ପାର୍ବଣରେ ଚିନି-ଡାଲି ଦର ବୃଦ୍ଧି ଉପରେ ରୋକ

0 69

ନୂଆଦିଲ୍ଲୀ: ପାର୍ବଣ ଋତୁରେମୂଲ୍ୟବୃଦ୍ଧି ନିୟନ୍ତ୍ରଣ ନିମନ୍ତେ କେନ୍ଦ୍ରସରକାର ଅଣ୍ଟାଭିଡିଛନ୍ତି । ଏଥିଲାଗିଏବେ ଠାରୁ ନିଷ୍ପତ୍ତି ଉପରେ ନିଷ୍ପତ୍ତିନିଆଯାଉଛି, ଯାହା ଦ୍ୱାରା ଦଶହରାଓ ଦିପାବଳୀ ଅବସରରେବଜାରରେ ଖାଦ୍ୟ ପଦାର୍ଥ ମୂଲ୍ୟବୃଦ୍ଧି ରୋକାଯାଇପାରିବ । ଖାସଏଥିଲାଗି ସରକାର ଚିନି ଉପରେଜାରି କଟକଣାକୁ ଆଗାମୀ ଆଦେଶପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏଥିରୁସରକାର ପାର୍ବଣ ଋତୁରେ ଚିନି ଦରବଢିବନି ବୋଲି ଆଶାବ୍ୟକ୍ତକରୁଛନ୍ତି । ଘରୋଇ ବଜାରରେ ଚିନିଉପଲବ୍ଧ ରହୁ ଏଥି ପାଇଁ ସରକାରରପ୍ତାନୀ ଉପରେ ୩୧ ଅକ୍ଟୋବରପର୍ଯ୍ୟନ୍ତ ରପ୍ତାନୀ ଉପରେନିଷିଦ୍ଧାଦେଶ ଜାରି କରିଥିଲେ ।ତେବେ ଚଳିତବର୍ଷ ଦିପାବଳୀଅକ୍ଟୋବର ୩୧ ତାରିଖ ପରେ ପଡୁଛିଓ ଏହି ପାର୍ବଣରେ ସବୁଠୁ ଅଧିକ ଚିନିଖର୍ଚ୍ଚ ହୋଇଥାଏ । ଏଣୁ ଦିପାବଳୀବେଳେ ଚିନିର ଚାହିଦା ଢେରବଢିଯିବ ବୋଲି ଆଶଙ୍କା କରାଯାଉଛି ।ଯଦି ଏହି ସମୟରେ ବଜାରକୁ ଚିନିଯୋଗାଣ ପ୍ରଭାବିତ ହୁଏ ତେବେ ଦରବଢିବା ନିଶ୍ଚିତ । ଏଣୁ ସରକାର ଚିନିରପ୍ତାନୀ ଉପରେ ଜାରି କଟକଣାକୁ୩୧ ଅକ୍ଟୋବରରୁ ପରବର୍ତ୍ତି ନିଦେ୍ର୍ଦଶପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏଥିରେଯଦି ଡାଲିର କଥା କୁହାଯାଏ ତେବେହରଡ ଡାଲି ଦର ବେଶ ଉଚ୍ଚ ରହିଛି ।ବର୍ଷକ ମଧ୍ୟରେ ହରଡ ଡାଲି ଦରରେ୪୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେଲାଣି ।ପରିସ୍ଥିତି ଏବେ ଏପରି ହୋଇଛି ଯେଗରିବ ଲୋକଙ୍କ ଥାଳିରୁ ହରଡଡାଲି ଗାୟବ ହୋଇଯାଇଛି । ଏବେବଜାରରେ ହରଡ ଡାଲି କେଜି ପିଛାଦର ୧୮୦ ଟଙ୍କାରୁ ୨୦୦ ଟଙ୍କାମଧ୍ୟରେ ବିକ୍ରି ହେଉଛି । ହରଡ ଭଳିମସୁର ଡାଲି ମଧ୍ୟ ଏବେ ମହଙ୍ଗାହୋଇଯାଇଛି । ମସୁର ଡାଲି ଦରଗୋଟିଏ ମାସରେ କେଜି ପିଛା୧୦ ଟଙ୍କା ମହଙ୍ଗା ହେଲାଣି ।ଅଗଷ୍ଟ ମାସ ପର୍ଯ୍ୟନ୍ତ ଖୁଚୁରାବଜାରରେ କେଜି ପିଛା ୮୦ ଟଙ୍କାଦରରେ ବିକ୍ରି ହେଉଥିବା ମସୁରଡାଲି ଏବେ ୯୦ ଟଙ୍କା ଦରରେବିକ୍ରି ହେଉଛି । ଏଣୁ ଦଶହରା ଓଦିପାବଳୀ ଆସୁଆସୁ ମସୁର ଦରମଧ୍ୟ ବଢିଯିବ ବୋଲି ଅ ।ଶଙ୍କାକରାଗଲାଣି ।ବଜାରରେ ଡାଲି ଦରନିୟନ୍ତ୍ରଣ ନିମନ୍ତେ ସରକାରକେତେକ ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.