72

ନୂଆଦିଲ୍ଲୀ,୨୦ା୧୦: ଦକ୍ଷିଣଆଫ୍ରିକା ବିପକ୍ଷ ଗୁରୁତ୍ୱପୂର୍ଣ୍ଣମୁକାବିଲା ପୂର୍ବରୁ ଫିଟ୍ ହେଲେ ଷ୍ଟାର୍ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଫିଟ୍ ।ଯାହାକି ଡିଫେଣ୍ଡିଂ ·ମ୍ପିଅନ୍ ଇଂଲଣ୍ଡଦଳକୁ ଆଶ୍ୱସ୍ତ କରିଛି । ଆହତସମସ୍ୟା ପାଇଁ ସେ ଦଳର ପ୍ରଥମ
୩ଟି ମ୍ୟାଚ୍ ଖେଳି ନଥିଲେ । ଷ୍ଟୋକ୍ସଦୀର୍ଘ ସମୟ ଧରି ବ୍ୟାଟିଂ ଓ ବୋଲିଂଅଭ୍ୟାସ୍ କରିଥିବା ବେଳେ ଦକ୍ଷିଣଆଫ୍ରିକା ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତଥିବା ସ୍ପଷ୍ଟ କରି ଦେଇଛନ୍ତି । ତେବେଷ୍ଟୋକ୍ସ କହିଛନ୍ତି ଯେ, ବିଶ୍ୱକପ୍
ଆରମ୍ଭ ହେବା ପୂର୍ବରୁ ଆହତ ହେବାନୈରାଶ୍ୟଜନକ । ପ୍ରତ୍ୟାବର୍ତ୍ତନ ପାଇଁମୁଁ କଠିନ ପରିଶ୍ରମ କରିଛି । ଏବେସମ୍ପୂର୍ଣ୍ଣ ଫିଟ୍ ଅଛି ଏବଂ ମ୍ୟାଚ୍ଖେଳିବାକୁ ପ୍ରସ୍ତୁତ ରହିଛି । ଆମଦଳର ପ୍ରତି ଖେଳାଳି ନିଜ ନିଜରଶ୍ରେଷ୍ଠ ପ୍ରଦର୍ଶନ ଦେଉଛନ୍ତି ।ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକ ଆମ ପାଇଁଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି । ଦଳରଆବଶ୍ୟକତା ପୂରଣ ପାଇଁଶତପ୍ରତିଶତ ଦେବାକୁ ଲକ୍ଷ୍ୟ ରଖିଛି ।ସୂଚନାଯୋଗ୍ୟ, ଇଂଲଣ୍ଡ ୩ଟିମ୍ୟାଚରୁ ମାତ୍ର ଗୋଟିଏରେ ବିଜୟହାସଲ କରିଛି । ଗତ ଆଫଗାନିସ୍ତାନବିପକ୍ଷରେ ଶୋଚନୀୟ ପରାଜୟଦଳର ମନୋବଳ ଭାଙ୍ଗି ଦେଇଛି ।ଷ୍ଟୋକ୍ସଙ୍କ ପ୍ରତ୍ୟାବର୍ତ୍ତନ ଦଳକୁଉତ୍ସାହିତ କରିବ ।

Leave A Reply

Your email address will not be published.