୩ ଟ୍ରେନ୍ ମଧ୍ୟରେ ଧକ୍କା : ୧୦ରୁ ଊଦ୍ଧ୍ୱର୍ ମୃତ

0 57

ରାୟଗଡ଼ା,୨୯ା୧୦ : ଗୋଟିଏ ଟ୍ରାକ୍ରେଆସୁଥିବା ବେଳେ ଦୁଇ ପାସେଞ୍ଜର ଟ୍ରେନ୍ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ପରେପାସେଞ୍ଜର ଟ୍ରେନ୍ଟି ଅନ୍ୟ ଟ୍ରାକ୍ରେ ଆସୁଥିବା
ମାଲବାହୀ ଟ୍ରେନ୍ ଉପରେ ପଡ଼ିଥିଲା । ଆଜିସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ଟ୍ରେନ୍ଦୁର୍ଘଟଣା ଆନ୍ଧ୍ରପ୍ରଦେଶ କଣ୍ଟକାପାଲୀ ଓଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଘଟିଥିଲା ।
ଏଥିରେ ୧୦ରୁ ଅଧିକ ଯାତ୍ରାଙ୍କ ମୃତ୍ୟୁଘଟିଥିବା ବେଳେ ଅନେକ ଗୁରୁତର ଆହତହୋଇଛନ୍ତି । ଦୁଇ ପାସେଞ୍ଜର ଟ୍ରେନ୍ଟି ଓଡ଼ିଆ
ଆସୁଥିବା ଜଣାପଡ଼ିଛି । ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ନିର୍ଦ୍ଧାରିତସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା ।ବିଶାଖାପାଟଣା-ପଲାସା ପାସେଞ୍ଜର
ଛାଡ଼ିବାର ୧୫ ମିନିଟ୍ ପରେବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ଛାଡ଼ିଥିଲା । କଣ୍ଟକାପାଲୀ ଓ ଆଲମଣ୍ଡାଷ୍ଟେସନ୍ଠାରୁ ୨୦୦ ମିଟର ଦୂରରେ
ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍କୁବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ପାସେଞ୍ଜରଟ୍ରେନ୍ର ୪ଟି ବଗି ଅନ୍ୟ ଟ୍ରାକ୍ରେ ପଡ଼ିଥିଲା ।
ସେହି ସମୟରେ ଆସୁଥିବା ଏକ ମାଲବାହୀଟ୍ରେନ୍ ପାସେଞ୍ଜର ଟ୍ରେନ୍ର ବଗିକୁ ଧକ୍କାଦେଇଥିଲା । ଏଥିରେ ବହୁ ଯାତ୍ରୀ ଥିଲେ ।ବର୍ତ୍ତମାନ ସୁଦ୍ଧା ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ
ଘଟିଥିବା ବେଳେ ଅନେକ ଆହତହୋଇଛନ୍ତି । ଘଟଣାସ୍ଥଳରେ ରେକ୍ସ୍ୟ ଟିମ୍ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.