୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଲମ୍ବା ଧାଡି

0 68

ଭୁବନେଶ୍ୱର, (ଡିକେ ନୁ୍ୟଜ୍):୨୦୦୦ ଟଙ୍କା ନୋଟ୍ ବଦଳାଇବାପାଇଁ ମଙ୍ଗଳବାର ସକାଳୁ ସ୍ଥାନୀୟ
ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଆର୍ବିଆଇ) କାର୍ଯ୍ୟାଳୟ ସମ୍ମୁଖରେଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା ।
ଆରବିଆଇ ରାଜ୍ୟ କାର୍ଯ୍ୟାଳୟରମୁଖ୍ୟଗେଟ୍ ଠାରୁ ରବୀନ୍ଦ୍ର ମଣ୍ଡପ ଛକପର୍ଯ୍ୟନ୍ତ ପ୍ରାୟ ୫୦୦ ମିଟର ଧରି
ଲୋକମାନେ ଉଦୁଉଦିଆ ଖରାରେଛିଡ଼ା ହୋଇଥିଲେ । କେବଳଭୁବନେଶ୍ୱର ନୁହେଁ, ଅନ୍ୟ
ଜିଲ୍ଲାମାନଙ୍କରୁ ମଧ୍ୟ ଲୋକମାନେଆସି ନୋଟ ବଦଳାଇବାକୁ ଧାଡ଼ିରେଛିଡ଼ା ହୋଇଥିଲେ । ବହୁ ଲୋକ ନିଜେ
ଛିଡ଼ା ନ ହୋଇ ଲୋକମାନଙ୍କୁକମିସନ ଦେଇ ଧାଡ଼ିରେ ଛିଡ଼ାକରାଇଥିବା ଦେଖିବାକୁ ମିଳିଥିଲା ।
କମିସନ ଲୋଭରେ ବିଶେଷ କରିମହିଳା ଓ ଯୁବକମାନଙ୍କୁ ଧାଡ଼ିରେଛିଡ଼ା ହୋଇଥିବା ଦେଖିବାକୁ ମିଳିଛି ।
ସୂଚନାନୁସାରେ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ଆରବିଆଇ ପକ୍ଷରୁଦେଶର ସମସ୍ତ ବ୍ୟାଙ୍କରେ ୨୦୦୦
ଟଙ୍କା ନୋଟ୍ ବଦଳାଇବାକୁସମୟସୀମା ଦିଆଯାଇଥିଲା । କିନ୍ତୁସେତିକି ସମୟରେ ବହୁ ଟଙ୍କା
ଫେରିପାରି ନଥିଲା । ତେଣୁ ପୁଣି ସାରାଦେଶର ୧୯ଟି ଆରବିଆଇକାର୍ଯ୍ୟାଳୟରେ ୨୦୦୦ ଟଙ୍କା
ନୋଟ୍ ବଦଳାଇବାକୁ ସମୟଦିଆଯାଇଛି । ଜଣେ ଗ୍ରାହକଏକକାଳୀନ ୧୦ଟି ନୋଟ
ବଦଳାଇ ପାରିବ ବୋଲି ଆରବିଆଇପକ୍ଷରୁ ସୂଚନା ଦିଆଯାଇଛି ।ଏହାସହ ଦିନ ୧୦ଟାରୁ ୧ଟା
ପର୍ଯ୍ୟନ୍ତ ନୋଟ ବଦଳାଇବାକୁ ସମୟରହିଛି । ରାଜ୍ୟର ଏକମାତ୍ରଭୁବନେଶ୍ୱର ଆରବିଆଇ
କାର୍ଯ୍ୟାଳୟରେ ନୋଟବଦଳାଯାଉଥିବାରୁ ଏହାର ସମ୍ମୁଖରେପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ।
ମଙ୍ଗଳବାର ଏଥିପାଇଁ ସକାଳ ୭ଟାରୁଧାଡ଼ି ଆରମ୍ଭ ହୋଇଯାଇଥିଲା । ଜିଲ୍ଲାବାହାରୁ, ଯେପରିକି ବ୍ରହ୍ମପୁର,
କେନ୍ଦୁଝର ଆଦି ଜିଲ୍ଲାମାନଙ୍କରୁ ବହୁସଂଖ୍ୟାରେ ଲୋକ ଆସିଥିଲେ । କିନ୍ତୁଲମ୍ବା ଲାଇନ ଓ ମାତ୍ର ଏକାଥରକେ
୧୦ଟି ନୋଟ ବଦଳାଯାଉଥିବାଜାଣିବା ପରେ ସେମାନେ ଅସନ୍ତୋଷପ୍ରକାଶ କରିଥିଲେ । ଧାଡ଼ିରେ ଛିଡ଼ା
ହେବାକୁ ଆରବିଆଇ ତରଫରୁକୌଣସି ବ୍ୟବସ୍ଥା କରାଯାଇନଥିଲା ।ଗାଡ଼ି ପାର୍କିଂ କରିବାକୁ ମଧ୍ୟ ଲୋକେ
ହଇରାଣ ହେଉଥିଲେ । ରାସ୍ତାକଡ଼ରେଫୁଟପାଥ୍ ଉପରେ ଲୋକମାନେଗାଡ଼ି ପାର୍କିଂ କରିଥିଲେ । ଏସବିଆଇ
ସମ୍ମୁଖରେ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥାଥିଲେ ମଧ୍ୟ ଏସବିଆଇ ସୁରକ୍ଷାକର୍ମୀପାର୍କିଂ କରାଇ ଦେଉନଥିଲେ । ଏତେ
ସବୁ ଅବ୍ୟବସ୍ଥା ଥିବାରୁ ଏହାକୁ ନେଇସେଠାରେ ନିୟୋଜିତ ଥିବାସୁରକ୍ଷାକର୍ମୀ ଓ କର୍ମ·ରୀଙ୍କ ସହ
ଲୋକଙ୍କର ପାଟିତୁଣ୍ଡ ହୋଇଥିଲା ।ତେବେ ସେଠାକାର ଏକ ଦୃଶ୍ୟ ବେଶ୍ଚର୍ଚ୍ଚାର ବିଷୟ ପାଲଟି ଥିଲା । ଜଣେ
ଥରକେ ୧୦ଟି ନୋଟ ବଦଳାଇବାନିୟମ ଥିବାରୁ ଅଧିକ ନୋଟ ନେଇଆସିଥିବା କିଛି ଲୋକ ବସ୍ତି ବାସିନ୍ଦାଙ୍କୁ
ସେଥିରେ ନିୟୋଜିତ କରିଥିଲେ । ସେଲୋକମାନେ ୨୦୦୦ ଟଙ୍କାରେ୨୦୦ ଟଙ୍କା କମିସନ ହିସାବରେ
ଧାଡ଼ିରେ ଛିଡ଼ା ହୋଇ ନୋଟବଦଳାଇଥିଲେ । ସେ ବାବଦରେସେମାନେ ଜଣକା ଅତିକମରେ
୨୦୦୦ଟଙ୍କା ଆୟ କରିଥିଲେ ।ବିଶେଷକରି ଭୁବନେଶ୍ୱରରେ ପରିଚିତ
ବା ସଂପର୍କୀୟ ନଥିବା ଦୂରଦୂରାନ୍ତରୁଆସିଥିବା ଲୋକେ ବସ୍ତିବାସିନ୍ଦାଙ୍କୁ ଏକାମରେ ଲଗାଇଥିଲେ । ତେବେ
ଧାଡ଼ିରେ ଛିଡ଼ା ହୋଇଥିଲେ ସୁଦ୍ଧା ୧ଟାହୋଇ ଯିବାରୁ ଟଙ୍କା ବଦଳାଇପରିନଥିଲେ । ବୁଧବାର ପୁଣି ସକାଳୁ
ଧାଡ଼ିରେ ଛିଡ଼ା ହେବେ ବୋଲିସେମାନେ କହିଛନ୍ତି । ଭାରତୀୟରିଜର୍ଭ ବ୍ୟାଙ୍କ ସାମ୍ନାରେ ନୋଟ୍ବଦଳାଇବାକୁ ନେଇ
ଲୋକମାନଙ୍କର ଯେଉଁ ଲମ୍ବା ଧାଡ଼ିଦେଖିବାକୁ ମିଳିଥିଲା ତାହାକୁ ନେଇରାଜଧାନୀରେ ପ୍ରବଳ ଚର୍ଚ୍ଚା ·ଲିଛି ।
କାରଣ ଏହା ଭିତରେ ଅନେକ ବସ୍ତିବାସିନ୍ଦା ଥିଲେ । ଅନେକ ବାବୁଟଙ୍କା ଦେଇଛନ୍ତି ବଦଳାଇବା ପାଇଁବୋଲି ସ୍ୱୀକାର ମଧ୍ୟ କରିଥିଲେ ।

Leave A Reply

Your email address will not be published.