ସମଲିଙ୍ଗୀ ବିବାହ: ସୁପ୍ରିମକୋର୍ଟଙ୍କ ରାୟକୁ ·ଲେଞ୍ଜ କରି ରିଭୁ୍ୟ ପିଟିସନ

0 60

ନୂଆଦିଲ୍ଲୀ,୧ା୧୧ : ସମଲିଙ୍ଗୀ ବିବାହକୁନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଛିପୁର୍ନବି·ର ଯାଚିକା । ସୁପ୍ରିମକୋର୍ଟରେଦିଆଯାଇଥିବା ରାୟକୁ ·ଲେଞ୍ଜ କରି
ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି ଉଦିତ୍ସୁଦ୍ । କୋର୍ଟ ରାୟର ବିରୋଧାଭାସହୋଇଥିବା ଯାଚିକାରେ ଦର୍ଶାଇଛନ୍ତି ।ଏହି ରାୟରେ ଏଲ୍ଜିବିଟିକୁ୍ୟ ସମ୍ପ୍ରଦାୟଙ୍କ
ଭେଦଭାବର ସମ୍ମୁଖୀନ ହେଉଛନ୍ତି । କିନ୍ତୁଭେଦଭାବକୁ ହଟାଯାଇ ନାହିଁ । ସଂସଦସମଲିଙ୍ଗୀ ଦମ୍ପତ୍ତିଙ୍କୁ ଅଧିକାର ଦେବାରେ
ଅସହମତି ଜଣାଇବା ସହ ସେମାନଙ୍କୁମଣିଷ ଠାରୁ ନୀଚ ଦେଖାଯାଉଛି । ୧୭ଅକ୍ଟୋବରରେ ସୁପ୍ରିମକୋର୍ଟଙ୍କ ୫ଜଣିଆ
ସମ୍ବିଧାନିକ ଖଣ୍ଡପୀଠ ଆବେଦନରଶୁଣାଣି କରି ରାୟ ପ୍ରକାଶ କରିଥିଲେ ।ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନବି·ରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ
ଅଧ୍ୟକ୍ଷତାରେ ଜଷ୍ଟିସ୍ ସଂଜୟ ସିଂ କୌଲ,ଏସ୍. ରବିନ୍ଦ୍ର ଭଟ୍ଟ, ହିମା କୋହଲି ଏବମପିଏମ୍ ନରସିମହା ଗଠିତ ଖଣ୍ଡପୀଠ
ସମଲିଙ୍ଗୀ ବିବାହକୁ ନେଇ ରାୟଶୁଣାଇଥିଲେ । କୋର୍ଟ ତାଙ୍କ ରାୟରେକହିଥିଲେ ଯେ- ସମଲିଙ୍ଗୀ ବିବାହ ଏକ
ମୌଳିକ ଅଧିକାର ନୁହେଁ । ବିବାହକୁନେଇ ଆଇନ ପରିବର୍ତ୍ତନ କରିବାକୋର୍ଟଙ୍କ ଅଧିକାରଭୁକ୍ତ ନୁହେଁ ।
ଆଇନରେ ପରିବର୍ତ୍ତନ ଆଣିବାସଂସଦଙ୍କ ଅଧିକାର ପରିସରରେଆସୁଛି । ତେଣୁ ସମଲିଙ୍ଗୀ ବିବାହକୁଆଇନମାନ୍ୟତା ଦେବା ସଂସଦ ଉପରେ
ଛାଡ଼ି ଦିଆଯାଇଛି ସୁପ୍ରିମକୋର୍ଟ ପ୍ରଧାନବି·ରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡକହିଥିଲେ । ସର୍ବୋଚ୍ଚ ଅଦାଲତ କହିଛନ୍ତି,
ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାପ୍ରସଙ୍ଗରେ ୪ଟି ନିଷ୍କର୍ସ ରହିଛି । ଏଥିରେକିଛି ଅନୁମତି ଦେବା ସପକ୍ଷରେ ରହିଥିବା
ବେଳେ କିଛି ରାୟ ବିପକ୍ଷରେ ଯାଇଛି ।ସମସ୍ତଙ୍କର ଜୀବନ ସାଥି ଚୟନ କରିବାରଅଧିକାର ରହିଛି । ତେଣୁ ଏଥିପାଇଁ
ସରକାର କମିଟି ଗଠନ କରନ୍ତୁ ବୋଲିସୁପ୍ରିମକୋର୍ଟ କହିଛନ୍ତି । ରିଭ୍ୟୁ ପିଟିସନ୍ଦାଖଲ ପରେ କୋର୍ଟଙ୍କ କଣ କହିବେ,ଏନେଇ ସମସ୍ତଙ୍କ ନଜର ।

Leave A Reply

Your email address will not be published.