ଓଡ଼ିଶାରେ କେବଳ ହାଲ୍କା ବର୍ଷା

0 84

ଭୁବନେଶ୍ୱର,୨୨ା୧୦(ଡିକେ ନୁ୍ୟଜ): ପଶ୍ଚିମ କେନ୍ଦ୍ରୀୟବଙ୍ଗୋପସାଗରରେ ସକ୍ରିୟ ଅବପାତ । ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ଅବପାତ । ପାରାଦୀପ ଠାରୁଦକ୍ଷିଣରେ ୫୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ
ହୋଇଛି । ଖୁବଶୀଘ୍ର ଘନୀଭୂତହୋଇ ଗଭୀର ଅବପାତରେପରିଣତ ହେବା ସହ ବାତ୍ୟାରେପରିଣତ ହେବା ସମ୍ଭାବନାରହିଛି । ଏକ ଦୁର୍ବଳ ବାତ୍ୟାରରୂପ ନେଇ ଓଡ଼ିଶା ଉପକୂଳରେସମାନ୍ତରାଳ ଭାବରେବାଂଲାଦେଶ ମୁହାଁ ହେବ ।
ଏହାର ପ୍ରଭାବରେ ସୋମବାର ଠାରୁ ୨୫ ତାରିଖପର୍ଯ୍ୟନ୍ତ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାଗୁଡିକରେ ବର୍ଷାସମ୍ଭାବନା ରହିଛି । ବଙ୍ଗୋପସାଗରରେ ବାତ୍ୟାସମ୍ଭାବନା । ଓଡ଼ିଶା ଉପରେ ନାହିଁ ବଡ ପ୍ରଭାବ ।ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଘନୀଭୂତ ହେବା ପରେନେବ ଗଭୀର ଅବପାତର ରୂପ । ୨୪ ଘଣ୍ଟାରେ ବାତ୍ୟାରରୂପ ନେବା ପୂର୍ବରୁ ବଦଳାଇବ ଦିଗ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ମୁହାଁ ହେବ ବାତ୍ୟାହାମୁନ୍ । ୨୬ ତାରିଖରେଛୁଇଁବ ସ୍ଥଳଭାଗ ।ସମାନ୍ତରାଳ ଭାବେ ଓଡ଼ିଶାଉପକୂଳ ଦେଇ କରିବ ଗତି ।ସ୍ଥଳଭାଗ ଠାରୁ ଦେଢ ଶହରୁଦୁଇ ଶହ କିଲୋମିଟରଦୂରରେ ଯିବ ବାତ୍ୟା ।ପ୍ରଭାବରେ କାଲିଠୁ ଉପକୂଳଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ଘଣ୍ଟାପ୍ରତିବହିବ ୬୦ ରୁ ୭୦ କିମି ବେଗରେ ପବନ । ସମୁଦ୍ରଅଶାନ୍ତ ରହୁଥିବାରୁ ୨୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରମନା ହୋଇଛି । ଅକ୍ଟୋବର ମାସ ହୋଇଥିବାରୁ ବାତ୍ୟା ଉପରେ ସ୍ୱତନ୍ତ୍ର ନଜର ରଖିଛି ଆଇଏମଡି ।ଅବପାତ ପ୍ରଭାବରେ ଆଜି ରାତିରୁ ବଦଳିବ ପାଗ । ଉପକୂଳ ଓଡ଼ିଶାରଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବ ।ପୁରୀ, ଖୋର୍ଦ୍ଧା, କଟକ,ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର,କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର,ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂରାୟଗଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି । କଟକ ଓଭୁବନେଶ୍ୱରରେ ଦଶହରା ସାମାନ୍ୟ ଫିକା ପଡିପାରେ । କିନ୍ତୁ ତୋରଣପ୍ରତି ବିପଦ ନ ଥିବା ପାଣିପାଗ କେନ୍ଦ୍ର କହିଛି । ୨୪ ଓ ୨୫ରେସର୍ବାଧିକ ରହିବ ବାତ୍ୟାର ପ୍ରଭାବ । ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେରଖି ପଦକ୍ଷେପ ନେବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତିଏସ୍ଆରସି । ବିଲରେ କଟାହୋଇ ପଡିଥିବା ଧାନକୁ ସୁରକ୍ଷିତ ସ୍ଥାନକୁନେଇଯିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.