ଆଜି ଇଂଲଣ୍ଡଙ୍କୁ ଭେଟିବ ଭାରତ

0 64

ନୂଆଦିଲ୍ଲୀ, ୨୮ା୧୦: କ୍ରିକେଟ୍ ବିଶ୍ୱକପରେଭାରତ ନିଜର ପରବର୍ତ୍ତୀ ମ୍ୟାଚ୍ ଇଂଲଣ୍ଡବିପକ୍ଷରେ ଖେଳିବ । ଏହି ମ୍ୟାଚରେ କେଉଁ
ବୋଲରଙ୍କୁ ନେଇ ଭାରତୀୟ ଦଳ ପଡ଼ିଆକୁଓହ୍ଲାଇବ ତାହାକୁ ନେଇ ମ୍ୟାନେଜମେଣ୍ଟଦ୍ୱନ୍ଦ୍ୱରେ ରହିଥିବା ଜଣାପଡ଼ିଛି । ଆହତ
ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷମ୍ୟାଚରେ ଭାରତକୁ ପ୍ରତିନିଧିବ କରିପାରିବେନାହିଁ । ଏପରି ସ୍ଥିତିରେ ଦଳରେ ୬ଷ୍ଠ ବୋଲର
ଭାବେ କିଏ ଦାୟିତ୍ୱ ନିର୍ବାହ କରିବ ତାହାକୁନେଇ ମ୍ୟାନେଜମେଣ୍ଟ ତରଫରୁ ଅଙ୍କକଷାଆରମ୍ଭ ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ
ହାର୍ଦିକ ଖେଳିନଥିଲେ । ତାଙ୍କ ସ୍ଥାନ ପୂରଣକରିବାକୁ ଭାରତୀୟ ଦଳରେ ୨ଟି ପରିବର୍ତ୍ତନକରିବାକୁ ପଡ଼ିଥିଲା । ବ୍ୟାଟସମ୍ୟାନ୍ ଭାବେ
ସୂର୍ଯ୍ୟକୁମାର ଯାଦବ ଓ ବୋଲର ଭାବେ ମହମ୍ମଦସାମିଙ୍କୁ ସୁଯୋଗ ମିଳିଥିଲା । ନ୍ୟୁଜିଲାଣ୍ଡବିପକ୍ଷରେ ଭାରତକୁ ସଫଳତା ମିଳିଥିଲେ ମଧ୍ୟ
ଆଗାମୀ ମ୍ୟାଚରେ ଏପରି ବ୍ୟବସ୍ଥା କାମ କରିବକି ନାହିଁ ତାହାକୁ ନେଇ ବିଭିନ୍ନ ମହଲରେଆଶଙ୍କାବ୍ୟକ୍ତ କରାଯାଇଛି । ବିଶ୍ୱକପରେ
ଭାରତୀୟ ଦଳ ପରିବେଶ ଓ ପିଚକୁ ଦୃଷ୍ଟିରେରଖି ଚୂଡ଼ାନ୍ତ ଏକାଦଶ ମନୋନୟନ କରୁଛି ।ସ୍ପିନରଙ୍କୁ ସହାୟତା ପ୍ରଦାନ କରୁଥିବା ପିଚରେ
ଅଶ୍ୱିନଙ୍କୁ ସୁଯୋଗ ମିଳୁଥିବା ବେଳେ ଦ୍ରୁତବୋଲରଙ୍କୁ ସହାୟତା ଯୋଗାଉଥିବା ପିଚରେସାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରାଯାଉଛି ।
ତେବେ ହାର୍ଦିକ ପାଣ୍ଡ୍ୟା ଆହତ ହେବା ପରେଭାରତୀୟ ଦଳର ଭାରସାମ୍ୟ ରକ୍ଷା କରିବାକିଛିଟା କଷ୍ଟକର ହୋଇପଡ଼ିଛି । ଅଲରାଉଣ୍ଡର
ହାର୍ଦିକଙ୍କ ସ୍ଥାନ ପୂରଣ କରିବାକୁ ଦଳରେ ଜଣେବ୍ୟାଟସମ୍ୟାନ୍ ଓ ଜଣେ ବୋଲରଙ୍କୁ ସାମିଲକରାଯାଉଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ସ୍ପିନରଙ୍କୁ
ସହାୟତା ଯୋଗାଉଥିବା ପିଚରେ ଖେଳାଯିବାକୁଥିବାରୁ ସେହି ମ୍ୟାଚରେ ଅଶ୍ୱିନଙ୍କୁ ସୁଯୋଗମିଳିବାର ସମ୍ଭାବନା ରହିଛି । ଏପରି ହେଲେ
ଭାରତ ଦୁଇଜଣ ଦ୍ରୁତ ବୋଲରଙ୍କୁ ନେଇପଡ଼ିଆକୁ ଓହ୍ଲାଇବ । ଦ୍ରୁତ ବୋଲର ଭାବେବୁମରା ଖେଳିବା ନିଶ୍ଚିତ ଥିବା ବେଳେ ସିରାଜ
ଓ ସାମିଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ ।ସାମି ଗତ ମ୍ୟାଚରେ ୫ଟି ୱିକେଟ୍ ହାସଲକରିଥିବାରୁ ସେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ
ସୁଯୋଗ ପାଇବାର ଅଧିକ ସମ୍ଭାବନା ରହିଛି ।ତେବେ ଯଦି କୌଣସି ବୋଲର ଖରାପ ପ୍ରଦର୍ଶନକରନ୍ତି ତେବେ ଭାରତ ନିକଟରେ ୬ଷ୍ଠ
ବୋଲର ଭାବେ କେହି ନାହାନ୍ତି, ଯାହାକିମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇ ଦେଇଛି । ୬ଷ୍ଠବୋଲରର ଆବଶ୍ୟକତା ପୂରଣ କରିବାକୁ
ତାରକା ବ୍ୟାଟସମ୍ୟାନ୍ ବିରାଟ କୋହଲିଙ୍କଆଡକୁ ଢଳିଛି ମ୍ୟାନେଜମେଣ୍ଟ । କୋହଲି ଏବଂଓପନର୍ ଶୁବମାନ ଗିଲ୍ ନେଟସରେ ବେଶ୍
କିଛିସମୟ ବୋଲିଂ ଅଭ୍ୟାସ କରୁଥିବା ଦେଖିବାକୁମିଳିଥିଲା । କୋହଲି ଓ ଗିଲ୍ ଯଦି ମ୍ୟାଚରେ ୭/୮ ଓଭର ବୋଲିଂ କରନ୍ତି ତେବେ ଭାରତୀୟ
ଦଳ ଉପରୁ ·ପ କମିବ ବୋଲି କ୍ରିକେଟ୍ବିଶେଷଜ୍ଞମାନେ କହିଛନ୍ତି । ସବୁ ମ୍ୟାଚରେହାର୍ଦିକ ଖେଳିବା ସମ୍ଭବପର ହୋଇନଥିବାରୁ
ତାଙ୍କ ବିକଳ୍ପ ଭାବେ କିଏ ବୋଲିଂ କରିବସେଥିପ୍ରତି ଧ୍ୟାନ ଦେବା ସମୟ ଆସି ଯାଇଥିବାବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.