ଭାରତକୁ ପରାସ୍ତ କରିବା କଷ୍ଟକର : ସାଣ୍ଟନର

0 104

ରବିବାର ଭାରତର ମୁକାବିଲା ନ୍ୟୁଜିଲାଣ୍ଡ ସହ ଧର୍ମଶାଳାରେହେବ । ଏହି ମ୍ୟାଚରେ ଭାରତକୁ ପରାସ୍ତ କରିବା କଷ୍ଟକରବୋଲି କହିଛନ୍ତି ନ୍ୟୁଜିଲାଣ୍ଡର ସ୍ପିନର ମିଚେଲ୍ ସାଣ୍ଟନର ।ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସାଣ୍ଟନର କହିଥିଲେନ୍ୟୁଜିଲାଣ୍ଡ ବିଶ୍ୱକପରେ ବର୍ତ୍ତମାନ ସୁଦ୍ଧା ଭଲ ପ୍ରଦର୍ଶନ କରିଆସିଛି । ନ୍ୟୁଜିଲାଣ୍ଡ ଦଳର ଖେଳାଳିମାନେ ନିଜକୁ ଭାରତୀୟପରିବେଶ ସହ ଖାପ ଖୁଆଇବାକୁ ସକ୍ଷମ ହୋଇଛନ୍ତି ।ତେବେ ଭାରତୀୟ ଦଳ ଘରୋଇ ପରିବେଶରେ ବିଶ୍ୱକପ୍ଖେଳୁଛି । ଏଥିସହ ଏହି ଦଳରେ ଅନେକ ପ୍ରତିଭାବାନଖେଳାଳି ଅଛନ୍ତି । ସେମାନେ ମଧ୍ୟ ଭଲ ପ୍ରଦର୍ଶନ ଜାରିରଖିଛନ୍ତି । ଏହାକୁ ଦୃଷ୍ଟିରେରଖି ଭାରତକୁ ପରାସ୍ତକରିବା ନ୍ୟୁଜିଲାଣ୍ଡ ସହଅନ୍ୟ ଦଳମାନଙ୍କ ପାଇଁକଷ୍ଟକର । ଧର୍ମଶାଳାରପିଚ୍ କିପରି ରହିବ ସେସମ୍ପର୍କରେ ନ୍ୟୁଜିଲାଣ୍ଡତରଫରୁ ତର୍ଜମାକରାଯିବ । ସେହି ଅନୁଯାୟୀ ଭାରତ ବିପକ୍ଷ ମ୍ୟାଚ୍ ପାଇଁରଣନୀତି ପ୍ରସ୍ତୁତ କରାଯିବ ବୋଲି ସାଣ୍ଟନର ସ୍ପଷ୍ଟ କରିଦେଇଛନ୍ତି । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଭଲ ଫର୍ମରେ ଥିବାରୁ ତାଙ୍କୁ ସହଜ ଆଉଟ୍ କରିବା ଉପରେନ୍ୟୁଜିଲାଣ୍ଡ ଦଳ ଗୁରୁତ୍ୱ ଦେବ ବୋଲି ସାଣ୍ଟନର ସ୍ପଷ୍ଟ କରିଦେଇଛନ୍ତି । ରୋହିତଙ୍କ ବ୍ୟତୀତ ଭାରତୀୟ ଦଳରେବିରାଟ କୋହଲି, କେଏଲ୍ ରାହୁଲ ଓ ଶୁବମାନ ଗିଲ୍ଙ୍କପରି ଦକ୍ଷ ବ୍ୟାଟସମ୍ୟାନ୍ ରହିଛନ୍ତି । ତେଣୁ ଭାରତକୁ ପରାସ୍ତକରିବାକୁ ହେଲେ ନ୍ୟୁଜିଲାଣ୍ଡ ଦଳର ବୋଲରଙ୍କୁ ନିଜଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।ନ୍ୟୁଜିଲାଣ୍ଡ ଦଳ ଚଳିତ ବିଶ୍ୱକପରେ ଇଂଲଣ୍ଡ,ନେଦରଲ୍ୟାଣ୍ଡ୍ସ, ବାଂଲାଦେଶ ଓ ଆଫଗାନିସ୍ତାନକୁ ପରାସ୍ତକରିଥିବା ବେଳେ ଆଗାମୀ ମ୍ୟାଚରେ ବିଜୟୀ ହେବାନିମନ୍ତେ ଦଳକୁ ସମାନ ପ୍ରକାର ପ୍ରଦର୍ଶନ ଜାରି ରଖିବାକୁପଡ଼ିବ ବୋଲି ସାଣ୍ଟନର ସ୍ପଷ୍ଟ କରି ଦେଛନ୍ତି ।

Leave A Reply

Your email address will not be published.