ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତ ନିଦେ୍ର୍ଦଶକ ସ୍ୱରୂପ ନାୟକ

0 93

କଟକ, ୨୮ା୧୦ (ଡିକେ ନୁ୍ୟଜ୍):ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତନିଦେ୍ର୍ଦଶକ ସ୍ୱରୂପ ନାୟକ । କଟକସତୀଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା
ସହ ଶେଷକୃତ୍ୟ ସଂପନ୍ନକରାଯାଇଛି । ସ୍ୱରୂପଙ୍କୁ ତାଙ୍କ ବଡ଼ଝିଅ ନିବୃତ୍ତି ନାୟକ ମୁଖାଗ୍ନିଦେଇଛନ୍ତି । ତାଙ୍କର ଶେଷକୃତ୍ୟସଂପନ୍ନ ସମୟରେ ବହୁ ବିଶିଷ୍ଟ ବ୍ୟକ୍ତି
ଉପସ୍ଥିତ ଥିଲେ । ଶୁକ୍ରବାର ସ୍ୱରୂପନାୟକଙ୍କର ପରଲୋକ ଘଟିଥିଲା ।ବିଭିନ୍ନ ବର୍ଗ ତାଙ୍କ ଆତ୍ମାର ସଦଗତିକାମନା କରିବା ସହ ଶୋକସନ୍ତପ୍ତ
ପରିବାର ପ୍ରତି ଗଭୀର ସମବେଦନାଜଣାଇଛନ୍ତି । ୧୯୪୭ ମସିହାଫେବ୍ରୁଆରୀ ୮ ତାରିଖରେ ଜନ୍ମହୋଇଥିବା ସ୍ୱରୂପ ଏକାଧାରରେ
ଜଣେ ସଙ୍ଗୀତକାର, ଗୀତିକାର,ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତାଥିଲେ । ୫୦ରୁ ଅଧିକ ଓଡ଼ିଆଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିଦେ୍ର୍ଦଶନା
ଦେଇଥିଲେ ସ୍ୱରୂପ । ସେ ପ୍ରାୟ୩୦ଟି ଫିଲ୍ମ ପାଇଁ ଗୀତ ଲେଖିଥିଲେ ।୬ଟି ଫିଲ୍ମରେ ସେ ଅଭିନୟକରିଥିଲେ । ସେହିପରି ୬ଟି ଫିଲ୍ମରେ
ଗୀତ ଗାଇ ଥିଲେ । ୧୯୬୨ମସିହାରେ ରିଲିଜ ହୋଇଥିବା”ଜୟଦେବ’ ଚଳଚ୍ଚିତ୍ରରେ ସ୍ୱରୂପଶିଶୁ କଳାକାର ଭାବେ ଅଭିନୟ
କରିଥିଲେ । ୧୯୮୪ ମସିହାରପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର”ହୀରାନୀଳା’ରେ ସେ ପ୍ରଥମେସଙ୍ଗୀତ ନିଦେ୍ର୍ଦଶକ ଭାବେ କାର୍ଯ୍ୟ
କରିଥିଲେ । ସହର ଜଳୁଛି, ଲାଲ୍ ପାନ୍ବିବି, ଉଦଣ୍ଡୀ ସୀତା, ସିନ୍ଦୂର ନୁହେଁଖେଳଘର, ମନ ରହିଗଲାତୁମଠାରେ, ପୁଅ ମୋର ଭୋଳା
ଶଙ୍କର, ଆଇ ଲଭ୍ ୟୁ, ଶାଶୁ ଘର·ଲିଯିବି, ଜୀବନ ମୃତ୍ୟୁ ଓ କଥାନ୍ତରଭଳି ଚଳଚ୍ଚିତ୍ରରେ ସ୍ୱରୂପ ନାୟକସଙ୍ଗୀତ ନିଦେ୍ର୍ଦଶନା ଦେଇଥିଲେ ।

Leave A Reply

Your email address will not be published.