ହୁହୁ ହୋଇ ବଢ଼ୁଛି ପିଆଜ ଦର

0 75

ନୂଅଦିଲ୍ଲୀ: ଶ୍ରାଦ୍ଧ ଓ ନବରାତ୍ର ପରେରାଜଧାନୀ ଦିଲ୍ଲୀରେ ପିଆଜ ଦରଏବେ ଆକାଶ ଛୁଇଁଛି । ଗତ ୩ଦିନରେ ଖୁଚୁରା ପିଆଜ ଦରରେ କେଜିପିଛା ପ୍ରାୟ ୧୪ ଟଙ୍କା ବୃଦ୍ଧି ହୋଇଛି ।ବୁଧବାର ଫୁଟପାଥ କଡରେ ବସୁଥିବାପରିବା ବ୍ୟବସାୟୀ ୫୫ରୁ ୬୦ ଟଙ୍କାଦରରେ ପିଆଜ ବିକିଛନ୍ତି । ତେବେକେବଳ ଖୁଚୁରା ବଜାର ନୁହେଁପାଇକାରୀ ବଜାରରେ ମଧ୍ୟ ପିଆଜଦରରେ କେଜି ପିଛା ୭ ରୁ ୮ ଟଙ୍କାବୃଦ୍ଧି ହୋଇଛି । ଆଜାଦପୁର ମଣ୍ଡିରେବୁଧବାର ପାଇକାରୀ ଦରରେ ପିଆଜକେଜି ୩୫ରୁ ୪୦ ଟଙ୍କା ଦରରେବିକ୍ରି ହୋଇଛି । ଏସିଆର ସର୍ବ ବୃହତ୍ତପିଆଜ ମଣ୍ଡି ମହାରାଷ୍ଟ୍ରରଲାସଲଗାଁବରେ ମଧ୍ୟ ପିଆଜ ଦର ବୃଦ୍ଧିହୋଇଛି । ୧୫ ଦିନ ପୂର୍ବେ ଏଠାରେପିଆଜ କ୍ୱିଣ୍ଟାଲ ପିଛା ୨,୩୫୦ ଟଙ୍କାଦରରେ କାରବାର ହେଉଥିବା ବେଳେବୁଧବାର କ୍ୱିଣ୍ଟାଲ ପିଛା ୩,୮୦୦ଟଙ୍କାକୁ ପହଞ୍ଚଛି । ଦେଶରେ ପିଆଜଦର ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରସରକାର ଗତ ଅଗଷ୍ଟ ମାସରେରପ୍ତାନୀ ଉପରେ ୪୦ ପ୍ରତିଶତ ଶୁଳ୍କଲଗାଇ ଥିଲେ । ଫଳରେ ରପ୍ତାନୀବାଧାପ୍ରାପ୍ତ ହୋଇଥିବା ବେଳେ ଏବେଦେଶ ଭିତରେ ମୂଲ୍ୟ ବୃଦ୍ଧି ଚିନ୍ତାଜନକପରିସ୍ଥିତି ସୃଷ୍ଟି କରିଛି । ବୁଧବାର ଦିଲ୍ଲୀସହିତ ମହାରାଷ୍ଟ୍ରର ବିଭିନ୍ନ ବଜାରରେଉକ୍ରୃଷ୍ଟ ମାନର ପିଆଜ ଦର କେଜି ପିଛାପ୍ରାୟ ୫୦ଟଙ୍କାକୁ ପହଞ୍ଚି ଯାଇଛି ।ଦେଶରେ ଏବେ ପିଆଜ ଅମଳର ଋତୁନୁହେଁ, ଖରିଫ ପିଆଜ ବଜାରକୁଆସିବାକୁ ଆହୁରି ପ୍ରାୟ ୨ ମାସ ସମୟଲାଗିବ । ଏଣୁ ଦେଶରେ ଡିସେମ୍ବରମାସ ପର୍ଯ୍ୟନ୍ତ ପିଆଜ ଦର ବଢିବଢିଚାଲିବ ବୋଲି ଏବେଠୁ ସ୍ପଷ୍ଟହୋଇଗଲାଣି । ଦର ନିୟନ୍ତ୍ରଣ ପାଇଁସରକାର ବିଭିନ୍ନ ପଦକ୍ଷେପନେଇଥିଲେ । ଏପରିକି ପିଆଜର ବମ୍ପରଷ୍ଟକ୍ ମଧ୍ୟ କରିଥିଲେ । ଏଣୁ ପରିସ୍ଥିତିଅଣାୟତ୍ତ ହେଲେ ସରକାର ବମ୍ପର ଷ୍ଟକ୍ଖୋଲି ପାରନ୍ତି ବୋଲି ଆକଳନକରାଯାଉଛି । ମହାରାଷ୍ଟ୍ରର ଅଧିକାଂଶପିଆଜ ଉତ୍ପାଦକ ଜିଲ୍ଲାରେ ହାରାହାରିପାଇକାରୀ ଦର କେଜି ପିଛା ୪୫ରୁ୪୮ ଟଙ୍କା ଦରରେ କାରବାରହେଉଛି । ତେବେ ମହାରାଷ୍ଟ୍ର ଓମଧ୍ୟପ୍ରଦେଶ ଭଳି ପିଆଜ ଉତ୍ପାଦକରାଜ୍ୟମାନେ ଗତ ନବରାତ୍ର ପୂର୍ବରୁବଜାରକୁ ଯେଉଁ ପରିମାଣରେ ପିଆଜପଠାଉଥିଲେ ଏବେ ସେଥିରେ ହ୍ରାସଦେଖା ଦେଇଛି । ଯାହାର ପ୍ରଭାବ ଏବେପିଆଜ ଦର ଉପରେ ଦେଖିବାକୁମିଳୁଛି । ଆଜାଦପୁର ମଣ୍ଡି ବ୍ୟବସାୟୀରାଜେନ୍ଦ୍ର ଶର୍ମାଙ୍କ ଅନୁସାରେ ଦୂର୍ଗା ପୂଜାପୂର୍ବରୁ ଦୈନିକ ବଜାରକୁ ୧୨ଶହରୁ୧୫ସହ ଟନ ପିଆଜ ପହଞ୍ଚୁଥିଲା ।ହେଲେ ଏବେ ଅତି କଷ୍ଟରେ ୧୧ଶହଟନ ପର୍ଯ୍ୟନ୍ତ ପିଆଜ ଆସୁଛି ।ଆଜାଦପୁର ମଣ୍ଡି ଦିଲ୍ଲୀର ବିସ୍ତୃତଅଞ୍ଚଳକୁ ପିଆଜ ଓ ଅନ୍ୟ ପନିପରିବା ଯୋଗାଇ ଦେଇଥାଏ ।ବଜାରକୁ ଆସୁଥିବା ସାମଗ୍ରୀ ଅନୁସାରେଦର ଧାର୍ଯ୍ୟ ହୋଇଥାଏ । ଏବେପିଆଜର ଆମଦାନୀ ହ୍ରାସ ହୋଇ ଥିବାରୁମୂଲ୍ୟ ବୃଦ୍ଧି ଦେଖା ଦେଇଛି ।

Leave A Reply

Your email address will not be published.