ଏଣିକି ହ୍ୱାଟ୍ସଆପ୍ରେ ନନ୍ଦନକାନନ ଟିକେଟ ବୁକିଂ

0 54

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଟିକେଟ୍କାଟିବାକୁ ଆଉ ଧାଡ଼ିରେ ଛିଡ଼ା ହେବାକୁପଡ଼ିବନି । ଏଣିକି ହ୍ୱାଟ୍ସଆପ୍ରେ ହୋଇପାରିବଟିକେଟ୍ । ନନ୍ଦନକାନନରେ ଡିଜିଟାଲ୍ ବୁକିଂଆରମ୍ଭ ହୋଇଛି । ଗତ ଶନିବାର ହ୍ୱାଟ୍ସଆପ୍
ବେସଡ୍ ଟିକେଟ ବୁକିଂ ଉଦ୍ଘାଟନ କରିଛନ୍ତିଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ।ହ୍ୱାଟ୍ସଆପ୍ କୁ୍ୟଆର୍ କୋର୍ଡରେ ସ୍କାନ କରିଟିକେଟ୍ କରିହେବ । ନନ୍ଦନକାନନରେ ଏହିଅତ୍ୟାଧୁନିକ ସେବା ଭାରତରେ ପ୍ରଥମ ।
ନନ୍ଦନକାନନ ପକ୍ଷରୁ ଏକ ହ୍ୱାଟ୍ସଆପ୍ ନମ୍ବରମଧ୍ୟ ଜାରି ହୋଇଛି । ହ୍ୱାଟ୍ସଆପ୍ ନମ୍ବରରେମେସେଜ କରି ଟିକେଟ ବୁକିଂ କରିପାରିବେପର୍ଯ୍ୟଟକ । ତିନିଟି ଭାଷାରେ ହ୍ୱାଟ୍ସଆପ୍ରେଟିକେଟ ବୁକିଂ ହୋଇପାରିବ । ଟିକେଟର
ସମୟସୀମା ଗୋଟିଏ ଦିନ ରହିବ । ହ୍ୱାଟ୍ସଆପ୍ନମ୍ବରରେ ହାଏ ମେସେଜ୍ କଲେ,ୱେଲକମଟୁ ନନ୍ଦନକାନନ ଆସିବ ।ଏହାପରେ ଆପଣଙ୍କ ୩ଟି ଭାଷା (ଇଂରାଜୀ,ହିନ୍ଦୀ, ଓଡ଼ିଆ) ଭାଷା ଅପସନ୍ ଆସିବ ।
ଏହାପରେ ଆପଣ ଭାଷା ଅପସନରେ କ୍ଲିକକରିବା ପରେ ଆପଣଙ୍କ ଟିକେଟ ଦରଆସିବ । ଏହାପରେ ଆଗକୁ ବଢିବା ପରେଆପଣଙ୍କ ଟିକେଟ ଦର ଦେବା ପାଇଁ ଏକଫୋନ୍ ପେ ଲିଙ୍କ୍ ଆସିବ । ତାହା ମାଧ୍ୟମରେ
ଆପଣ ଟଙ୍କା ଡିପୋଜିଟ୍ କରି ଟିକେଟ ପାଇପାରିବେ । ଅନ୍ୟପଟେ ନନ୍ଦନକାନନ ଟିକେଟକାଉଣ୍ଟରରେ ମଧ୍ୟ ଲଗାଯାଇଛି ବାରକୋର୍ଡ,ହ୍ୱାଟ୍ସଆପ୍ ଅନ କରି ମୋବାଇଲକ୍ୟାମେରାରେ ବାରକୋଡ଼କୁ ସ୍କାନ କଲେ
ଟିକେଟ କାଟିବାର ପ୍ରଣାଳୀ ଶୋ କରିବ,କେତେଜଣଙ୍କ ପାଇଁ ଟିକେଟ କଟାଯିବବୟସ୍କ, ମଧ୍ୟମିତ, ଛୋଟ ପିଲା କେତେଜଣସିଲେକ୍ଟ କଲାପରେ ଅନ ଲାଇନ ମାଧ୍ୟମରେକେତେଟଙ୍କା କଟିବ ଶୋ କରିବ, ଫୋନ
ପେ, ଗୁଗୁଲ ପେ, ପେଟିଏମ ଆଦି ମାଧ୍ୟମରେଟିକେଟ ପେମେଣ୍ଟ କରିପାରିବେ । ପରେଟିକେଟ ମେସେଜ ଆସିବ । ମେସେଜଦେଖାଇ ପ୍ରାଣୀଉଦ୍ୟାନକୁ ପ୍ରବେଶକରିପାରିବେ ପର୍ଯ୍ୟଟକ । ଏହି ସୁବିଧାରେ
ବର୍ତ୍ତମାନ ସୁଦ୍ଧା ୫୨୩୨ ଜଣ ପର୍ଯ୍ୟଟକଟିକେଟ କାଟି ବୁଲିବାର ସୁବିଧାପାଇସାରିଛନ୍ତି ବୋଲି ନନ୍ଦନକାନନକତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.