ବକ୍ସଅଫିସରେ ଧମାଲ କରୁଛି “ଲିଓ’

0 56

ମୁମ୍ବାଇ, ୨୧ା୧୦: ଗତ ଗୁରୁବାରମୁକ୍ତିଲାଭ କରିଛି ତାମିଲ ସୁପର୍ଷ୍ଟାରଥାଲାପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମଲିଓ । ରିଲିଜର ପ୍ରଥମ ଦିନ ଅଦ୍ୟାବଧିବିଶ୍ୱସ୍ତରରେ ସର୍ବାଧିକ ଆୟ କରିଥିବା ଶୀର୍ଷ୧୦ ଭାରତୀୟ ଫିଲ୍ମ ତାଲିକାରେ ଏହାସାମିଲ ହୋଇଛି । ଚଳିତ ବର୍ଷ ମୁକ୍ତିପ୍ରାପ୍ତଶାହରୁଖ୍ ଖାନ୍ଙ୍କ ବ୍ଲକବଷ୍ଟର ଫିଲ୍ମ”ପଠାନ୍’ର ଓପନିଂ ଡେ’ କଲେକ୍ସନ୍ରେକର୍ଡ ଏହା ଭାଙ୍ଗିଛି । “ଲିଓ’ ଅଷ୍ଟମ ସ୍ଥାନହାସଲ କରିଥିବା ବେଳେ ୨୦୨୨ରେମୁକ୍ତିପ୍ରାପ୍ତ ଫିଲ୍ମ “ଆର୍ଆର୍ଆର୍’ ପ୍ରଥମସ୍ଥାନ ବଜାୟ ରଖିଛି । ତା’ ପଛରେ ଅଛିବାହୁବଲୀ-୨: ଦ କନ୍କ୍ଲଜନ୍’ । ୩ୟସ୍ଥାନରେ ଅଛି “କେଜିଏଫ୍: ·ପ୍ଟର-୨'(୨୦୨୨) । ରିଲିଜର ପ୍ରଥମ ଦିନ “ଲିଓ’ଭାରତରେ ସବୁ ଭାଷାରେ ୬୮ କୋଟିବ୍ୟବସାୟ କରିଛି । ବିଦେଶରେ ଏହା ୬୫କୋଟି ଆୟ କରିଛି । କଲିଉଡ୍ ଫିଲ୍ମ ଭାବେବିଶ୍ୱସ୍ତରରେ ପ୍ରଥମ ଦିନ ଏହା ସର୍ବାଧିକଆୟର ରେକର୍ଡ ମଧ୍ୟ କରିଛି । ଏହଭଳିଭାବେ ବିଶ୍ୱସ୍ତରରେ ଫିଲ୍ମର ପ୍ରଥମ ଦିନକଲେକ୍ସନ୍ ୧୪୫ କୋଟି ଟପିଛି । “ଲିଓ’ରନିଦେ୍ର୍ଦଶନା ଦେଇଛନ୍ତି ଲୋକେଶକନଗରାଜ । ୨୦୨୧ରେ ମୁକ୍ତିପ୍ରାପ୍ତ ଫିଲ୍ମ”ମାଷ୍ଟର୍’ ପରେ ଲୋକେଶଙ୍କ ସହବିଜୟଙ୍କର ଏହା ୨ୟ ଫିଲ୍ମ । ଫିଲ୍ମରେବିଜୟ ଜଣେ ସିରିଏଲ କିଲର୍ ସହଲଢ଼ିଛନ୍ତି । ଭିଲେନ୍ ଭୂମିକାରେ ଅଭିନୟକରିଛନ୍ତି ସଞ୍ଜୟ ଦତ୍ତ । ବିଜୟଙ୍କ ପତ୍ନୀଭୂମିକାରେ ଅଛନ୍ତି ତ୍ରିଶା କ୍ରୀଷ୍ଣନ୍ । ଦୀର୍ଘ୧୫ ବର୍ଷ ପରେ ଏହି ଫିଲ୍ମ ଜରିଆରେଉଭୟ ପୁଣି ଏକାଠି ପରଦାରେ ନଜରଆସିଛନ୍ତି । ୨୦୦୮ ମସିହାରେ ମୁକ୍ତିପ୍ରାପ୍ତ
ଫିଲ୍ମ “କୁରୁଭି’ରେ ଶେଷଥର ଉଭୟ ସ୍କ୍ରିନ୍ଶେୟାର କରିଥିଲେ । ଏହା ପୂର୍ବରୁ”ଘିଲି’, “ଥିରୁପାଚି’ ଭଳି ଫିଲ୍ମରେ ଦୁହେଁଅଭିନୟ କରିଥିଲେ ।

Leave A Reply

Your email address will not be published.