ଗାଜାକୁ ସହାୟତା ପଠାଇଲା ଭାରତ

0 84

ନୂଆଦିଲ୍ଲୀ,୨୨ା୧୦ : ଇସ୍ରାଏଲ ଓ ହମାସ ମଧ୍ୟରେ ୧୫ ଦିନରୁଊଦ୍ଧ୍ୱର୍ ହେଲାଣି ଜାରି ରହିଛି ଯୁଦ୍ଧ । ଏହାରି ଭିତରେ ଏବେ ଗାଜାକୁସହାୟତାର ହାତ ବଢ଼ାଇଛି ଭାରତ । ଗାଜାର ନାଗରିକଙ୍କ ପାଇଁ
ଭାରତ ପକ୍ଷରୁ ପଠାଯାଇଛି ମାନବୀୟ ସହାୟତା । ହାମାସ ଉପରେଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟ ହେତୁ ଗାଜାର ଲୋକମାନେବଡ଼ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କୁ ସହାୟତା କରିବା
ପାଇଁ ଏବେ ଭାରତ ଆଗେଇ ଆସିଛି । ଗାଜାକୁ ମାନବୀୟ ସହାୟତାପଠାଯାଇଥିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରିସୂଚନା ଦିଆଯାଇଛି । ଗାଜାକୁ ପଠାଯାଇଥିବା ଏହି ସହାୟତା ଜିନିଷ
ମଧ୍ୟରେ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଔଷଧ, ସର୍ଜିକାଲ୍ଆଇଟମ୍, ଟେଣ୍ଟ୍, ଶୋଇବା ବ୍ୟାଗ୍, ଟର୍ପାଲିନ୍, ପରିମଳ ସୁବିଧା,ଜଳ ବିଶୋଧନ ଟାବଲେଟ୍ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସାମିଲ
ରହିଛି । ପାଲେଷ୍ଟାଇନବାସୀଙ୍କ ପାଇଁ ପ୍ରାୟ ୬.୫ ଟନ୍ ଚିକିତ୍ସାସହାୟତା ଏବଂ ୩୨ଟନ୍ ବିପର୍ଯ୍ୟୟ ପ୍ରଶମନ ସାମଗ୍ରୀ ନେଇଏଲ୍ଏଏଫ୍ ସି-୧୭ ବିମାନ ଇଜିପ୍ଟର ଏଲ୍-ଆରିଶ ବିମାନ ବନ୍ଦରକୁ
ଯାଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମାନବିକସହାୟତା ଶନିବାର ଠାରୁ ଗାଜାରେ ପହଞ୍ଚିବା ଆରମ୍ଭ କରିଛି ।ମାନବିକ ସହାୟତା ଗାଜାରେ ପହଞ୍ଚାଇବା ପାଇଁ ଇଜିପ୍ଟ ରାଫା ସୀମା
ଖୋଲିଛି । ଆମେରିକା, ଇସ୍ରାଏଲ, ଇଜିପ୍ଟ ଏବଂ ମିଳିତ ଜାତିସଂଘରଆଲୋଚନା ପରେ ମାନବିକ ସହାୟତା ପାଇଁ ଇଜିପ୍ଟ ଏବଂ ଗାଜାମଧ୍ୟରେ ଥିବା ରାଫା କ୍ରସିଂ ପଏଣ୍ଟକୁ ଦୁଇ ସପ୍ତାହ ମଧ୍ୟରେ ପ୍ରଥମ
ଥର ପାଇଁ ଶନିବାର ଦିନ ଖୋଲାଯାଇଥିଲା । ଆମେରିକାର ମଧ୍ୟସ୍ଥିରେହୋଇଥିବା ବୁଝାମଣା ଜରିଆରେ ଶନିବାର ଇଜିପ୍ଟର ରେଡ୍ କ୍ରସେଣ୍ଟରୁ ପାଲେଷ୍ଟାଇନ୍ ରେଡ୍ କ୍ରସେଣ୍ଟ ସଙ୍ଗଠନଯାଏଁ ସହାୟତା ପହଞ୍ଚାଇବା ପାଇଁ କେବଳ ୨୦ଟି ଟ୍ରକ୍କୁ ରାଫାବର୍ଡର ପାର୍ କରିବାକୁ ଅନୁମତି ଦିଆଯାଇଥିଲା । ସେପଟେପାଲେଷ୍ଟାଇନ ରେଡ କ୍ରେସେଣ୍ଟ ସୋସାଇଟି କହିଛି ଯେ ଗାଜାରେଶନିବାରର ମାନବିକ ସହାୟତା ବିତରଣ ଏକ ଆଶାରସ୍ୱାଗତଯୋଗ୍ୟ ଝଲକ । ଏହି ମାମୁଲି ସହାୟତା କେବଳ ସମୁଦ୍ରକୁଶଙ୍ଖେ । ଇସ୍ରାଏଲର ଆକ୍ରମଣରେ ଗାଜା ଷ୍ଟ୍ରିପ୍ରେ ୪ ହଜାର ୪୪୬ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟପକ୍ଷରୁ କୁହାଯାଇଛି । ସେହିପରି ହମାସ ଆକ୍ରମଣରେ ଇସ୍ରାଏଲର ୧୪ଶହ ଲୋକଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲ ଏବେ ଉତ୍ତର ସହ ଦକ୍ଷିଣଗାଜାରେ ମଧ୍ୟ ମିସାଇଲ ମାଡ କରୁଛି । ଶନିବାର ଦକ୍ଷିଣ ଗାଜାରେହୋଇଥିବା ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାପାଲେଷ୍ଟାଇନ ଗଣମାଧ୍ୟମ ରିପୋର୍ଟ କରିଛି ।

Leave A Reply

Your email address will not be published.