ବିପର୍ଯ୍ୟୟ ପରିଚାଳନାରେ ରୋଲ ମଡ଼େଲ ଓଡ଼ିଶା

0 96

ଭୁବନେଶ୍ୱର,୨୯ା୧୦(ଡିକେ ନୁ୍ୟଜ):୧୯୯୯ ମହାବାତ୍ୟା ବିପର୍ଯ୍ୟୟରେମୃତ୍ୟୁବରଣ କରିଥିବା ମୂଲ୍ୟବାନ ଜୀବନକୁଆମେ ମନେ ପକାଉଛୁ । ସେବେଠାରୁ
ବିପର୍ଯ୍ୟୟ ସମୟରେ ଓଡ଼ିଶାକୁ ସୁରକ୍ଷିତରଖିବା ଦିଗରେ ଆମେ ଉଲ୍ଲେଖନୀୟ କାର୍ଯ୍ୟକରିଛୁ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେଆମ ରାଜ୍ୟ ଏବେ ଅନ୍ୟ ରାଜ୍ୟ ଓ
ଦେଶମାନଙ୍କ ପାଇଁ ମଡେଲ ୍ହୋଇଛିବୋଲି ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟପରିଚାଳନା କର୍ତ୍ତୃପକ୍ଷ (ଓଏସଡିଏମଏ)ଙ୍କଦ୍ୱାରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ
ଅବସରରେ ଭିଡିଓ ବାର୍ତ୍ତା ପ୍ରଦାନ କରିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାପ୍ରକାଶକରିଛନ୍ତି । ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେଆୟୋଜିତ ଏହି ରାଜ୍ୟସ୍ତରୀୟ
ସମାରୋହରେ ବାର୍ତ୍ତା ପ୍ରଦାନ କରିମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ,ଆମର ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନାପ୍ରୟାସକୁ ସବୁ ସ୍ତରରେ ବ୍ୟାପକ ପ୍ରଶଂସା
ମିଳିଛି । ଓଡ଼ିଶାକୁ ଭାରତ ସରକାର୨୦୨୩ ମସିହା ପାଇଁ ସମ୍ମାନଜନକନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପଦପ୍ରବନ୍ଧନ ପୁରସ୍କାର ପ୍ରଦାନ କରିଛନ୍ତି ।
ଚଳିତ ବର୍ଷ ଜୁନ୍ ୨ ତାରିଖରେ ବାଲେଶ୍ୱରବାହାନଗାଠାରେ ଘଟିତ ମର୍ମନ୍ତୁଦ ରେଳଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଯାତ୍ରୀ ଆହତ
ହୋଇଥିଲେ । ରାଜ୍ୟ ସରକାରଙ୍କ ତରଫରୁତ୍ୱରିତ ସମସ୍ତ ଜରୁରୀକାଳୀନ ସେବାପ୍ରଦାନ ପୂର୍ବକ ଗୁରୁତର ଆହତ ମାନଙ୍କୁଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ଅନେକ
ମୁଲ୍ୟବାନ ଜୀବନ ବଞ୍ଚାଯାଇ ପାରିଥିଲା ।ସ୍ଥାନୀୟ ଜନସାଧାରଣ, ସ୍ୱେଚ୍ଛାସେବୀ,ପଞ୍ଚାୟତିରାଜ ସଦସ୍ୟ , ଓଡ୍ରାଫ, ଅଗ୍ନିଶମସେବା, ଏନଡିଆରଏଫ ଏବଂ
ଡାକ୍ତରମାନଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଯୋଗୁଁଆମେ ଅନେକ ଲୋକଙ୍କ ଜୀବନବଞ୍ଚାଇପାରିଛୁ । ଯେକୌଣସି ବିପର୍ଯ୍ୟୟରମୁକାବିଲା ପାଇଁ କଟକ, ବ୍ରହ୍ମପୁର,
ସମ୍ବଲପୁର ଓ ରାୟଗଡ଼ାରେ ୪ଟି ଆଞ୍ଚଳିକବିପର୍ଯ୍ୟୟ ମୁକାବିଲା କେନ୍ଦ୍ର ସ୍ଥାପନକରିବାକୁ ରାଜ୍ୟ ସରକାର ନିଷ୍ପତ୍ତିନେଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।
ଚଳିତ ବର୍ଷ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତିଦିବସର ବିଷୟବସ୍ତୁ ହେଉଛି ‘ସଶକ୍ତଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା’ । ଯେ କୌଣସିବିପର୍ଯ୍ୟୟ ପରିସ୍ଥିତିରେପୃଷ୍ଠା

Leave A Reply

Your email address will not be published.