ଚନ୍ଦ୍ରବାବୁ ନାଇଡୁଙ୍କୁ ୪ ସପ୍ତାହ ପାଇଁ ମିଳିଲା ଅନ୍ତରୀଣ ଜାମିନ

0 55

ଅମରାବତି: ଦୁର୍ନୀତି ମାମଲାରେ ଗିରଫହୋଇଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ
ନାଇଡୁଙ୍କୁ ଜାମିନ ମିଳିଛି । ୫୨ ଦିନ ଧରିଜେଲରେ ରହିବା ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ
କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ଦକ୍ଷତା ବିକାଶନିଗମ ଦୁର୍ନୀତି ମାମଲାରେ ଦୋଷୀ ହେବାପରେ ଜେଲରେ ରହିଥିଲେ ଟିଡିପି ମୁଖ୍ୟ
ଏନ ଚନ୍ଦ୍ରବାବୁ ନାଇଡୁ ।୨୦୧୪ରେ ଆନ୍ଧ୍ରପ୍ରଦେଶ ରାଜ୍ୟ ଦକ୍ଷତା ବିକାଶ କର୍ପୋରେସନଗଠନ ହୋଇଥିଲା । ଉଦେ୍ଦଶ୍ୟ ଥିଲା
ଯୁବକମାନଙ୍କୁ ତାଲିମ ଦେବା । ତେବେ ଏହିକାର୍ୟ୍ୟକ୍ରମରେ ୩୭୧ କୋଟି ଟଙ୍କାର ଦୁର୍ନୀତିହୋଇଥିବା ଅଭିଯୋଗ ହୋଇଛି । ୨୦୧୪ରୁ
୨୦୧୯ ଯାଏ ଚନ୍ଦ୍ରବାବୁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀଥିଲେ । ତାଙ୍କ ଇସାରାରେ ସବୁ କିଛିହୋଇଥିବା କୁହାଯାଉଛି । ଏଥିପାଇଁ ତାଙ୍କ
ନାଁରେ ଆଇପିସିର ଧାରା ୧୨୦ବି, ୪୨୦ଓ ୪୬୫ରେ ମାମଲା ହୋଇଛି । ସିଆଇଡି
ତାଙ୍କ ନାଁରେ ଦୁର୍ନୀତି ନିରୋଧ ଆଇନରବିଭିନ୍ନ ଦଫା ମଧ୍ୟ ଲଗାଇଛି । ପ୍ରକାଶଯୋଗ୍ୟ
ଯେ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେସେପ୍ଟେମ୍ବର ୯ରେ ନାଇଡୁଙ୍କୁ ଗିରଫ
କରାଯାଇଥିଲା । ଏହା ପରେ ବିଜୟୱାଡା କୋର୍ଟତାଙ୍କୁ ୧୪ ଦିନ ଜେଲ ପଠାଇଥିଲେ ।
କୋର୍ଟଙ୍କ ନିଦେ୍ର୍ଦଶ ପରେ ନାଇଡୁଙ୍କୁରାଜାମହେନ୍ଦ୍ରବରମ୍ (ରାଜମହେନ୍ଦ୍ରୀ) କେନ୍ଦ୍ରୀୟ
ଜେଲକୁ ନିଆଯାଇଥିଲା । ଏହାପରେ ମଧ୍ୟ ପୁଣିଜାମିନ ନାମଞ୍ଜୁର ଚନ୍ଦ୍ରବାବୁ ନାଇଡୁଙ୍କୁ
ହେବାରୁ ଜେଲରେ ରହିବାକୁ ପଡିଥିଲା । ଆନ୍ଧ୍ରପ୍ରଦେଶ ପୁଲିସ ଦକ୍ଷତା ବିକାଶ ନିଗମ
ଦୁର୍ନୀତିରେ ଚନ୍ଦ୍ରବାବୁ ନାଇଡୁଙ୍କୁ “ମୁଖ୍ୟଷଡଯନ୍ତ୍ରକାରୀ’ ବୋଲି ବର୍ଣ୍ଣନା କରିଛି ।

Leave A Reply

Your email address will not be published.