ଓପାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦେବୋତ୍ତର କମିଶନରଙ୍କ ଉଦ୍ବେଗ

0 53

ଅରାଜି ହେଲେ ନିଆଯିବ ବିକଳ୍ପ ବ୍ୟବସ୍ଥାଓପାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦେବୋତ୍ତର କମିଶନରଙ୍କ ଉଦ୍ବେଗ

ଭୁବନେଶ୍ୱର,୨୬ା୧୦(ଡିକେ ନୁ୍ୟଜ):ଲିଙ୍ଗରାଜ ମନ୍ଦିର ବିବାଦର ସମାଧାନପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀଅଧିକାରୀଙ୍କୁ ଦେବୋତ୍ତର କମିଶନରନିଦେ୍ର୍ଦଶ ଦେଇଛନ୍ତି । ତିନି ନିଯୋଗଙ୍କସହ ଆଲୋଚନା ପରେ ଟ୍ରଷ୍ଟ ବୋର୍ଡ
କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କମିଶନରନିଦେ୍ର୍ଦଶ ଦେଇଛନ୍ତି । ସମସ୍ତ ପକ୍ଷଙ୍କ ସହଆଲୋଚନା କରି ବିବାଦର ସମାଧାନକରିବାକୁ ଟ୍ରଷ୍ଟକୁ ନିଦେ୍ର୍ଦଶ ଦେଇଛନ୍ତି । ଯଦିକୌଣସି ପକ୍ଷ ଅରାଜି ହୁଅନ୍ତି ବା ସେବାନକରନ୍ତି ତାଙ୍କ ବିରୋଧରେ କ୍ଲଜ୍ ୧୭ଅନୁସାରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀଅଧିକାରୀ ବିକଳ୍ପ ବ୍ୟବସ୍ଥା ଗ୍ରହଣକରିପାରିବା ନେଇ ନିଦେ୍ର୍ଦଶ ଦିଆଯାଇଛି ।ଏହାସହ ପୁରୁଣା ସମସ୍ତ ବିବାଦ ଏବଂନୀତିକାନ୍ତି ବନ୍ଦ ସମର୍କରେ ମଧ୍ୟ ରିପୋର୍ଟଦେବାକୁ ନିଦେ୍ର୍ଦଶ ଦେଇଛନ୍ତି ଦେବୋତ୍ତରକମିଶନ । ବୁଧବାରରୁ ଠାକୁରଉପବାସରେ । ବନ୍ଦ ରହିଛି ପ୍ରଭୁଲିଙ୍ଗରାଜଙ୍କ ନୀତିକାନ୍ତି । ମନ୍ଦିର ଖୋଲିବାପର ଠାରୁ ହୋଇନାହିଁ ନୀତି । ମଙ୍ଗଳଆଳତୀ ବିନା ହୋଇଛି ସାହଣମେଲାଦର୍ଶନ । ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗପକ୍ଷରୁ ନୀତି ବନ୍ଦ କରାଯାଇଥିବାରୁ ଦିନକୁ୮ଥର ଭୋଗ ଖାଉଥିବା ଠାକୁର ଏବେଉପବାସରେ । ଠାକୁରଙ୍କୁ ଉପବାସରେରଖିଥିବାରୁ ଅସନ୍ତୋଷ ଭକ୍ତ ।ସେବାୟତମାନଙ୍କୁ ମହାପ୍ରଭୁଙ୍କୁ ଉପବାସରେରଖିବାକୁ ଅଧିକାର ଦେଲା କିଏ ବୋଲି ପ୍ରଶ୍ନକରିଛନ୍ତି ଭକ୍ତ । କାହିଁକି ମହାପ୍ରଭୁଙ୍କୁଉପବାସରେ ରଖାଯାଉଛି । ଥରେ କି ଦୁଇଥର ନୁହେଁ ବର୍ଷର ଅଧିକାଂଶ ସମୟରେଲିଙ୍ଗରାଜ ମହାପ୍ରଭୁଙ୍କ ନିତୀରେ କାହିଁକିବିଭ୍ରାଟ ହେଉଛି ବୋଲି ପ୍ରଶ୍ନ କରିଛନ୍ତିଶ୍ରଦ୍ଧାଳୁ? ଏଥିପାଇଁ କିଏ ଦାୟୀ ? ଏମିତିପ୍ରଶ୍ନ ଏବେ ଭକ୍ତ ମନରେ ଉଙ୍କିମାରୁଛି ।କେତେବେଳେ ବେବନେ୍ଦାବସ୍ତ ଜମିବିବାଦ ତ ପୁଣି ଆଉ କେତେବେଳେ ସେବାୟତଙ୍କ ଭିତରେ ସମନ୍ୱୟର ଅଭାବ କାରଣରୁ ମହାପ୍ରଭୁ ଲିଙ୍ଗରାଜ ଦଣ୍ଡ ଭୋଗୁଛନ୍ତି ।ସୂଚନା ଅନୁସାରେ ନୂଆଗାଁ ମୌଜା ଗଙ୍ଗୁଆ ନାଳ ନିକଟରେ ଥିବା ମହାପ୍ରଭୁଲିଙ୍ଗରାଜଙ୍କ ୨ ଏକର ୬୩ ଡିସିମିଲି ଜମିରେ ବେଆଇନ ଭାବରେ ଦୋକାନଘର ନିର୍ମାଣ କରୁଛି ବଡୁ ନିଯୋଗ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଉଭୟ ବ୍ରାହ୍ମଣ ଏବଂ ପୂଜା ପଣ୍ଡା ନିଯୋଗ ବୁଧବାର ଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତିରେସହଯୋଗ କରୁନାହାନ୍ତି । ମାତ୍ର ବଡୁ ନିଯୋଗର ଯୁକ୍ତି ରାଜାଙ୍କ ଅମଳରୁ ବଡୁ
ନିଯୋଗର ୧୮୨ ପରିବାରକୁ ୪ ଏକର ୯୦୦ ଡିସିମିଲି ଜମି ଉପଭୋଗପାଇଁ ଦିଆଯାଇଛି । ଆଉ ନିଜ ପରିବାର ଚଳେଇବା ପାଇଁ ସେଠାରେ ସେମାନେଦୋକାନ ଘର ନିର୍ମାଣ କରୁଛନ୍ତି । ସେପଟେ କିନ୍ତୁ ବ୍ରାହ୍ମଣ ଆଉ ପୂଜା ପଣ୍ଡା ନିଯୋଗଏହାକୁ ଖଣ୍ଡନ କରିଛନ୍ତି । ଆଉ ପାଲଟା ବଡୁ ନିଯୋଗ ଉପରେ ଅଭିଯୋଗ କରିଛନ୍ତି ।ତେବେ ସେମାନଙ୍କ ଅଭିଯୋଗ ଅନୁଯାୟୀ ଦିଆଯାଇଥିବା ୪ ଏକର ୯୦୦ଡିସିମିଲି ଜାଗାରେ ନିର୍ମାଣ ନକରି ଲିଙ୍ଗରାଜଙ୍କ ବେବନେ୍ଦାବସ୍ତ ଜମିକୁ ମାଡି ବସିସେଠାରେ ବେଆଇନ ନିର୍ମାଣ ବଡୁ ନିଯୋଗ କରୁଥିବା ଅଭିଯୋଗ ଆଣିଛନ୍ତିଏମାନେ । ସେଥିପାଇଁ ଦେବୋତ୍ତର କମିଶନଙ୍କ ହସ୍ତକ୍ଷେପ ଲୋଡି ନୀତି ବନ୍ଦକରିଛନ୍ତି ଉଭୟ ବ୍ରାହ୍ମଣ ଏବଂ ପୂଜାପଣ୍ଡା ନିଯୋଗ । ଏହି ଘଟଣା କୋର୍ଟରେଥିବାରୁ ଶେଷ ରାୟ ଆସିବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ବ୍ରହ୍ମଣ ନିଯୋଗଦାବି କରିଥିବା ବେଳେ, ବଡ଼ୁ ନିଯୋଗ, ନୀତି କାହିଁକି ବନ୍ଦ କରାଯାଇଛି ସେନେଇପାଳିଆ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ।

Leave A Reply

Your email address will not be published.