ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ଜିତିଲେ ସ୍ୱର୍ଣ୍ଣ ଓ ରୌପ୍ୟ

0 55

ହାଙ୍ଗଝୌ, ୨୮ା୧୦: ଚୀନର ହାଙ୍ଗଝୌରେ·ଲିଥିବା ଏସିଆନ ପାରା ଗେମ୍ସରେ ଓଡ଼ିଶାରସୌନ୍ଦର୍ଯ୍ୟ ପ୍ରଧାନ ଚେସରେ ଦୁଇଟି ପଦକ
ଜିତିଛନ୍ତି । ସେଥିରୁ ଗୋଟିଏ ସ୍ୱର୍ଣ୍ଣ ଓ ଅନ୍ୟଟିରୌପ୍ୟ । ବରଗଡ଼ର ଅତାବିରାର ଦୃଷ୍ଟିବାଧିକ ସୌନ୍ଦର୍ଯ୍ୟ ପ୍ରଧାନ ବ୍ୟକ୍ତିଗତ ଭାବେ
ରୌପ୍ୟ ପଦକ ଜିତିଥିବା ବେଳେ ଦଳଗତଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ବି୧ଏକକ ବର୍ଗରେ ସେ ରୌପ୍ୟ ପଦକ
ପାଇଥିବା ବେଳେ ପୁରୁଷ ବି୧ ଦଳଗତଇଭେଣ୍ଟରେ ସେ ଅଶ୍ୱିନୀ ଓ ଦର୍ପଣଙ୍କ ସହିତମିଶି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ବି୧
ଏକକ ବର୍ଗରେ ୭ ରାଉଣ୍ଡରୁ ୫ ରାଉଣ୍ଡରେବିଜୟୀ ହୋଇଥିଲେ ସୌନ୍ଦର୍ଯ୍ୟ । ଆଉଗୋଟିଏ ରାଉଣ୍ଡ ଡ୍ର’ ରଖିଥିଲେ । ଫଳରେ
ମୋଟ ସାଢେ୫ ପଏଣ୍ଟ ପାଇ ସେ ରୌପ୍ୟପଦକ ଜିତିଥିଲେ । ଦଳଗତ ଇଭେଣ୍ଟରେତାଙ୍କ ଟିମ୍ ୧୫ ପଏଣ୍ଟରୁ ସାଢେ ୧୧ ପଏଣ୍ଟ
ପାଇ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏହି ସଫଳତାପାଇଁ ସୌନ୍ଦର୍ଯ୍ୟଙ୍କ ନିକଟକୁ ଶୁଭେଚ୍ଛାର ସୁଅଛୁଟିଛି । ଚଳିତ ଏସିଆନ ପାରା ଗେମ୍ସରେ
ଓଡ଼ିଶାର ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ୩ଟି ପଦକ ଜିତିଛନ୍ତି । ତା’ ମଧ୍ୟରେଗୋଟିଏ ସ୍ୱର୍ଣ୍ଣ ଓ ଦୁଇଟି ବ୍ରୋଞ୍ଜରହିଛି । ତାଙ୍କର ଏହି ସଫଳତା ପାଇଁ
ଗତକାଲି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ତାଙ୍କୁ ୨ କୋଟି ଟଙ୍କାପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.