ଏଣିକି ବିନା ଭିସାରେ ଥାଇଲାଣ୍ଡକୁ ଯାତ୍ରା

0 58

ନୂଆଦିଲ୍ଲୀ: ଥାଇଲାଣ୍ଡ ଯିବାକୁଚାହିଁଥିଲେ ଖୁସି ଖବର । ବିନା ଭିସାରେଭାରତୀୟ କରିପାରିବେ ଥାଇଲାଣ୍ଡ
ଯାତ୍ରା । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ଭାରତୀୟ ନାଗରିକଙ୍କୁ ବଡ଼ ଅର୍ଫଦେଇଛି । ଥାଇଲାଣ୍ଡ ପର୍ଯ୍ୟଟନ ବିଭାଗ
କହିଛି ଯେ ନଭେମ୍ବର ୨୦୨୩ରୁ୨୦୨୪ ମେ ମାସ ପର୍ଯ୍ୟନ୍ତ ବିନାଭିସାରେ ଭାରତୀୟ ନାଗରିକ ଯାତ୍ରା
କରିପାରିବେ । ଏହାସହ ତାଇୱାନ୍ନାଗରିକଙ୍କ ପାଇଁ ଏହି ଅଫର ରହିଛି ।୬ ମାସ ପର୍ଯ୍ୟନ୍ତ ଭିସା ନୀତି କୋହଳ
ରହିବ । ଭିସାର ଅବଧି ୩୦ ଦିନପର୍ଯ୍ୟନ୍ତ ରହିଛି । ଥାଇଲ୍ୟାଣ୍ଡରେପର୍ଯ୍ୟଟନ ଋତୁ ଆରମ୍ଭ ହେବାକୁ
ଯାଉଥିବା ସମୟରେ ଥାଇ ସରକାରଏହି ଘୋଷଣା କରିଛନ୍ତି । ଏହିପଦକ୍ଷେପ ପଛରେ ଉଦେ୍ଦଶ୍ୟ ହେଉଛି
ଦେଶକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁଆକର୍ଷିତ କରିବା । ଚଳିତ ବର୍ଷମାଲେସିଆ, ଚୀନ୍ ଏବଂ ଦକ୍ଷିଣ
କୋରିଆ ପରେ ପର୍ଯ୍ୟଟନ ପାଇଁଥାଇଲ୍ୟାଣ୍ଡର ଚତୁର୍ଥ ବୃହତ୍ତମ ଉତ୍ସବଜାର ଭାବରେ ଭାରତ ଉଭା
ହୋଇଛି । ଚଳିତ ବର୍ଷ ପ୍ରାୟ ୧୨ ଲକ୍ଷଭାରତୀୟ ଥାଇଲ୍ୟାଣ୍ଡରେ ପହଞ୍ଚିଛନ୍ତି ।ଏହାପୂର୍ବରୁ ବିନା ଭିସାରେ ଶ୍ରୀଲଙ୍କା
ଯାତ୍ରା ନେଇ ଶ୍ରୀଲଙ୍କା ସରକାରଘୋଷଣା କରିଥିଲେ । ଥାଇ ସରକାରମୁଖପାତ୍ର କହିଛନ୍ତି ଯେ ଭାରତ ଏବଂ
ତାଇୱାନରୁ ଆସୁଥିବା ଲୋକଙ୍କୁ ୩୦ଦିନ ପର୍ଯ୍ୟନ୍ତ ବିନା ଭିସାରେଥାଇଲାଣ୍ଡରେ ରହିବାକୁ ଅନୁମତିଦିଆଯିବ । ଥାଇଲ୍ୟାଣ୍ଡର ଜଣେ
ମୁଖପାତ୍ର କହିଛନ୍ତି ଯେ ଥାଇଲାଣ୍ଡରଅର୍ଥନୀତିରେ ପର୍ଯ୍ୟଟନ ୨୫ ବିଲିୟନଡଲାରର ଅବଦାନ ରହିଛି । ଆମେ
ଏହାକୁ ଆହୁରି ବୃଦ୍ଧି କରିବାକୁ ଚାହୁଁଛୁ,ତେଣୁ ଏହି ନିଷ୍ପତ୍ତି ନିଆଯାଇଛି ।ଥାଇଲାଣ୍ଡ ୨୦୧୯ରେ ଚୀନ୍
ନାଗରିକଙ୍କ ପାଇଁ ଭିସା ନିୟମକୁମଧ୍ୟକୋହଳ କରିଥିଲା, ଯେଉଁଥିରେଥାଇଲ୍ୟାଣ୍ଡରେ ଚୀନ୍ର ପର୍ଯ୍ୟଟକଙ୍କସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ।

Leave A Reply

Your email address will not be published.