ବ୍ରେସଲେଟ୍ ପିନ୍ଧି ଶେଷ ନିଃଶ୍ୱାସକୁ ଅପେକ୍ଷା ମୃତ୍ୟୁର ଝୁଲରେ ଝୁଲୁଛି ଜୀବନ

0 87

ଡୁମାଣି ଖବର : – ସମୟ ଯେତିକି ଯେତିକି ଗାଡିଚାଲିଛି ଜୀବନ ସେତିକି ମୂର୍ତ୍ୟୁ ଆଡକୁ ସେତିକି ନିକଟତର ହୋଇଚାଲିଛି | ନୀରିହ ସାଧାରଣ ଲୋକଙ୍କ ଜୀବନ ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ-ହମାସା ଯୁଦ୍ଧ ଜାରି ରହିଛି । ଯାହାଫଳରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ବିଶେଷକରି ଗାଜାରେ ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ଯାଇଛି ।ଯୁଦ୍ଧରେ ଜୀବନ ଯାଉଥିବା ହଜାର ହଜାର ଲୋକଙ୍କ ମଧ୍ୟରେ ମୃତଦେହ ଚିହ୍ନଟ କରିବାରେ ଅସୁବିଧା ହେଉଛି ।ମୃତ ଲୋକମାନଙ୍କ ପରିଚୟ ଜାଣିବା ଓ ଗଣନା କରିବାରେ ବାଧା ଉପୁଜୁଛି । ତେଣୁ ଏସବୁକୁ ନଜରରେ ରଖି ଏକ ଉପାୟ ଖୋଜାଯାଇଛି ।ବର୍ତ୍ତମାନ, ପାଲେଷ୍ଟାଇନର ଯେକୌଣସି ପରିବାରର ଲୋକମାନେ ଯଦି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହୁଅନ୍ତି ତେବେ ସେମାନଙ୍କ ମୃତଦେହ ଚିହ୍ନଟ କରିବାକୁ ବ୍ରେସଲେଟ୍ ବ୍ୟବହାର କରିବାକୁ କୁହାଯାଇଛି । ବ୍ରେସଲେଟ୍ ଦ୍ୱାରା ନିଜର ପରିବାର ସଦସ୍ୟଙ୍କ ମୃତଦେହ ପାଇପାରିବେ ବୋଲି ଆଶା କରାଯାଉଛି ।ଏହାକୁ ନେଇ ୪୦ବର୍ଷୀୟ ଅଲି ଏଲ୍-ଦବା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଯଦି କିଛି ଅଘଟଣ ଘଟେ, ତେବେ ମୁଁ ସେମାନଙ୍କୁ ଚିହ୍ନିବି । ସେହିପରି ଅନ୍ୟ ଅନେକ ପାଲେଷ୍ଟାଇନ ପରିବାର ମଧ୍ୟ ନିଜର ପରିଚୟ ପାଇଁ ବ୍ରେସଲେଟ୍ ବ୍ୟବହାର କରୁଛନ୍ତି ।ହାମାସ ଦ୍ୱାରା ପରିଚାଳିତ ଥିବା ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗାଜାରେ ମୃତ୍ୟୁସଂଖ୍ୟା ୬,୫୦୦ ଅତିକ୍ରମ କରିଛି । ଯେଉଁଥିରେ ବହୁ ସଂଖ୍ୟାରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଅନ୍ୟପଟେ ଇସ୍ରାଏଲ୍ ଗାଜାରେ ଆକ୍ରମଣକୁ ଆହୁରି ତୀବ୍ର କରିଛି । ସେନା ସ୍ଥଳଭାଗରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଘୋଷଣା କରିଛି ।

Leave A Reply

Your email address will not be published.