ଧନତେରାସ୍େ ର ସନୁ । କାରବାର ବଦ୍ଧୃ ି ଆଶା

0 66

ଭୁବନେଶ୍ୱର,(ଡିକେ ନୁ୍ୟଜ୍): ସୁନାକିଣାର ସବୁଠୁ ବଡ଼ ଅବସରଧନତେରସ୍ ପାଖେଇ ଆସିଥିବା
ବେଳେ ସୁନା ବଜାର ବେଶ ଚଳଚଞ୍ଚଳହୋଇଉଠିଛି । ସ୍ଥାନୀୟ ଗହଣାପ୍ରତିଷ୍ଠାନଠାରୁ ଆରମ୍ଭ କରି ଜାତୀୟ ଓ
ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସଂସ୍ଥାଗୁଡ଼ିକନିଜ ସୋ’ରୁମ୍ରେ ପର୍ଯ୍ୟାପ୍ତ ପରିମାଣରଷ୍ଟକ୍ ରଖିଛନ୍ତି । ନୂଆ ଗହଣା ସମ୍ଭାର
ଉନ୍ମୋଚନ କରି ଗ୍ରାହକମାନଙ୍କୁ ଆକୃଷ୍ଟକରିବାକୁ ଉଦ୍ୟମ ଜାରି ରହିଛି । ଚଳିତବର୍ଷ ଧନତେରସ୍ରେ ସୁନା କାରବାର
ଗତବର୍ଷଠାରୁ ଅଧିକ ରହିବ ବୋଲିଗହଣା ବ୍ୟବସାୟ ସହ ଜଡ଼ିତ ଜଣେବରିଷ୍ଠ ଅଧିକାରୀ ଆକଳନ କରିଛନ୍ତି ।
ସେ କହିଛନ୍ତି ଯେ ସାଧାରଣତଃଓଡ଼ିଶାରେ ଅକ୍ଷୟ ତୃତୀୟ ଓଧନତେରସ୍ ସମୟରେ ଅଧିକ ସୁନା
ଓ ହୀରା ଗହଣା ବିକ୍ରି ହୋଇଥାଏ ।ଅକ୍ଷୟ ତୃତୀୟାଠାରୁ ଦୁଇଗୁଣା ଅଧିକସୁନା ଧନତେରସ୍ରେ ବିକ୍ରି ହୁଏ ।
ଧନତେରସ୍ ପଡ଼ୁଥିବା ମାସରେ ଦୁଇମାସର ସୁନା ବିକ୍ରି ହୋଇଥାଏ ।ସେଥିପାଇଁ ଏହି ସମୟ ସୁନା
ବ୍ୟବସାୟୀମାନଙ୍କ ଲାଗି ବେଶଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଏ । କାହିଁକିଚଳିତ ବର୍ଷ ସୁନା ବ୍ୟବସାୟ
ଉତ୍ସାହଜନକ ରହିବ, ସେ ସମ୍ପର୍କରେଆଲୋଚନା କରି ସେ କହିଛନ୍ତି ଯେଏମିତିରେ ସ୍ୱାଭାବିକ ଭାବେ ଉତ୍ସବ
ଋତୁରେ ଅଧିକ ସୁନା ବିକ୍ରି ହୁଏ, କାରଣଲୋକମାନଙ୍କ ପାଖରେ ସେହିସମୟରେ ଅଧିକ ପାଙଋି ରହିଥାଏ ।
ଆଗକୁ ବିବାହ ଋତୁ ଆସୁଥିବାରୁ ମଧ୍ୟବହୁ ଲୋକ ଅଫରଗୁଡ଼ିକର ଲାଭ ନେଇସୁନା କିଣିବାକୁ ଆଗ୍ରହ ଦେଖାଇଥାନ୍ତି ।
ତେଣୁ ସବୁ ଦୃଷ୍ଟିରୁ ଏଥର ସୁନାବ୍ୟବସାୟ ଉତ୍ସାହଜନକ ରହିବ ବୋଲିମନେ ହେଉଥିବା ସେ କହିଛନ୍ତି ।

Leave A Reply

Your email address will not be published.