ଭାରତକୁ ସର୍ବୋଚ୍ଚ ତୈଳ ରପ୍ତାନୀ କରେ ଋଷିଆ

0 70

ନୂଆଦିଲ୍ଲୀ: ଅଶୋଧିତ ତୈଳରପ୍ତାନୀକାରୀ ମଧ୍ୟରେ ଆରବ ଷ୍ଟେଟଅଫ ପର୍ସିଆନ ଗଲ୍ଫ ଦେଶଗୁଡିକରଦବ୍ଦବ୍ା ରହି ଆସିଛି । ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଋଷିଆକୁତୈଳ ରପ୍ତାନୀ ପାଇଁ ବିଶ୍ୱର ଅନେକଦେଶ କଟକଣା ଲଗାଇଥିବାବେଳେଆରବ ଦେଶ ଗୁଡିକ ଏହି ସମୟରେପ୍ରଚୁର ଲାଭ ମିଳୁଥିଲା । କିନ୍ତୁନିକଟରେ ପ୍ରକାଶ ପାଇଥିବା ରିପୋର୍ଟଅନୁସାରେ ଋଷିଆ ଭାରତକୁ ତୈଳଯୋଗାଇବାରେ ଟପ୍ ସପ୍ଲାଏର ବାରପ୍ତାନକାରୀ ଭାବେ ଉଭା ହୋଇଛି ।ଚଳିତ ଆର୍ଥିକ ବର୍ଷର ପ୍ରଥମ୬ମାସରେ ଋଷିଆ ଭାରତକୁ ଅଶୋଧିତତୈଳ ରପ୍ତାନୀ କରି ୪୦ ପ୍ରତିଶତଅଂଶଧନ ହାସଲ କରିଛି । ଭାରତହେଉଛି ବିଶ୍ୱର ତୃତୀୟ ବୃହତ୍ତମତୈଳ ଆମଦାନୀକାରୀ ଦେଶ ।ଭାରତକୁ ଅଧିକରୁ ଅଧିକ ଅଶୋଧିତତୈଳ ଋଷିଆ ଦ୍ୱାରା ହିଁ ଆସିଥାଏ ।ବର୍ତ୍ତମାନ ଋଷିଆର ତୈଳ ଦରପାଖାପାଖି ୮୦ ଡଲାରରେ ପହଞ୍ଚିଛି ।୨୦୨୩-୨୪ଆର୍ଥିକ ବର୍ଷରପ୍ରଥମାର୍ଦ୍ଧରେ ଭାରତ ଦିନକୁହାରାହାରି ୧.୭୬ମିଲିୟନ ବ୍ୟାରେଲ(ବିପିଡି) ଋଷିଆ ତେଲ ଆମଦାନୀକରିଥିଲା । ଗତ ବର୍ଷ ସମାନଅବଧିରେ ଏହି ଆମଦାନୀ ଦିନକୁପ୍ରାୟ ୭୮୦,୦୦୦ ବ୍ୟାରେଲଥିଲା । ଗତ ମାସରେ ଜୁଲାଇ ଏବଂଅଗଷ୍ଟରେ ଋଷିଆରୁ ଭାରତରଆମଦାନୀ ୧.୫୪ନିୟୁତବିପିଡିଏକୁ ବୃଦ୍ଧି ପାଇ ଅଗଷ୍ଟତୁଳନାରେ ୧୧.୮ ପ୍ରତିଶତଅର୍ଥାତ ପୂର୍ବ ବର୍ଷ ତୁଳନାରେ୭୧.୭ ପ୍ରତିଶତ ବୃଦ୍ଧି ପାଇଥିଲା ।ଅଶୋଧିତ ତୈଳ ଦର କ୍ରମାଗତଭାବେ ବୃଦ୍ଧି ପାଉଛ । ତେବେ, ଗଲ୍ଫଦେଶ ତୁଳନାରେ ଋଷିଆର ତୈଳବର୍ତ୍ତମାନ ବ୍ୟାରେଲ ପିଛା ୧୦ ରୁ୧୫ ଡଲାର ଶସ୍ତା ରହିଛି ।ସେପ୍ଟେମ୍ବର ମାସରେ, ଏକରିପୋର୍ଟ ଅନୁସାରେ ଭାରତ ରୁଷରୁଅଶୋଧିତ ତୈଳ ବ୍ୟାରେଲ ପିଛା୮୦ ଡଲାରରେ ପାଉଛି । ଯାହାପାଶ୍ଚାତ୍ୟ ଦେଶଗୁଡିକ ଲଗାଇଥିବାକ୍ୟାପ ତୁଳନାରେ ବ୍ୟାରେଲ ପିଛା୨୦ ଡଲାର ଅଧିକ ରହିଛି । ଯଦିଭାରତ ବର୍ତ୍ତମାନ ସୁଦ୍ଧାଋଷିଆରୁଅଶୋଧିତ ତୈଳ ୮୦ ଡଲାରରେନେଉଛି, ତେବେ ବ୍ରେଣ୍ଟ ଅଶୋଧିତତେଲ ତୁଳନାରେ ଏହା ୧୩ ରୁ ୧୪ଡଲାର ଶସ୍ତା ଅଟେ । ବର୍ତ୍ତମାନ ବ୍ରେଣ୍ଟଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛାପାଖାପାଖି ୯୪ ଡଲାରରେ ପହଞ୍ଚିଛି ।

Leave A Reply

Your email address will not be published.