କୋଇଲା ଉତ୍ପାଦନରେ ଓଡ଼ିଶା ଆଗରେ

0 68

ନୂଆଦିଲ୍ଲୀ: ଓଡ଼ିଶାରେ ୨୦୨୨-୨୩ ଆର୍ଥିକବର୍ଷରେ ସର୍ବାଧିକକୋଇଲା ଉତ୍ପାଦନ ହୋଇଛି ।ଓଡ଼ିଶାରେ କୋଇଲା ଉତ୍ପାଦନପରିମାଣ ୨୧୮.୯୮୧ ନିୟୁତଟନ୍ (ଏମ୍ଟି) ରହିଛି । ଛତିଶଗଡ଼୧୫୬.୪୫୫ ଏମ୍ଟି ସହ ଦ୍ୱିତୀୟସ୍ଥାନରେ ଥିବାବେଳେ ଝାଡ଼ଖଣ୍ଡ୧୫୬.୪୪୫ ଏମ୍ଟି ସହ ତୃତୀୟସ୍ଥାନରେ ରହିଛି । ଓଡ଼ିଶାରେଏମ୍ସିଏଲ ଦ୍ୱାରା ସର୍ବାଧିକ୧୯୩.୨୬୨ ଏମ୍ଟି, ଓସିପିଏଲ୍ଦ୍ୱାରା ୮ ଏମ୍ଟି,ଏନ୍ଟିପିସି ଦ୍ୱାରା ୭ଏମ୍ଟି, ଏନ୍ଏଲ୍ସିଆଇଏଲ୍ଦ୍ୱାରା୧୦.୦୨୬ଏମ୍ଟି ଓ ବେଦାନ୍ତପକ୍ଷରୁ ୦.୬୯୩ ଏମ୍ଟିର କୋଇଲାଉତ୍ପାଦନ ହୋଇଛି । କେନ୍ଦ୍ର କୋଇଲାମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତପରିସଂଖ୍ୟାନ ରିପୋର୍ଟରେ ଏହି ତଥ୍ୟଉଲ୍ଲେଖ ରହିଛି । ରିପୋର୍ଟରେ୨୦୨୨-୨୩ ରେ ଦେଶରେ୮୯୩.୧୯ ଏମ୍ଟି କୋଇଲାଉତ୍ପାଦନ ହୋଇଥିବା ଏବଂ ଏଥିରୁ୮୭୭.୩୬୯ ଏମ୍ଟି କୋଇଲାପଠାଯାଇଥିବା ଉଲ୍ଲେଖ ଅଛି ।୨୦୨୧-୨୨ ତୁଳନାରେ୨୦୨୨-୨୩ରେ ଉତ୍ପାଦନରେ୧୪.୭୭ ପ୍ରତିଶତ ତଥା ପଠାଯିବାରେ ୭.୧ ପ୍ରତିଶତ ବୃଦ୍ଧିହୋଇଛି । ଓଡ଼ିଶାରେ ଉତ୍ପାଦିତକୋଇଲାରୁ ୨୧୮.୦୨୩ ଏମ୍ଟିକୋଇଲା ପଠାଯାଇଥିଲା ବୋଲିରିପୋର୍ଟରେ ଦର୍ଶାଯାଇଛି ।୨୦୨୨-୨୩ରେ ୨୩୭.୬୬୮ଏମ୍ଟି କୋଇଲା ଅ ।ମଦାନିହୋଇଥିଲା ଯାହା ୨୦୨୧-୨୨ତୁଳନାରେ ୧୩.୯୨ ପ୍ରତିଶତଅଧିକ ବୋଲି ରିପୋର୍ଟରେକୁହାଯାଇଛି । ବନ୍ଦର ଗୁଡ଼ିକ ମଧ୍ୟରେକୋଇଲା ଆମଦାନିରେ ପାରାଦୀପବନ୍ଦରରୁ ସର୍ବାଧିକ ୧୯.୮୯୩ଏମ୍ଟି ଓ ଧାମରା ବନ୍ଦରରୁ୧୯୭.୨୩୩ ଏମ୍ଟି କୋଇଲାରଆମଦାନି ହୋଇଥିବା ରିପୋର୍ଟରେକୁହାଯାଇଛି । କେନ୍ଦ୍ର କୋଇଲାମନ୍ତ୍ରାଳୟର ଅଫିସ୍ ଅଫ୍ ଦ କୋଲ୍କଣ୍ଟ୍ରୋଲରଙ୍କ ପକ୍ଷରୁ ପ୍ରକାଶିତ୧୮୫ ପୃଷ୍ଠାର ରିପୋର୍ଟରେ୨୦୨୨-୨୩ରେ ବିଭିନ୍ନକୋଇଲା ଖନନ କମ୍ପାନିମାନଙ୍କପାଖରୁ ସଂଗ୍ରହ କରାଯାଇଥିବାରୟାଲ୍ଟି ପ୍ରସଙ୍ଗରେ ଉଲ୍ଲେଖରହିଛି । ଖଣିଭିତ୍ତିକ ୧୦ ରାଜ୍ୟରୁରୟାଲ୍ଟି ବାବଦରେ ମୋଟ୨୨୪୬୫.୦୯ କୋଟି ଟଙ୍କାସଂଗ୍ରହ କରାଯାଇ ଥିବାବେଳେସର୍ବାଧିକ ୪୮୪୫.୬୬ କୋଟିଟଙ୍କାର ରୟାଲ୍ଟି ତେଲେଙ୍ଗାନାରୁ,୪୭୦୭.୧୪ କୋଟି ଝାଡ଼ଖଣ୍ଡରୁଏବଂ ୪୧୩୭.୮୮ କୋଟି ଟଙ୍କାଓଡ଼ିଶାରୁ ସଂଗ୍ରହ କରାଯାଇଥିଲାବୋଲି ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.