ଓଟିଟି ପ୍ଲାଟଫର୍ମରେ ତାରାଙ୍କ ଡେବୁ୍ୟ

0 60

ରିଲିଜ୍ ହୋଇଛି ଅଭିନେତ୍ରୀ ତାରାସୁତାରିଆଙ୍କ ଅପକମିଙ୍ଗସର୍ଭାଇଭାଲ୍ ଥ୍ରିଲର୍ ଫିଲ୍ମ”ଅପୂର୍ବା’ର ଟ୍ରେଲର୍ । ଏହି ଫିଲ୍ମଜରିଆରେ ତାରା ଓଟିଟି
ପ୍ଲାଟଫର୍ମରେ ଏଣ୍ଟ୍ରି କରିବେ । ନିଖିଲନାଗେଶ ଭଟଙ୍କ ନିଦେ୍ର୍ଦଶିତ ଏହିଫିଲ୍ମ ବଞ୍ଚିବା ପାଇଁ ଅସାଧାରଣପରିସ୍ଥିତିର ସମ୍ମୁଖୀନ ହେଉଥିବା
ଜଣେ ସାଧାରଣ ଝିଅର କାହାଣୀକୁପରଦାରେ ଉତାରିଛି । ଟାଇଟଲ୍ରୋଲରେ ଅଛନ୍ତି ତାରା । ତାଙ୍କ ସହପ୍ରମୁଖ ଭୂମିକାରେ ଅଭିନୟ
କରିଛନ୍ତି ରାଜପାଲ ଯାଦବ,ଅଭିଷେକ ବାନାର୍ଜୀ, ଧୈଯ୍ୟକାୱର୍ା । ତାରା ନିଜ ଇନ୍ଷ୍ଟାଗ୍ରାମରେଫିଲ୍ମର ଟ୍ରେଲର୍ ପୋଷ୍ଟ୍ କରି ଏକ
ଭିନ୍ନ ଧରଣର ଚରିତ୍ରରେ ପ୍ରଥମଥର ଅଭିନୟ କରିବାର ଅନୁଭବଶେୟାର କରିଛନ୍ତି । ଟ୍ରେଲରରେତାରାଙ୍କ ଚରିତ୍ର ଅପୂର୍ବା ପାଗଳ ପରି
ନିଜ ଭାବୀ ସ୍ୱାମୀ ସିଦ୍ଧାର୍ଥଙ୍କୁଭଲପାଉଥିବା ଦେଖିବାକୁ ମିଳିଛି ।କିନ୍ତୁ ଅପୂର୍ବାର ଅପହରଣ ପରେଉଭୟଙ୍କ ରୋମାଣ୍ଟିକ୍ ଜୀବନ
ବଦଳି ଯାଇଛି । ଏହି ଘଟଣା ପରେତାରା ବଞ୍ଚିବା ପାଇଁ ନିଜର ସବୁସାମର୍ଥ୍ୟ ଲଗାଇଛନ୍ତି । ଫିଲ୍ମରେପ୍ରଥମ ଥର ରାଜପାଲ ଯାଦବଙ୍କଭୟାନକ
ଚରିତ୍ର ଦେଖିବାକୁମିଳିବ । ଫିଲ୍ମ ବିଷୟରେ ତାରାକହିଛନ୍ତି, ଫିଲ୍ମର ଫାଷ୍ଟ୍ ଲୁକକୁଦର୍ଶକ ଯେଉଁଭଳି ଭାବେଭଲପାଇବା ଦେଇଛନ୍ତି, ଫିଲ୍ମକୁ ବି
ସେମିତି ଭଲପାଇବେ । ଆଜିପର୍ଯ୍ୟନ୍ତ ସେ ପରଦାରେ ନିର୍ବାହକରିଥିବା ସବୁ ଭୂମିକାଠାରୁଅପୂର୍ବା ଭୂମିକା ସମ୍ପୂର୍ଣ୍ଣ ଭିନ୍ନ । ଏହାକୁ
ସେ ସବୁଠୁ ଚ୍ୟାଲେଞ୍ଜିଂ ରୋଲ୍ବୋଲି କହିଛନ୍ତି । ଆସନ୍ତାନଭେମ୍ବର ୧୫ ତାରିଖରେ ଡିଜ୍ନୀପ୍ଲସ୍ ହଟ୍ଷ୍ଟାରରେ ମୁକ୍ତିଲାଭକରିବ “ଅପୂର୍ବା’ ।

Leave A Reply

Your email address will not be published.